
ବର୍ତ୍ତମାନ ସୋସିଆଲ ମିଡିଆରେ ଓଡ଼ିଶା ରାଜ୍ୟ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କର ଫେସବୁକ ଏକାଉଣ୍ଟର ଏକ ଫୋଟୋ ଭାଇରାଲ ହେବାରେ ଲାଗିଛି। ଏହି ପୋଷ୍ଟରେ ତାଙ୍କର ଫେସବୁକ କଭର ଫୋଟୋ ସେୟାର କରା ଯାଇଛି ଯେଉଁଥିରେ ସେ ନବୀନ ପଟ୍ଟନାୟକଙ୍କର ପ୍ରଶଂସା କରିଛନ୍ତି। ଫୋଟୋରେ ଲେଖା ଯାଇଛି, “କାମ ନବୀନଙ୍କର ନେମପ୍ଲେଟ ଆମର।”
କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଜାଣିବାକୁ ପାଇଲା ଯେ ଭାଇରାଲ ଫୋଟୋ ଏଡିଟେଡ୍ ଅଟେ। ମୂଳ ଫୋଟୋକୁ ଏଡିଟ୍ କରି ମିଥ୍ୟା ପ୍ରଚାର କରା ଯାଉଛି।
ଫୋଟୋକୁ ଏପରି ସେୟାର କରା ଯାଉଛି ଯେପରି କି ମୋହନ ମାଝୀ ରାଜ୍ୟରେ ବିଜେପିର ବିଭିନ୍ନ କାର୍ଯ୍ୟର କ୍ରେଡିଟ୍ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ବିଜେଡ଼ି ସରକାରକୁ ଦେଇଛନ୍ତି। ନିମ୍ନରେ ଆପଣ ମାନେ ସେହି ଫୋଟୋ ଦେଖି ପାରିବେ।
ଆମ ଅନୁସନ୍ଧାନ:
ଆମ ଅନୁସନ୍ଧାନରେ ପ୍ରଥମେ ଆମେ ଓଡ଼ିଶା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କର ଫେସବୁକ ଏକାଉଣ୍ଟ ସର୍ଚ୍ଚ କରିଲୁ। ସେଠାରେ ତାଙ୍କର ଏକାଉଣ୍ଟର କାଭର ଫୋଟୋ ଭାଇରାଲ ଫୋଟୋରୁ ବିଭିନ୍ନ ବୋଲି ଜଣା ପଡିଛି। ତାଙ୍କର କାଭର ଫୋଟୋରେ ବିଜେପିର ସଦସ୍ୟତା ଅଭିଯାନ ବିଷୟରେ ଉଲ୍ଲେଖ କରା ଯାଇଛି।
ପ୍ରଧାନମନ୍ତ୍ରୀ ମୋଦୀ ଏବଂ ପାର୍ଟି ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ଫୋଟୋ ସହିତ ତାଙ୍କ ଫୋଟୋ ଅଛି। ଏଥିସହ ଗୋଟିଏ ଫୋନ୍ ନମ୍ବର ମଧ୍ୟ ଦିଆ ଯାଇଛି ଯେଉଁଥିରେ ମିସ୍ କଲ୍ କରି ଜନତା ବିଜେପି ରେ ନିଜ ଯୋଗ ଦେଇ ପାରିବେ। କାଭର ଫୋଟୋରେ ଲେଖା ଯାଇଛି, “ସଂଗଠନ ପର୍ବ…. ସଦସ୍ୟତା ଅଭିଯାନ ୨୦୨୪।” ନିମ୍ନରେ ଆପଣ ମାନେ ସେହି ଫୋଟୋ ଦେଖି ପାରିବେ।
ଏହା ପରେ ଆମେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କର ଫେସବୁକ ଏକାଉଣ୍ଟରେ ଥିବା ସମସ୍ତ କାଭର ଫୋଟୋ ଦେଖିଲୁ। ସେଥିରେ ଆମକୁ କୌଣସି ଫୋଟୋ ମିଳିଲା ନାହିଁ ଯେଉଁଥିରେ ସେ ରାଜ୍ୟର ବିଭିନ୍ନ କାମର ଶ୍ରେୟ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଦେଇଛନ୍ତି।
ଉପରୋକ୍ତ ସମସ୍ତ ଫୋଟୋ ଗୁଡ଼ିକ ୨୦୧୪ ମସିହାରୁ ନେଇ ଚଳିତ ବର୍ଷ ସେପ୍ଟେମ୍ବର ମାସ ମଧ୍ୟରେ ମୋହନ ମାଝୀଙ୍କର ଫେସବୁକ ଏକାଉଣ୍ଟରେ ଅପ୍ଲୋଡ କରା ଯାଇଥିଲା।
ନିମ୍ନରେ ଆପଣ ମାନେ ଭାଇରାଲ ଏବଂ ମୂଳ ଫୋଟୋ ମଧ୍ୟରେ ତୁଳନା ଦେଖି ପାରିବେ।
ସିଦ୍ଧାନ୍ତ:
ଆମ ଅନୁସନ୍ଧାନରୁ ପ୍ରମାଣିତ ହେଲା ଯେ ମୂଳ ଫୋଟୋକୁ ଏଡିଟ୍ କରି ଭାଇରାଲ ଫୋଟୋ ସୃଷ୍ଟି କରା ଯାଇଛି। ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କର କାଭର ଫୋଟୋରେ ବିଜେପି ସଦସ୍ୟତା ଅଭିଯାନ ବିଷୟରେ ଉଲ୍ଲେଖ କରା ଯାଇଛି। ଏଥିରେ ନବୀନ ପଟ୍ଟନାୟକଙ୍କୁ କୌଣସି ଶ୍ରେୟ ଦିଆ ଯାଇ ନାହିଁ।

Title:କ’ଣ ରାଜ୍ୟ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିଜ ଫେସବୁକ ଏକାଉଣ୍ଟର କଭର ଫୋଟୋରେ ନବୀନ ପଟ୍ଟନାୟକଙ୍କ ପ୍ରଶଂସା କରିଛନ୍ତି?
Fact Check By: Siddharth SahuResult: Altered
