ହାଇଦ୍ରାବାଦର ଏକ ବାଣ ଦୋକାନରେ ନିଆ ଲାଗିଥିବା ଘଟଣାକୁ ଦିଲ୍ଲୀର ଘଟଣା ଦାବି ସହିତ ସେୟାର କରା ଯାଉଛି। 

Misleading Social

ବର୍ତ୍ତମାନ ସୋସିଆଲ ମିଡିଆରେ ଏକ ବାଣ ଦୋକାନରେ ନିଆ ଲାଗିଥିବା ଭିଡିଓ ଭାଇରାଲ ହେବାରେ ଲାଗିଛି। ଭିଡିଓରେ ଦେଖିବାକୁ ମିଳିଛି ଯେ ବାଣ ଦୋକାନ ଭିତରେ ଲୋକଙ୍କ ଭିଡ଼ ଥିବା ସମୟରେ ହଠାତ୍ ସେଠାରେ ଠେଲା-ପେଲା ହୋଇଥିଲା। କିଛି ସମୟ ମଧ୍ୟରେ ଦୋକାନରେ ନିଆ ଲାଗି ବାଣ ଜଳି ଯାଇଥିଲା। ଦାବି କର ଯାଉଛି ଯେ ଏହା ଦିଲ୍ଲୀର ଘଟଣା ଅଟେ। 

କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ବିଭ୍ରାନ୍ତକାରୀ ବୋଲି ପାଇଲା। ଏହା ହାଇଦ୍ରାବାଦର ଏକ ଘଟଣା ଅଟେ ଯାହାକୁ ଦିଲ୍ଲୀର ହେଇଥିବା ଦାବି ସହିତ ସେୟାର କର ଯାଉଛି।

କ’ଣ ଦାବି କର ଯାଇଛି ପୋଷ୍ଟରେ? 

ଭିଡିଓ ସେୟାର କରି ଜେନ ସୋସିଆଲ ମିଡିଆ ବ୍ୟବହାରକାରୀ ଲେଖିଛନ୍ତି, “ଦିଲ୍ଲୀ ବାଣ ଦୋକାନରେ ଲାଗିଲା ଭୟଙ୍କର ନିଆଁ

Facebook | Archive 

ଆମ ଅନୁସନ୍ଧାନ: 

ଆମ ଅନୁସନ୍ଧାନରେ ପ୍ରଥମେ ଆମେ ବିଭିନ୍ନ ମୁଖ୍ୟଶବ୍ଦ ବ୍ୟବହାର କରି ଗୁଗୁଲରେ ଏହି ବିଷୟରେ ସର୍ଚ୍ଚ କରିଲୁ। ଫଳାଫଳରେ ଆମକୁ ଟାଇମ୍ସ ଅଫ୍ ଇଣ୍ଡିଆ ହାଇଦ୍ରାବାଦର ଏକ ଟୁଇଟରେ ସମାନ ଘଟଣା ବିଷୟରେ ଏକ ସଂକ୍ଷିପ୍ତ ରିପୋର୍ଟ ମିଳିଲା। 

୨୮ ଅକ୍ଟୋବର ର ଏହି ଟୁଇଟରେ କୁହା ଯାଇଛି ଯେ ହାଇଦ୍ରାବାଦର ବୋଗୁଲକୁଣ୍ଟାର ବାଣ ଦୋକାନର ଅଗ୍ନିକାଣ୍ଡ ଘଟିଥିଲା। ପାରସ ବାଣ ଦୋକାନରେ ଏହି ନିଆ ଲାଗିଥିଲା। ନିଆଁ ବ୍ୟାପିବାର କିଛି ସମୟ ପୂର୍ବରୁ ଗ୍ରାହକ ଏବଂ କର୍ମଚାରୀମାନେ ଦୋକାନକୁ ସ୍ଥାନାନ୍ତର କରିବାକୁ ଚେଷ୍ଟା କରିଥିଲେ। 

ନ୍ୟୁଜ୍ ୯ ଲାଇଭ୍ ର ୟୁଟ୍ୟୁବ ଚ୍ୟାନାଲରେ ଏହି ଘଟଣାର ଏକ ରିପୋର୍ଟ ପ୍ରସାରିତ ହେଇଛି। ରିପୋର୍ଟ ଅନୁଯାୟୀ, ହାଇଦ୍ରାବାଦର ସୁଲ୍ତାନ ବଜାର ଅଞ୍ଚଳରେ ପାରସ ବାଣ ଦୋକାରେ ୨୭ ଅକ୍ଟୋବର ରେ ଅଗ୍ନିକାଣ୍ଡ ହେଇଥିଲା। ଅଗ୍ନିଶ୍ରମ ମାନେ ଘଟଣା ସ୍ଥଳରେ ପହଞ୍ଚି ନିଆଁ ଲିଭାଇଥିଲେ। କେହି ବି ଆହତ ହେଇଥିବା ସୂଚନା ମିଳି ନାହିଁ। ପୋଲିସ ଅଧିକାରୀଙ୍କ କହିବ ଅନୁଯାୟୀ, ଏହି ଦୋକାନକୁ ଲିସେନ୍ସ ପ୍ରାପ୍ତ ହୋଇନଥିଲା ଏବଂ ସୁରକ୍ଷା ହେତୁ ଫାୟାର ଏକ୍ସତିଙ୍ଗୁଇଶର, ବାଲି ଇତିୟାଦୀ ଜିନିଷ ମଧ୍ୟ ରକ୍ଷା ଯାଇନଥିଲା। ଏହି ଘଟଣାର ଅନୁସନ୍ଧାନ ଚାଲିଛି ଏବଂ ନିଆଁ ଲାଗିବାର ମୂଳ କାରଣ ଜଣା ପଡ଼ି ନାହିଁ। 

ଅଧିକ ଜାଣିବା ପାଇଁ ଆମେ ଏହି ସ୍ଥାନକୁ ଗୁଗୁଲ ମ୍ୟାପ୍ ରେ ସର୍ଚ୍ଚ କରିଲୁ। ଭିଡିଓରେ ବାଣ ଦୋକାନ ନିକଟରେ ତାଜା ଟିଫିନ୍ ଶୁଦ୍ଧ ନିରାମିଷ ରେଷ୍ଟୁରାଣ୍ଟ ଦେଖିବାକୁ ପାଇଲୁ। ଗୁଗୁଲ ମ୍ୟାପ୍ ରେ ଏହି ରେଷ୍ଟୁରାଣ୍ଟ ସର୍ଚ୍ଚ କରିବା ପରେ ଆମେ ଜାଣିଲୁ ଯେ ଏହା ହାଇଦ୍ରାବାଦର ହନୁମାନ ଟେକଡି ଆଞ୍ଚଲରେ ଅବସ୍ଥିତ। 

ନିମ୍ନରେ ଆପଣ ମାନେ ଏହାର ଏକ ଫୋଟୋ ମଧ୍ୟ ଦେଖି ପାରିବେ ଯାହା ଆମେ ଉପରୋକ୍ତ ଗୁଗୁଲ ମ୍ୟାପ୍ ରୁ ପାଇଲୁ। 

ସିଦ୍ଧାନ୍ତ: 

ଆମ ଅନୁସନ୍ଧାନରୁ ପ୍ରମାଣିତ ହେଲା ଯେ ଭାଇରାଲ ଦାବି ବିଭ୍ରାନ୍ତକାରୀ ଅଟେ। ବାଣ ଦୋକାନରେ ଅଗ୍ନିକାଣ୍ଡର ଏହି ଭିଡିଓ ହାଇଦ୍ରାବାଦ ସହରରେ ଘଟିଥିଲା ଯାହାକୁ ଦିଲ୍ଲୀର ଘଟଣା ଦାବି ସହିତ ସେୟାର କରା ଯାଉଛି। 

Avatar

Title:ହାଇଦ୍ରାବାଦର ଏକ ବାଣ ଦୋକାନରେ ନିଆ ଲାଗିଥିବା ଘଟଣାକୁ ଦିଲ୍ଲୀର ଘଟଣା ଦାବି ସହିତ ସେୟାର କରା ଯାଉଛି।

Fact Check By: Siddharth Sahu 

Result: Misleading

Leave a Reply

Your email address will not be published. Required fields are marked *