ଏହା ଭେନେଜୁଏଲାର ରାଷ୍ଟ୍ରପତି ନିକୋଲାସ ମାଦୁରୋଙ୍କ ଗିରଫଦାରୀ ସମୟରେ ଫୋଟୋ ନୁହେଁ।

False Social

ନିକଟରେ ଆମେରିକା, ଭେନେଜୁଏଲା ଉପରେ ଆକ୍ରମଣ କରି ତାଙ୍କ ରାଷ୍ଟ୍ରପତି ନିକୋଲାସ ମାଦୁରୋଙ୍କୁ ଗିରଫ କରିଥିଲା। ଏହା ନେଇ ସୋସିଆଲ ମିଡିଆରେ ଚର୍ଚ୍ଚା ଚାଲିଛି। ଅନେକ ୟୁଜର ଏହି ଘଟଣା ଜଡ଼ିତ ଫୋଟୋ ସେୟାର କରୁଛନ୍ତି। ଏପରି ଏକ ପୋଷ୍ଟରେ ଦେଖିବାକୁ ମିଳିଛି ଯେ ଦୁଇଟି ସେନା ଯବାନ ଜଣେ ବ୍ୟକ୍ତିଙ୍କୁ ଗିରଫ କରିଛନ୍ତି। ଦାବି କରା ଯାଉଛି ଯେ ଗିରଫ ହୋଇଥିବା ବ୍ୟକ୍ତି ଭେନେଜୁଏଲାର ରାଷ୍ଟ୍ରପତି ନିକୋଲାସ ମାଦୁରୋ ଅଟନ୍ତି। 

କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ଜାଣିବାକୁ ପାଇଲା। ଏହା ପ୍ରକୃତ ଫୋଟୋ ନୁହେଁ, AI ବ୍ୟବହାର କରି ତିଆରି କରା ଯାଇଥିବା ଫୋଟୋକୁ ମିଥ୍ୟା ଦାବି ସହିତ ସେୟାର କରା ଯାଉଛି।

କ’ଣ ଦାବି କରା ଯାଇଛି ପୋଷ୍ଟରେ?

ଫୋଟୋ ସେୟାର କରି ଜଣେ ୟୁଜର ଲେଖିଛନ୍ତି, “ଭେନୂଜୁଲିଆ ଦେଶ ଉପରେ ଆକ୍ରମଣ କରି ତାଙ୍କ ରାଷ୍ଟ୍ରପତି ଙ୍କୁ ଦେଶ ବାହାରକୁ ନେଇ ଯାଉଛନ୍ତି ଆମେରିକା ସେନା। ଆମେରିକା ର ଲକ୍ଷ୍ୟ ଭେନୂଜୁଲିଆ ର ତୈଳ ସମ୍ପଦ, ସମଗ୍ର ବିଶ୍ୱର ୧୮ ପ୍ରତିଶତ ତୈଳ ସମ୍ପଦ ଭେନୁଜୁଲିଆ ପାଖରେ ଅଛି। ଅବଶ୍ୟ ପ୍ରବାସୀ ଭେନୂଜୁଲିଆ ବାସୀ ବହୁତ୍ ଖୁସି ଏଥିରେ।

Facebook | Archive

ଆମ ଅନୁସନ୍ଧାନ: 

ଭାଇରାଲ ଫୋଟୋକୁ ଗଭୀରତା ସହିତ ଦେଖିବା ପରେ ଆମେ ସେଥିରେ କିଛି ଅନିୟମିତତା ଦେଖିଲୁ। ରାଷ୍ଟ୍ରପତି ମାଦୁରୋଙ୍କୁ ଧରିଥିବା ଦୁଇ ସୈନିକଙ୍କ ହାତ ଏବଂ ସୈନିକଙ୍କ ୟୁନିଫର୍ମରେ ଥିବା ଲୋଗୋ ଭିନ୍ନ ଅଛି। ଆମେ ସନ୍ଦେହ କରିଲୁ ଯେ ଏହା AI ଦ୍ଵାରା ସୃଷ୍ଟି କରା ଯାଇଛି। 

ଯେତେବେଳେ ଆମେ AI ଇମେଜ୍ ଡିଟେକ୍ଟର୍ ଟୁଲ୍‌ରେ ଫୋଟୋଟି ଯାଞ୍ଚ କଲୁ, ଆମେ ଜାଣିଲୁ ଯେ ଏହା AI ଜେନେରେଟେଡ୍।

ଏହା ପରେ ଆମେ ଭାଇରାଲ ଫୋଟୋର ଗୁଗୁଲ ରିଭର୍ସ ଇମେଜ୍ ସର୍ଚ୍ଚ କରିଲୁ। ଆମେ ଆର୍ଜେଣ୍ଟିନାର ଏକ YouTube ଚ୍ୟାନେଲର ଲାଇଭ୍ ପ୍ରସାରଣରେ ଫଟୋଟି ବ୍ୟବହୃତ ହେଉଥିବା ଦେଖିଲୁ। ଭିଡିଓରେ ଦାବି କରା ଯାଇଛି ଯେ ତାଙ୍କୁ ୱାଶିଂଟନରୁ ସେହି ଫଟୋ ପଠାଯାଇଛି। ତଥାପି, ଏହା ଦେଖାଯାଉଛି ଯେ ଫଟୋଟି ସାମାଜିକ ନେଟୱାର୍କିଂ ସାଇଟ୍ X ରୁ ପ୍ରାପ୍ତ ହୋଇଛି।

ଯେତେବେଳେ ଆମେ ସେହି X ହେଣ୍ଡେଲ ସର୍ଚ୍ଚ କରିଲୁ, ଆମେ ସମାନ ଫୋଟୋଟି ଟୁଇଟ ହେଇଥିବା ପାଇଲୁ। ଏହି ହେଣ୍ଡେଲ AI ଦ୍ଵାରା ସୃଷ୍ଟି ହୋଇଥିବା ବିଷୟବସ୍ତୁ ସେୟାର କରେ।

ଅଧିକ ସର୍ଚ୍ଚ କରିଲା ପରେ ଆମେ ଜାଣିଲୁ ଯେ ନିକୋଲାସ୍ ମାଦୁରୋଙ୍କ ଗିରଫଦାରୀ ଭାବରେ ବର୍ଣ୍ଣିତ ସେହି ଫୋଟୋଟି ଆମେରିକାର କୌଣସି ଅଫିସିଆଲ ସଂସ୍ଥା କିମ୍ବା ଅଧିକାରୀଙ୍କ ଦ୍ୱାରା ପ୍ରକାଶିତ ହୋଇନାହିଁ। ଇଣ୍ଟରନେଟରେ ଆମର ସନ୍ଧାନ ଅନୁସାରେ, ଏହାକୁ ମୂଳତଃ ସେହି ଜଣେ ଉପଭୋକ୍ତା ଦ୍ୱାରା X ରେ ସେୟାର କରାଯାଇଥିଲା, ଯିଏ AI ସହିତ ସୃଷ୍ଟି ହୋଇଥିବା ବିଷୟବସ୍ତୁ ପ୍ରସ୍ତୁତ ଏବଂ ସେୟାର କରନ୍ତି। 

ଆମେ ତା’ପରେ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସମେତ ଆମେରିକୀୟ ଅଧିକାରୀଙ୍କ ଦ୍ୱାରା କେଉଁ ଫଟୋ କିମ୍ବା ଭିଡିଓ ଆନୁଷ୍ଠାନିକ ଭାବରେ ପ୍ରକାଶିତ ହୋଇଛି ତାହା ଖୋଜିଲୁ। ତା’ପରେ ଆମେ ଦେଖିଲୁ ଯେ ରାଷ୍ଟ୍ରପତି ଟ୍ରମ୍ପ ନିକୋଲାସ ମାଦୁରୋଙ୍କ ସତ୍ୟରେ ଗିରଫ ହେବା ପରେ ପ୍ରଥମ ଫଟୋ ସୋସିଆଲ ମିଡିଆରେ ପ୍ରକାଶ କରିଛନ୍ତି। ସେହି ଫୋଟୋ ଭାଇରାଲ ଫଟୋ ସହିତ ମେଳ ଖାଉନାହିଁ।

ଏହା ବ୍ୟତୀତ, ଭାଇରାଲ ଫଟୋଟି ନକଲି ବୋଲି ଆଉ ଏକ ତଥ୍ୟ ହେଉଛି ଯେ ଫଟୋଟିରେ ଜଣେ ସୈନିକଙ୍କ ପୋଷାକରେ ଡ୍ରଗ୍ ଏନଫୋର୍ସମେଣ୍ଟ ଆଡମିନିଷ୍ଟ୍ରେସନ୍ (DEA) ଲୋଗୋ ଥିବା ଦେଖାଯାଉଛି। ମାଦୁରୋକୁ ଧରିବା ପାଇଁ ଅପରେସନ୍ ଡେଲ୍ଟା ଫୋର୍ସ (ୟୁଏସ୍ ଆର୍ମି ସ୍ପେଶାଲ୍ ଫୋର୍ସେସ୍ କମାଣ୍ଡ) ଦ୍ୱାରା କରାଯାଇଥିଲା। 

ସିଦ୍ଧାନ୍ତ: 

ଆମ ଅନୁସନ୍ଧାନରୁ ପ୍ରମାଣିତ ହେଲା ଯେ ଭାଇରାଲ ଫୋଟୋ ଟି AI ବ୍ୟବହାର କରି ସୃଷ୍ଟି କରା ଯାଇଛି। ଏହା ପ୍ରକୃତ ଫୋଟୋ ନୁହେଁ।

Avatar

Title:ଏହା ଭେନେଜୁଏଲାର ରାଷ୍ଟ୍ରପତି ନିକୋଲାସ ମାଦୁରୋଙ୍କ ଗିରଫଦାରୀ ସମୟରେ ଫୋଟୋ ନୁହେଁ।

Fact Check By: Siddharth Sahu  

Result: False

Leave a Reply

Your email address will not be published. Required fields are marked *