ଚେନ୍ନାଇ ବିମାନବନ୍ଦରର ପୁରୁଣା ଭିଡିଓକୁ ନିକଟରେ ମୁମ୍ବାଇ ବିମାନବନ୍ଦରର ଦୃଶ୍ୟ ଦାବି ସହିତ ସେୟାର କରା ଯାଉଛି।

False Social

ମହାରାଷ୍ଟ୍ରର ଅନେକ ଅଞ୍ଚଳରେ ପ୍ରବଳ ବର୍ଷା ଦେଖିବାକୁ ମିଳିଥିଲା, ବିଶେଷକରି ମୁମ୍ବାଇ ରେ ଯାହା ଗତ ପାଞ୍ଚ ବର୍ଷ ମଧ୍ୟରେ ସବୁଠାରୁ ଅଧିକ ବର୍ଷା ବୋଲି ଜଣା ପଡ଼ିଛି। ଲଗାତାର ବର୍ଷା ଯୋଗୁଁ ମୁମ୍ବାଇ ଅନ୍ତର୍ଜାତୀୟ ବିମାନବନ୍ଦର ମଧ୍ୟ ଗୁରୁତର ଭାବରେ ପ୍ରଭାବିତ ହୋଇଥିଲା।

ଏହି ସମୟରେ ସୋସିଆଲ ମିଡିଆରେ ଏକ ବିମାନବନ୍ଦରରେ ବନ୍ୟା ଦୃଶ୍ୟର ଏକ ଭିଡିଓ ଭାଇରାଲ ହେଉଛି। ଦାବି କରା ଯାଉଛି ଯେ ଏହା ନିକଟରେ ମୁମ୍ବାଇରେ ହୋଇଥିବା ବର୍ଷା ସମୟର ଭିଡିଓ ଯେତେବେଳେ ସେଠିକାର ବିମାନବନ୍ଦର ରେ ପାଣି ଜମି ଯାଇଥିଲା।

କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ପାଇଲା। ଭାଇରାଲ ଭିଡିଓ ୨୦୨୩ ରେ ବନ୍ୟା ସମୟରେ ଚେନ୍ନାଇ ବିମାନବନ୍ଦରର ଅଟେ। ଏହାର ମୁମ୍ବାଇ ବିମାନବନ୍ଦର ରେ ବର୍ଷା ଯୋଗୁଁ ପାଣି ଜମି ରହିଥିବା ଦାବି ସହିତ କୌଣସି ସମ୍ପର୍କ ନାହିଁ। 

Facebook | Archive

ଆମ ଅନୁସନ୍ଧାନ: 

ଆମ ଅନୁସନ୍ଧାନରରେ ପ୍ରଥମେ ଆମେ ଭାଇରାଲ ଭିଡିଓକୁ ବିଭିନ୍ନ ଫ୍ରେମରେ ବିଭାଜିତ କରି ପ୍ରତ୍ଯେକ ଫ୍ରେମର ଗୁଗୁଲ ରିଭର୍ସ ଇମେଜ୍ ସର୍ଚ୍ଚ କରିଲୁ। ଫଳସ୍ଵରୂପ ଆମକୁ ସମାନ ଭିଡିଓ ୨୦୨୩ ରୁ ଅନ୍ଲାଇନ୍ ଉପଲବ୍ଧ ଥିବା ମିଳିଲା। 

ଟାଇମ୍ସ ନାଓ ୪ ଡିସେମ୍ବର ୨୦୨୩ ରେ ଏହି ଭିଡିଓଟି ସେୟାର କରିଥିଲା ଯେଉଁଥିରେ ଲେଖାଯାଇଥିଲା: “ପ୍ରବଳ ବର୍ଷା ଯୋଗୁଁ ଚେନ୍ନାଇ ବିମାନବନ୍ଦରର ରନୱେ ପାଣିରେ ବୁଡ଼ିଗଲା।

ଡିସେମ୍ବର ୨୦୨୩ ରେ, ମିଚାଉଙ୍ଗ ବାତ୍ୟା ଚେନ୍ନାଇ ଏବଂ ନିକଟ ଅଞ୍ଚଳରେ ପ୍ରବଳ ବର୍ଷା ଏବଂ ଭୟଙ୍କର ବନ୍ୟା ଆଣିଥିଲା।

ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ସ୍ଥାନଗୁଡ଼ିକ ମଧ୍ୟରୁ ଗୋଟିଏ ହେଉଛି ଚେନ୍ନାଇ ଆନ୍ତର୍ଜାତୀୟ ବିମାନବନ୍ଦର, ଯେଉଁଠାରେ ରନୱେ ସମ୍ପୂର୍ଣ୍ଣ ବୁଡ଼ି ଯାଇଥିଲା। ଏହା ଫଳରେ କିଛି ଘଣ୍ଟା ପାଇଁ ବିମାନ ସେବା ବନ୍ଦ ରଖିବାକୁ ପଡିଥିଲା।

ଦି ହିନ୍ଦୁର ରିପୋର୍ଟ ଅନୁସାରେ, “ମିଚାଉଙ୍ଗ୍ ବାତ୍ୟା ସମୟରେ ପ୍ରବଳ ବର୍ଷା ଏବଂ ପବନ ବହିବା ଯୋଗୁଁ ଡିସେମ୍ବର ୫ ତାରିଖରେ ବିମାନ ଚଳାଚଳ ବନ୍ଦ ହୋଇଯାଇଥିବାରୁ ପ୍ରାୟ ୧୫୦୦ ଲୋକ ଚେନ୍ନାଇ ବିମାନବନ୍ଦରରେ ଫସି ରହିଛନ୍ତି।

ସିଦ୍ଧାନ୍ତ:

ଆମ ଅନୁସନ୍ଧାନରୁ ଦାବି ଟି ମିଥ୍ୟା ପ୍ରମାଣିତ ହେଇଛି। ଭାଇରାଲ ଭିଡିଓ ୨୦୨୩ ରେ ଚେନ୍ନାଇରେ ଘଟିଥିବା ବନ୍ୟାର ଅଟେ। ଏହା ଚେନ୍ନାଇ ବିମାନବନ୍ଦର ର ଘଟଣା ଯାହାକୁ ମୁମ୍ବାଇ ବିମାନବନ୍ଦର ରେ ବର୍ଷା ଯୋଗୁଁ ପାଣି ଜମି ରହିଥିବା ଦାବି ସହିତ ସେୟାର କରା ଯାଉଛି।

Avatar

Title:ଚେନ୍ନାଇ ବିମାନବନ୍ଦରର ପୁରୁଣା ଭିଡିଓକୁ ନିକଟରେ ମୁମ୍ବାଇ ବିମାନବନ୍ଦରର ଦୃଶ୍ୟ ଦାବି ସହିତ ସେୟାର କରା ଯାଉଛି।

Fact Check By: Siddharth Sahu  

Result: False

Leave a Reply

Your email address will not be published. Required fields are marked *