

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଚୀନର ତିଆନଜିନ୍ରେ ଅନୁଷ୍ଠିତ ସାଂଘାଇ ସହଯୋଗ ସଂଗଠନ (SCO)ର ପରିଷଦର ୨୫ ତମ ବୈଠକରେ ଯୋଗ ଦେଇଥିଲେ। ଏହି ଗସ୍ତର ମୁଖ୍ୟ ଉଦ୍ଦେଶ୍ୟ ଥିଲା ଭାରତ-ଚୀନ୍ ସମ୍ପର୍କକୁ ମଜବୁତ କରିବା, ସୀମା ସମସ୍ୟାର ସମାଧାନ କରିବା ଏବଂ ବିଶ୍ୱ କୂଟନୈତିକ ପରିବର୍ତ୍ତନ ମଧ୍ୟରେ ଆଞ୍ଚଳିକ ସହଯୋଗକୁ ପ୍ରୋତ୍ସାହିତ କରିବା।
ବର୍ତ୍ତମାନ ସୋସିଆଲ ମିଡିଆରେ ଏହି ପ୍ରସଙ୍ଗରେ ଏକ ପୋଷ୍ଟ ସେୟାର କରାଯାଉଛି, ଯେଉଁଥିରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ମୁହଁ ସହିତ “ଭୋଟ୍ ଚୋର, ଗଦ୍ଦି ଛୋଡ଼” ଲେଖାଯାଇଛି। ଏହି ପୋଷ୍ଟ ସେୟାର କରିବା ସମୟରେ ଦାବି କରାଯାଉଛି ଯେ ଚୀନ୍ରେ ଏକ ଡ୍ରୋନ୍ ଶୋ’ରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ମୁହଁ ସହିତ “ଭୋଟ୍ ଚୋର, ଗଦ୍ଦି ଛୋଡ଼” ଭଳି ପ୍ରଦର୍ଶନ କରି ମୋଦିଙ୍କୁ ସ୍ୱାଗତ କରାଯାଇଥିଲା।
ଭାଇରାଲ ପୋଷ୍ଟ ସହିତ ଜଣେ ୟୁଜର ଲେଖିଛନ୍ତି, “ଚୀନ ପିଲା ମାନେ ମଧ୍ୟ ନୂଆ ଟେକ୍ନୋଲୋଜି ଚମତ୍କାର ପ୍ରଦର୍ଶନ କରି ସ୍ବାଗତ କଲେ ଭୋଟ ଚୋରଙ୍କୁ”

ଆମ ଅନୁସନ୍ଧାନ:
ଆମ ଅନୁସନ୍ଧାନରେ ପ୍ରଥମେ ଆମେ ଭାଇରାଲ ଫୋଟୋର ଗୁଗୁଲ ରିଭର୍ସ ଇମେଜ୍ ସର୍ଚ୍ଚ କରିଲୁ। ଫଳସ୍ୱରୂପ, ଆମେ ଚୀନ୍ ର ନ୍ୟୁଜ୍ ଏଜେନ୍ସି ଜିନହୁଆର ୨୦ ଏପ୍ରିଲ୍ ୨୦୨୫ ରେ ପ୍ରକାଶିତ ଏକ ରିପୋର୍ଟରେ ଭାଇରାଲ୍ ଦେଖିବାକୁ ଫଟୋ ପାଇଲୁ। ଏହି ଖବରରେ କେବଳ ଏକ ଝିଅର ନୃତ୍ୟ ପ୍ରଦର୍ଶନର ଡ୍ରୋନ୍ ଶୋ ଥିଲା, ଯେଉଁଥିରେ ପ୍ରଧାନମନ୍ତ୍ରୀ ମୋଦି କିମ୍ବା “ଭୋଟ୍ ଚୋର, ଗଦ୍ଦି ଛୋଡ଼” ଭଳି କୌଣସି ଲେଖା ନଥିଲା।
ଏହା ଉଲ୍ଲେଖନୀୟ ଯେ ଏହି ଫୋଟୋଟି ପ୍ରଧାନମନ୍ତ୍ରୀ ମୋଦିଙ୍କ ୩୦ ଅଗଷ୍ଟ ୨୦୨୫ ଗସ୍ତର ବହୁତ ପୂର୍ବର, ଯାହା ୧୯ ଏପ୍ରିଲ ୨୦୨୫ ରେ ଚୋଙ୍ଗକିଙ୍ଗ୍ ମ୍ୟୁନିସିପାଲିଟିର ନାନ’ଆନ୍ ଜିଲ୍ଲାରେ ଏକ ଡ୍ରୋନ୍ ଲାଇଟ୍ ଶୋ ସମୟରେ ଉଠାଯାଇଥିଲା।

ପ୍ରାପ୍ତ ସୂଚନାରୁ ସାହାଯ୍ୟ ନେଇ, ଅଧିକ ସର୍ଚ୍ଚ କରିବା ପରେ, ଆମେ ନ୍ୟୁ ଚାଇନା ଟିଭି ଏବଂ CGTN ର ଏକ ରିପୋର୍ଟ ପାଇଲୁ। ଖବର ଅନୁଯାୟୀ, ଏହି କାର୍ଯ୍ୟକ୍ରମ ୧୯ ଏପ୍ରିଲ ୨୦୨୫ ରେ ଆରମ୍ଭ ହୋଇଥିଲା। ଏହି ଶୋ ପ୍ରତି ଶନିବାର ଏବଂ ଛୁଟିଦିନରେ ଆୟୋଜିତ ହୁଏ, ଯେଉଁଥିରେ ଡ୍ରୋନ୍ କୋରିଓଗ୍ରାଫିକୁ କୋଠାଗୁଡ଼ିକର ଆଲୋକୀକରଣ ସହିତ ମିଶ୍ରଣ କରି ଏକ ଶୋ ସୃଷ୍ଟି କରାଯାଏ। ଏହି କାର୍ଯ୍ୟକ୍ରମର ନାମ ‘ଗ୍ଲାମରସ୍ ଚୋଙ୍ଗକିଙ୍ଗ୍’ ଡ୍ରୋନ୍ ଲାଇଟ୍ ଶୋ’।
ନିମ୍ନରେ ଆପଣ ମାନେ ମୂଳ ଫୋଟୋ ଏବଂ ଭାଇରାଲ ଫୋଟୋ ମଧ୍ୟରେ ତୁଳନା ଦେଖିପାରିବେ।

ସିଦ୍ଧାନ୍ତ:
ଆମ ଅନୁସନ୍ଧାନରୁ ପ୍ରମାଣିତ ହେଲା ଯେ ଭାଇରାଲ ଦାବି ମିଥ୍ୟା ଅଟେ। ମୂଳ ଫୋଟୋକୁ ଏଡିଟ୍ କରି ପ୍ରଧାନମନ୍ତ୍ରୀ ମୋଦୀଙ୍କ ମୁହଁ ଏବଂ ଅନ୍ୟ ଲେଖା ଯୋଡ଼ା ଯାଇଛି।

Title:ଡ୍ରୋନ୍ ଶୋରେ ମୋଦୀଙ୍କୁ ‘ଭୋଟ୍ ଚୋର’ ବୋଲି ଦର୍ଶାଉଥିବା ଫୋଟୋ ଏଡିଟେଡ୍ ଅଟେ।
Fact Check By: Siddharth SahuResult: Altered
