AI ବ୍ୟବହାର କରି ସୃଷ୍ଟି କରା ଯାଇଥିବା ଏକ ଭିଡିଓକୁ ମେଲିସା ବାତ୍ୟାର ଭିଡିଓ ଦାବି ସହିତ ସେୟାର କରା ଯାଉଛି।

Misleading Social

ଅନ୍ତର୍ଜାତୀୟ ଖବର ରିପୋର୍ଟ ଅନୁଯାୟୀ, ସବୁଠାରୁ ଶକ୍ତିଶାଳୀ ଆଟଲାଣ୍ଟିକ ଘୂର୍ଣ୍ଣିବାତ୍ୟା ମଧ୍ୟରୁ ଗୋଟିଏ, ହରିକେନ୍ ମେଲିସା, ହାଇତି ଏବଂ ଜାମାଇକାରେ ପ୍ରବଳ କ୍ଷତି କରିଥିଲା ଏବଂ କ୍ୟୁବା ଆଡକୁ ଯାଇଥିଲା। ଏହି ପରିସ୍ଥିତିରେ, ଆମେରିକୀୟ ସୈନିକ ହରିକେନ୍ ମେଲିସାର କେନ୍ଦ୍ରକୁ ଯାଇ ଏକ ଭିଡିଓ ନେଇଥିଲେ। 

ଏହି ପ୍ରସଙ୍ଗରେ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି ଯେଉଁଥିରେ ଆକାଶରୁ ବାତ୍ୟାର ଭିଡିଓ ନିଆ ଯାଇଛି। ଦାବି କରା ଯାଇଛି ଯେ ଏହି ଭିଡିଓ ମେଲିସା ବାତ୍ୟାର ଅଟେ। 

କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ବିଭ୍ରାନ୍ତକାରୀ ବୋଲି ପାଇଲା। AI ବ୍ୟବହାର କରି ସୃଷ୍ଟି କରା ଯାଇଥିବା ଏକ ଭିଡିଓକୁ ମେଲିସା ବାତ୍ୟାର ଭିଡିଓ ଦାବି ସହିତ ସେୟାର କରା ଯାଉଛି।

https://archive.org/details/facebook_20251104

Facebook | Archive

ଆମ ଅନୁସନ୍ଧାନ: 

ଆମ ଅନୁସନ୍ଧାନରେ ପ୍ରଥମେ ଆମେ ଭାଇରାଲ ଭିଡିଓକୁ ବିଭିନ୍ନ ଫ୍ରେମରେ ବିଭାଜିତ କରି ପ୍ରତ୍ଯେକ ଫ୍ରେମର ଗୁଗୁଲ ରିଭର୍ସ ଇମେଜ୍ ସର୍ଚ୍ଚ କରିଲୁ। ଆମେ ଜାଣିବାକୁ ପାଇଲୁ ଯେ ଭିଡିଓଟି ୯ ଦିନ ପୂର୍ବରୁ (୨୬.୧୦.୨୦୨୫) TikTok ର @earthimpacts ଏକାଉଣ୍ଟରେ ଅପଲୋଡ୍ କରାଯାଇଥିଲା।

ଭିଡିଓରେ କୌଣସି ସ୍ଥାନରେ ଘୂର୍ଣ୍ଣିବାତ୍ୟା ମେଲିସା ବିଷୟରେ ଉଲ୍ଲେଖ ନାହିଁ। ଏହା ମଧ୍ୟ ଉଲ୍ଲେଖନୀୟ ଯେ ଏହାକୁ AI ଦ୍ୱାରା ସୃଷ୍ଟି କରାଯାଇଥିବା ଲେବଲ୍ ଏଥିରେ ଦେଖାଯାଇଛି। 

କେବଳ ସେତିକି ନୁହେଁ, ସମାନ TikTok ଏକାଉଣ୍ଟରେ ଅନେକ AI-ଜେନେରେଟେଡ୍ ଭିଡିଓ ମଧ୍ୟ ପୋଷ୍ଟ ହେଇଛି। 

ତେଣୁ ଯେତେବେଳେ ଆମେ AI ଡିଟେକ୍ଟିଭ୍ ଟୁଲ୍ ବ୍ୟବହାର କରି ଏହି ଭିଡିଓକୁ ବିଶ୍ଳେଷଣ କଲୁ, ଏହା ନିଶ୍ଚିତ ହେଲା ଯେ ଏହି ଭିଡିଓଟି AI ବ୍ୟବହାର କରି ତିଆରି କରାଯାଇଛି।

ଯଦି ଆମେ ଉପରୋକ୍ତ ଭିଡିଓକୁ ଭଲଭାବେ ଦେଖିବା, ତେବେ ଆମେ ଦେଖିପାରିବା ଯେ ଫୁଟେଜରେ ଏକ ବିମାନ ଝଡ଼ର ଆଖି ଉପରେ ଉଡ଼ୁଥିବାର ଦେଖାଯାଉଛି, ଯାହା ମେଘର ଏକ ସମତୁଲ, ଗଭୀର “ଫନେଲ୍” ମାଧ୍ୟମରେ ତଳକୁ ପ୍ରକ୍ଷେପିତ ହେଉଛି, ଯାହା ପ୍ରକୃତ ଝଡ଼ କିପରି ଦେଖାଯାଏ ତାହାର ବିପରୀତ।

ପ୍ରକୃତ ଝଡ଼ରେ, କେନ୍ଦ୍ର ଚାରିପାଖରେ ଥିବା ଉଚ୍ଚ ମେଘ ୫୦,୦୦୦ ଫୁଟ (ପ୍ରାୟ ୧୫ କିଲୋମିଟର) କିମ୍ବା ତା’ଠାରୁ ଅଧିକ ଉଚ୍ଚତାରେ ପହଞ୍ଚିପାରେ। ତେଣୁ ବିମାନଗୁଡ଼ିକ ସାଧାରଣତଃ ଏତେ ଦୂରତାରେ ଉଡ଼େ ନାହିଁ ଯେ ଏହି ମେଘ ଭିତରେ କିମ୍ବା ତଳେ କ’ଣ ଅଛି ତାହା ସ୍ପଷ୍ଟ ଭାବରେ ଦେଖିପାରିବ। 

ଯଦିଓ ସୋସିଆଲ ମିଡିଆରେ ମେଲିସା ବାତ୍ୟାର AI ଭିଡିଓ ଭାଇରାଲ ହେଉଛି, ଏହାର ଏକ ପ୍ରକୃତ ଫୁଟେଜ୍ ମଧ୍ୟ ଅଛି। ଆମେରିକା ବାୟୁସେନା ର ହରିକେନ୍ ହଣ୍ଟର ଦଳ ୨୭ ଅକ୍ଟୋବର ରେ ମେଲିସାର ଭିଡିଓ ନେଇଥିଲା ଯାହା ଆପଣ ମାନେ ନିମ୍ନରେ ଦେଖି ପାରିବେ।

ସିଦ୍ଧାନ୍ତ: 

ଆମ ଅନୁସନ୍ଧାନରୁ ପ୍ରମାଣିତ ହେଲା ଯେ ଭାଇରାଲ ଦାବି ବିଭ୍ରାନ୍ତକାରୀ ଅଟେ। AI ବ୍ୟବହାର କରି ସୃଷ୍ଟି କରା ଯାଇଥିବା ଏକ ଭିଡିଓକୁ ମେଲିସା ବାତ୍ୟାର ଭିଡିଓ ଦାବି ସହିତ ସେୟାର କରା ଯାଉଛି।

Avatar

Title:AI ବ୍ୟବହାର କରି ସୃଷ୍ଟି କରା ଯାଇଥିବା ଏକ ଭିଡିଓକୁ ମେଲିସା ବାତ୍ୟାର ଭିଡିଓ ଦାବି ସହିତ ସେୟାର କରା ଯାଉଛି।

Fact Check By: Siddharth Sahu 

Result: Misleading

Leave a Reply

Your email address will not be published. Required fields are marked *