
ସୋସିଆଲ ମିଡିଆରେ ରୁମ ଟାଙ୍କୁରି ଉଠିବା ଏକ ଭିଡିଓ ଭାଇରାଲ ହେଉଛି। ଭିଡିଓରେ ଦେଖିବାକୁ ମିଳିଛି ଯେ ଦୋକାନ ବାହାରେ ଜଣେ ବ୍ୟକ୍ତି ଶୋଇଥିବା ସମୟରେ ଗୋଟିଏ ସିଂହ ତାଙ୍କ ନିକଟ ଦେଇ ଯାଉଛି ଏବଂ କିଛି ସମୟ ପରେ ଆସି ତାଙ୍କୁ ସୁଙ୍ଘୁଛି, କିନ୍ତୁ ସେଇ ଲୋକ ଏହି ଘଟଣା ବିଷୟରେ ଅଜ୍ଞାନ୍ତ ହୋଇ ଶୋଇଛନ୍ତି।
ଦାବି କରା ଯାଉଛି ଯେ ଏହା ଏକ ସତ୍ୟ ଘଟଣା ଏବଂ ବ୍ୟକ୍ତି ଜଣକ ସିଂହ ଦ୍ଵାରା ଶିକାର ହେବାରୁ ରକ୍ଷା ପାଇଛନ୍ତି।
କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ପାଇଲା। ଏହା ଏକ AI ଦ୍ଵାରା ସୃଷ୍ଟି ହୋଇଥିବା ଭିଡିଓ ଯାହାକୁ ସତ୍ୟ ଘଟଣା ଦାବି ସହିତ ସେୟାର କରା ଯାଉଛି।
କ’ଣ ଦାବି କରା ଯାଇଛି ପୋଷ୍ଟରେ?
ଭିଡିଓ ସେୟାର କରି ଜଣେ ସୋସିଆଲ ମିଡିଆ ୟୁଜର ଲେଖିଛନ୍ତି, “ରାସ୍ତାରେ ଶୋଇଥିବା ଜଣେ ବ୍ୟକ୍ତି ସିଂହ ଦ୍ୱାରା ଶିକାର ହେବାରୁ ରକ୍ଷା ପାଇ ଯାଉଛି, ଯେତେବେଳେ ସିଂହଟି ତା ପାଖକୁ ଆସିଛି, ତାକୁ ଶୁଙ୍ଘୁଛି ଏବଂ ତା’ପରେ ଚାଲି ଯାଉଛି । ସତରେ ଏହା ଦେଖି ଆପଣଙ୍କର ବି ରୁମ ଟାଙ୍କୁରି ଉଠିବ।”
ଆମ ଅନୁସନ୍ଧାନ:
ଭିଡିଓଟିକୁ ଭଲଭାବେ ଦେଖିବା ପରେ, ଆମେ ଭିଡିଓରେ କିଛି ଅସ୍ୱାଭାବିକତା ପାଇଲୁ। ଭିଡିଓରେ ଥିବା ବ୍ୟକ୍ତିଙ୍କ ଶୋଇବା ସ୍ଥିତି ଅସ୍ୱାଭାବିକ ମନେ ହେଉଥିଲା। ଭିଡିଓରେ ସାଇନବୋର୍ଡରେ ଲେଖା ମଧ୍ୟ ଅସ୍ୱାଭାବିକ ମନେ ହେଉଛି ଯେଉଁଟା କୌଣସି ଭାଷା ସହିତ ମେଳ ଖାଉନି। ଏହା ସନ୍ଦେହ ସୃଷ୍ଟି କରିଛି ଯେ ଭିଡିଓଟି AI-ଜେନେରେଟେଡ୍ ହୋଇପାରେ।
ଆମେ ଭାଇରାଲ୍ ଭିଡିଓରୁ କିଛି ସ୍କ୍ରିନସଟ୍ ନେଇ ଏକ ରିଭର୍ସ ଇମେଜ୍ ସର୍ଚ୍ଚ କଲୁ। ଫଳସ୍ଵରୂପ ଆମକୁ ଏକ ଟୁଇଟ ମିଳିଲା ଯେଉଁଥିରେ ଭାଇରାଲ୍ ଭିଡିଓର ସ୍କ୍ରିନସଟ୍ ଦେଖା ଯାଇ ପାରିବ। ଟ୍ୱିଟ୍ ରେ ଲେଖାଥିଲା, “ଏହା ହେଉଛି AI ଏବଂ ଲୋକମାନେ ଏହାକୁ ସତ୍ୟ ବୋଲି ବିଶ୍ଵାସ କରୁଛନ୍ତି।”
ଆମେ ୭ ଜୁନ୍ ୨୦୨୫ରେ ଏକ ଟ୍ୱିଟ୍ରେ ଏହି ଭାଇରାଲ୍ ଭିଡିଓଟି ପାଇଲୁ। ଟ୍ୱିଟ୍ରେ ଲେଖାଥିଲା, “ରାସ୍ତାରେ ଶୋଇଥିବା ଜଣେ ବ୍ୟକ୍ତି ସିଂହୀଙ୍କ ଆକ୍ରମଣରୁ ଅଳ୍ପକେ ରକ୍ଷା ପାଇଗଲେ। ଭିଡିଓଟିର କ୍ରେଡିଟ୍ “ଦି ୱାର୍ଲ୍ଡ ଅଫ୍ ବିଷ୍ଟସ୍” କୁ ଦିଆଯାଇଥିଲା ଏବଂ ଏହା ପାଖରେ “ଆଇ” ଲେଖାଯାଇଥିଲା।
ଉପରୋକ୍ତ ତଥ୍ୟକୁ ନଜରରେ ରଖି ଆମେ “ଦି ୱାର୍ଲ୍ଡ ଅଫ୍ ବିଷ୍ଟସ୍” ୟୁଟ୍ୟୁବ ଚ୍ୟାନାଲ ସର୍ଚ୍ଚ କରିଲୁ ଯେଉଁଥିରେ ଆମକୁ ଭାଇରାଲ ଭିଡିଓ ଅପ୍ଲୋଡ ହେଇଥିବା ମିଳିଲା। ବର୍ଣ୍ଣନା ଅନୁସାରେ, ଭିଡିଓଟି ଡିଜିଟାଲ୍ ଭାବରେ ସୃଷ୍ଟି କରାଯାଇଛି ଏବଂ ଏଡିଟ୍ ମଧ୍ୟ ହୋଇଛି।
ତା’ପରେ ଆମେ ସେହି ୟୁଟ୍ୟୁବ ଚ୍ୟାନେଲ୍କୁ ଯାଞ୍ଚ କଲୁ ଏବଂ ଜାଣିଲୁ ଯେ ଏହା AI ଦ୍ୱାରା ଡିଜିଟାଲ୍ ଭାବରେ ସୃଷ୍ଟି ହୋଇଥିବା ପ୍ରାଣୀମାନଙ୍କର ଭିଡିଓ ଅପଲୋଡ୍ କରେ। ଚ୍ୟାନେଲ୍ର About ପେଜରେ କୁହାଯାଇଛି ଯେ ଏହା AI ଦ୍ୱାରା ସୃଷ୍ଟି ହୋଇଥିବା ଭିଡିଓ ଅପଲୋଡ୍ କରେ।
AI Detector ୱେବସାଇଟ ଦ୍ଵାରା ଜଣା ପଡ଼ିଛି ଯେ ଭାଇରାଲ ଭିଡିଓ କ୍ଳିପ୍ AI ବ୍ୟବହାର କରି ସୃଷ୍ଟି କରା ଯାଇଛି।
ସିଦ୍ଧାନ୍ତ:
ଆମ ଅନୁସନ୍ଧାନରୁ ପ୍ରମାଣିତ ହେଲା ଯେ ଭାଇରାଲ ଭିଡିଓକୁ AI ୱାରା ସୃଷ୍ଟି କରା ଯାଇଛି ଯାହାକୁ ସତ୍ୟ ଘଟଣା ଦାବି ସହିତ ସେୟାର କରା ଯାଉଛି।

Title:ରାସ୍ତାରେ ସୋଇଥିବା ବ୍ୟକ୍ତିଙ୍କୁ ଏକ ସିଂହ ସୁଙ୍ଗୁଠିବା ଭିଡିଓ AI ମାଧ୍ୟମର ସୃଷ୍ଟି କରା ଯାଇଛି ଯାହାକୁ ସତ୍ୟ ଘଟଣା ଦାବି ସହିତ ସେୟାର କରା ଯାଉଛି।
Fact Check By: Siddharth SahuResult: Altered
