
ଚାଇନା ଭାରତ ବିବାଦ ପରେ ଭାରତ ସରକାର ଚାଇନାର 59ଟି ଆପ୍ ଉପରେ ପ୍ରତିବନ୍ଧ ଲଗାଇଛି। ଭାରତରେ ଟିକଟକ ସହିତ ଅନେକ ଆପ୍ ବ୍ୟାନ କରାଯାଇଛି। ଏହାକୁ ନେଇ ସୋସିଆଲ ମିଡିଆରେ ଅନେକ ଚର୍ଚ୍ଚା କରାଯାଉଛି। ଏଥି ମଧ୍ୟରେ କିଛି ପୋଷ୍ଟ ଜୁମ ଆପକୁ ନେଇ ଭାଇରାଲ ହେଉଛି। କୋରୋନା ମାହାମାରି ସମୟରେ ଜୁମ ଆପ ଦ୍ୱାରା ଅନଲାଇନ କ୍ଲାସ, ଭିଡ଼ିଓ କଲରେ ମିଟିଙ୍କ ଏବଂ ଅନେକ ଇଣ୍ଟରଭିୟୁ କରାଯାଉଛି। ଏହି ଆପରେ ଏକାଥରକେ 10ରୁ ଅଧିକ ଲୋକ ଭିଡିଓ କଲରେ କଥା ହୋଇ ପାରିବେ। ବଡ ବଡ ମିଡିଆ ସମ୍ମିଳନୀ ମଧ୍ୟ ଏହୀ ଆପ୍ ସାହାର୍ଯ୍ୟରେ କରାଯାଇଛି।
କିନ୍ତୁ ସୋସିଆଲ ମିଡିଆରେ ଏହି ଆପକୁ ନେଅ ଏବେ ଅନେକ ଆଲୋଚନା ଲାଗି ରହିଛି। ସୋସିଆଲ ମିଡିଆରେ ଦାବି କରାଯାଉଛି ଯେ, ଜୁମ ଆପ୍ ଚାଇନାର ହୋଇଥିଲେ ମଧ୍ୟ ପ୍ରଧାନମନ୍ତ୍ରୀ ଏହାକୁ ବ୍ୟାନ କରି ନାହାନ୍ତି। ଏହାକୁ ନେଇ ଅନେକ ପ୍ରଶ୍ନ ସୋସିଆଲ ମିଡିଆରେ କରାଯାଉଛି। 1 ଜୁଲାଇରେ BJD Toka ନାମକ ଜଣେ ଫେସବୁକ ୟୁଜର ତାଙ୍କ ପୋଷ୍ଟରେ ଦାବି କରିଛନ୍ତି ଯେ, ବିଜେପି ନେତା ଜୁମ ଆପ୍ ସାହାର୍ଯ୍ୟରେ ତାଙ୍କ ସମସ୍ତ ସମ୍ମିଳନୀ କରୁଥିବାରୁ ଏହି ଆପ ଚାଇନାର ହୋଇଥିଲେ ମଧ୍ୟ ପ୍ରଧାନମନ୍ତ୍ରୀ ଏହି ଆଫକୁ ବନ୍ଧ କରି ନାହାନ୍ତି। ଆମ ଅନୁସନ୍ଧାନ ପୂର୍ବରୁ ପୋଷ୍ଟକୁ ଅନେକଥର ସେୟାର କରାଯାଇଚି। ଏହା ଛଡ଼ା ପୋଷ୍ଟରେ 100ରୁ ଅଧିକ ଲାଇକ ଏବଂ କମେଣ୍ଟ ଆସିଛି। ତଳେ ପୋଷ୍ଟର ଲିଙ୍କ ଦେଖନ୍ତୁ।
ଏଠାରେ ଲିଙ୍କ ଦେଖନ୍ତୁ- Facebook । Archive
ତେବେ କ’ଣ ଜୁମ ଆପ ଚାଇନାର ଅଟେ? ପୋଷ୍ଟର ସତ୍ୟତା ଜାଣିବା ପାଇଁ ଆମେ ଅନୁସନ୍ଧାନ କରିଲୁ। ସତ୍ୟତା ଜାଣିବା ପାଇଁ ଆଣ ଅନୁସନ୍ଧାନ ପଢ଼ନ୍ତୁ।
ଅନୁସନ୍ଧାନ-
ଅନୁସନ୍ଧାନ ଆମ୍ଭରେ ଆମେ ଭାଇରାଲ ପୋଷ୍ଟ ସମ୍ପର୍କରେ ଗୁଗୁଲରେ ସର୍ଚ୍ଚ କରିଲୁଷ ସର୍ଚ୍ଚରେ ଆଣକୁ ଭାଇରାଲ ପୋଷ୍ଟକୁ ନେଇ କିଛି ଲିଙ୍କ ପାଇଲୁ। NEWS 18 ରେ ପ୍ରକାଶିତ ହୋଇଥିବା ଏକ ଖବର ଅନୁସାରେ ଜୁମ ଆପ୍ ଚାଇନା ଆପ୍ ନୁହେଁ ବରଂ ଆମେରିକାନ ଆପ୍ ଅଚେ। ଜୁମ ଆପର ହେଡକ୍ୱାଟର କାର୍ଲିଫନିଆରେ ଅଛି। ଏବଂ ଏହାର ସିଇଓ ଆମେରିକାନ ନାଗରିକ ଅଟନ୍ତି। ସୋସିଆଳ ମିଡିଆରେ ଜୁମ ଆଫ୍ ଚାଇନା ବୋଲି ଭାଇରାଲ ହେଲା ପରେ ଏହାକୁ ନେଇ ଅନେକ ଚର୍ଚ୍ଚା ବଢ଼ିବାରେ ଲାଗିଛି। ଅଧିକ ସୂଚନା ପାଇଁ ତଳେ ଲିଙ୍କ ଦେଖନ୍ତୁ।
ଏଠାରେ ଲିଙ୍କ ଦେଖନ୍ତୁ- NEWS 18 । ARCHIVE
ଏହା ଛଡ଼ା ଆମେ ଜୁମ ଆପ୍ ସମ୍ପର୍କରେ ଜାଣିବା ପାଇଁ Wikipedia ଦେଖିଲୁ, ଯେଉଁଥିରେ ସପ୍ଷ୍ଟ ଲେଖା ଯାଇଛି ଯେ, ଜୁମ ଆପ ଆମେରିକାର ଅଟେ। ଆମକୁ 18 ଜୁନରେ Timesofindia ପ୍ରକାଶିତ ହୋଇଥିବା ଖବର ପାଇଲୁ। ଯେଉଁଥିରେ ସପ୍ଷ୍ଟ କରାଯାଇଥଛି ଯେ, ଜୁମ ଆପ୍ ଚାଇନା ନୁହେଁ ବରଂ ଆମେରିକାନ ଆପ୍ ଅଟେ। ZOOM CEO ନିଜେ ଏହା ସ୍ପଷ୍ଟ କରିଛନ୍ତି ଯେ, ଆମେ ଚାଇନା କମ୍ପାନି ନୁହଁ ଆମେରିକାନ କମ୍ପାନି ଅଟେପ। ଏହା ଛଡ଼ା ସେ ସ୍ପଷ୍ଟ କରିଛନ୍ତି ଯେ, 2007 ଠାରୁ ଆମେରିକାର ନାଗରିକ ଭାବେ ରହୁଛନ୍ତି। ଏହାଛଡ଼ା 1997ରୁ ସେ ଆମେରିକାରେ ରହୁଛନ୍ତି। ଅଧିକ ସୂଚନା ପାଇଁ ତଳେ ଲିଙ୍କ ଦେଖନ୍ତୁ।
ଏଠାରେ ପୋଷ୍ଟର ଲିଙ୍କ ଦେଷନ୍ତୁ- Timesofindia । Archive
Buzzfeednews ପେଜରେ ଜୁମ ଆପର ସିଇଓ ଏହାକୁ ନେଇ ଚର୍ଚ୍ଚା କରିଛନ୍ତି। ସେ ସ୍ପଷ୍ଟ କରିଛନ୍ତି ଯେ, ଜୁମ ଆପ ଚାଇନାର ନୁହେଁ ଆମେରିକାର ଅଟେ। ସେ ନିଜେ ଜଣେ ଆମେରିକାନ ଅଟନ୍ତି। ଜୁମ ଆପର ହେଡକ୍ୱାଟର କାଲିଫୋର୍ନିଆରେ ଅଛି। ଜୁମ କମ୍ପାନି ପୂର୍ଣ୍ଣ ରୂପରେ ଆମେରିକା କମ୍ପାନି ଅଟେ। ଅଧିକ ସୂଚନା ପାଇଁ ତଳେ ଲିଙ୍କ ଦେଖନ୍ତୁ।
ଏଠାରେ ପୋଷ୍ଟର ଲିଙ୍କ ଦେଖନ୍ତୁ- Buzzfeednews । Archive
ଶେଷକଥା-
ଆମ ଅନୁସନ୍ଧାନରୁ ପାଇଲୁ ଯେ, ଜୁମ ଆପେ ଚାଇନା କମ୍ପାନି ନୁହେଁ ବରଂ ଆମେରିକା କମ୍ପାନି ଅଟେ। ଏହା ନିଜେ ଜୁମ ଆପ୍ ସିଇଓ ସ୍ପଷ୍ଟ କରିଛନ୍ତି।