ଏଡିଟ୍ ହୋଇଥିବା ଫଟୋ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଏପଷ୍ଟିନ୍ ଏବଂ କିଛି ଅନ୍ୟ ମହିଳାଙ୍କ ସହିତ ଠିଆ ହୋଇଥିବା ଦର୍ଶାଉଛି। 

Altered Political

ପ୍ରଧାନମନ୍ତ୍ରୀ ମୋଦୀଙ୍କର ଏପଷ୍ଟିନ୍ ଏବଂ ଅନ୍ୟ କିଛି ମହିଳାଙ୍କ ସହ ଏକ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଦାବି କରା ଯାଉଛି ଯେ ଏହା ଏକ ପୁରୁଣା ଫଟୋ ଯେତେବେଳେ ପ୍ରଧାନମନ୍ତ୍ରୀ ମୋଦୀ ବିଜେପିର ମହାସମ୍ପାଦକ ଥିଲେ। 

ଫଟୋ ସେୟାର କରି ଜେନ ୟୁଜର ଲେଖିଛନ୍ତି, “ରିପୋର୍ଟ ଅନୁଯାୟୀ, ଏହି ଫଟୋଟି ୧୯୯୮ ମସିହାରେ ନ୍ୟୁୟର୍କ ସହରରେ ଏକ ପାର୍ଟିରେ ଉଠାଯାଇଥିଲା, ଯେତେବେଳେ ମୋଦି ଗୁଜରାଟରେ ଭାରତୀୟ ଜନତା ପାର୍ଟି (ବିଜେପି)ର ସାଧାରଣ ସମ୍ପାଦକ ଥିଲେ।

Facebook | Archive

ଆମ ଅନୁଅନ୍ଧାନ: 

ଆମ ଅନୁସନ୍ଧାନରେ ପ୍ରଥମେ ଆମେ ଭାଇରାଲ ଫଟୋର ଗୁଗୁଲ ରିଭର୍ସ ଇମେଜ୍ ସର୍ଚ୍ଚ କରିଲୁ। ଫଳସ୍ଵରୂପ ଆମକୁ ସମାନ ଫଟୋ ହିନ୍ଦୁସ୍ତାନ ଟାଇମ୍ସ ୱେବସାଇଟରେ ପ୍ରକାଶିତ୍ତ ହେଇଥିବା ମିଳିଲା କିନ୍ତୁ ସେଥିରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ବଦଳରେ, ଡୋନାଲ୍ଡ ଟ୍ରମ୍ପ ଅଛନ୍ତି। ଭାଇରାଲ ଫଟୋରେ ଯେଉଁ ମହିଳାଙ୍କ ନିକଟରେ ପ୍ରଧାନମନ୍ତ୍ରୀ ମୋଦୀ ଚିଡ଼ା ହୋଇଛନ୍ତି ସେ ହେଉଛନ୍ତି ମେଲାନିଆ ଟ୍ରମ୍ପ (ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସ୍ତ୍ରୀ)। 

ସମାନ ଲୋକ ଥିବା ଅନ୍ୟ ଏକ ଫଟୋ ଆମକୁ ଦି ଗାର୍ଡିୟାନ ୱେବସାଇଟରେ ମଧ୍ୟ ୨୦୧୯ ରେ ପ୍ରକାଶ ପାଇଥିବା ମିଳିଲା। ଫଟୋର କ୍ୟାପ୍ସନରେ ଲେଖା ଯାଇଛି, “୧୨ ଫେବୃଆରୀ ୨୦୦୦ରେ ଫ୍ଲୋରିଡାର ପାମ୍ ବିଚ୍‌ର ମାର୍-ଏ-ଲାଗୋରେ ଡୋନାଲ୍ଡ ଟ୍ରମ୍ପ୍ ଏବଂ ତାଙ୍କ ତତ୍କାଳୀନ ପ୍ରେମିକା ମେଲାନିଆ କ୍ନାଉସ୍, ଜେଫ୍ରି ଏପଷ୍ଟାଇନ୍ ଏବଂ ଘିସଲେନ୍ ମ୍ୟାକ୍ସୱେଲ୍।

ଉପରୋକ୍ତ ଫଟୋ ଗୁଡ଼ିକରେ ଆପଣ ମାନେ ଦେଖି ପାରିବେ ଯେ ଫଟୋରେ ଡୋନାଲ୍ଡ ଟ୍ରମ୍ପକୁ ହଟାଇ ପ୍ରଧାନମନ୍ତ୍ରୀ ମୋଦୀଙ୍କର ଫଟୋ ଯୋଡ଼ା ଯାଇଛି। ଫଟୋରେ ଅନ୍ୟ ଲୋକମାନେ, ତାଙ୍କ ପୋଷାକ ଏବଂ ତାଙ୍କ ଶରୀରର ସ୍ଥିତି ସମାନ ବୋଲି ଦେଖି ପାରିବେ। ନିମ୍ନରେ ଭାଇରାଲ ଏବଂ ପ୍ରକୃତ ଫଟୋ ର ତୁଳନା ଦେଖନ୍ତୁ। 

ସିଦ୍ଧାନ୍ତ: 

ଆମ ଅନୁସନ୍ଧାନରେ ଭାଇରାଲ ଦାବି ମିଥ୍ୟା ବୋଲି ପ୍ରମାଣିତ ହେଲା। ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଏପଷ୍ଟିନ୍ ଏବଂ କିଛି ଅନ୍ୟ ମହିଳାଙ୍କ ସହିତ ଠିଆ ହୋଇଥିବା ଫଟୋକୁ ଏଡିଟ୍ କରି ତିଆରି କରା ଯାଇଛି। 

Avatar

Title:ଏଡିଟ୍ ହୋଇଥିବା ଫଟୋ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଏପଷ୍ଟିନ୍ ଏବଂ କିଛି ଅନ୍ୟ ମହିଳାଙ୍କ ସହିତ ଠିଆ ହୋଇଥିବା ଦର୍ଶାଉଛି।

Fact Check By: Siddharth Sahu 

Result: Altered

Leave a Reply

Your email address will not be published. Required fields are marked *