ଜବାହରଲାଲ ନେହେରୁ କହିଛନ୍ତି କି ସେ ସ୍ୱାଧୀନତା ସଂଗ୍ରାମରେ ଯୋଗଦାନ ଦେଇନଥିଲେ? ଯାନନୁ ସତ୍ୟତା।

Altered Political

ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ଜବାହାରଲାଲ ନେହରୂଙ୍କର ଏକ ସାକ୍ଷାତକାରର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ଯେଉଁଥିରେ ଦାବି କରା ଯାଇଛି ଯେ ସେ ନିଜେ ସ୍ଵୀକାର କରିଛନ୍ତି ଯେ ସେ ଦେଶର ସ୍ଵାଧୀନତା ସଂଗ୍ରାମରେ ଯୋଗ ଦେଇ ନାହାଁନ୍ତି।

କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଜାଣିବାକୁ ପାଇଲା ଯେ ଭାଇରାଲ ଭିଡିଓକୁ ଏଡିଟ୍ କରା ଯାଇଛି। ମୂଳ ଭିଡିଓରେ ଜବାହାରଲାଲ ନେହରୂ ମୋହମ୍ମଦ ଅଲି ଜିନ୍ନାହଙ୍କ ବିଷୟରେ କହୁଛନ୍ତି।

ଭିଡିଓରେ ନେହେରୁ କହୁଛନ୍ତି, “ମୁଁ ସ୍ଵାଧୀନତା ସଂଗ୍ରାମରେ କେବେ ବି ଯୋଗ ଦେଇ ନ ଥିଲି। ତୁମେ ତାହାର ବିରୋଧ କରିଥିଲ। ମୋର ଜାଣିବାରେ ମୁସ୍ଲିମ ଳିଗ୍ ଇଂରେଜଙ୍କ ଦ୍ଵାରା ୧୯୧୧ ରେ ଆରମ୍ଭ କରା ଯାଇଥିଲା। ଆମ ମଧ୍ୟରେ ଝଗଡ଼ା ଏବଂ ଦୂରତା ସୃଷ୍ଟି କରିବା ପାଇଁ ଏହାର ସ୍ଥାପନା କରା ଯାଇଥିଲା। ଏଥିରେ ସେମାନେ ସଫଳ ହୋଇଥିଲେ ଏବଂ ତା’ପରେ ଦେଶର ବିଭାଜନ ହୋଇଥିଲା।

ଏହା ପରେ ସାମ୍ବାଦିକ ପ୍ରଶ୍ନ କରିଥିଲେ ଯେ କ’ଣ ଆପଣ ଏବଂ ଗାନ୍ଧୀ ଏହାର ସମର୍ଥନ କରିଥିଲେ? ଏହାର ଉତ୍ତର ରେ ନେହେରୁ କହିଛନ୍ତି, “ଶେଷ ପର୍ଯ୍ୟନ୍ତ ଗାନ୍ଧୀ ଏହାର ସମର୍ଥନରେ ନଥିଲେ। ମୁଁ ମଧ୍ୟ ଏହାର ସମର୍ଥନ ରେ ନଥିଲି। କିନ୍ତୁ ଅନ୍ୟ ମାନଙ୍କର ପରି ମୁଁ ମଧ୍ୟ ନିଷ୍ପତ୍ତି ନେଇଥିଲି ଯେ ଏପରି ଅସୁବିଧା ସ୍ଥିତିରେ ନରହି ବିଭାଜନ ହେଇଯିବା ଉଚିତ

Facebook | Archive

ଆମ ଅନୁସନ୍ଧାନ: 

ଆମ ଅନୁସନ୍ଧାନରେ ପ୍ରଥମେ ଆମେ ଭାଇରାଲ ଭିଡିଓକୁ ବିଭିନ୍ନ ଫ୍ରେମରେ ବିଭାଜିତ କରିଲୁ। ଏହା ପରେ ଆମେ ପ୍ରତ୍ୟେକ ଫ୍ରେମର ଗୁଗୁଲ ରିଭର୍ସ ଇମେଜ୍ ସର୍ଚ୍ଚ କରିଲୁ। ଫଳାଫଳରେ ଆମକୁ ସମାନ ଭିଡିଓ ପ୍ରସାର ଭାରତୀ ଆର୍କାଇଏଭ ନାମକ ୟୁଟ୍ୟୁବ ଚ୍ୟାନାଲରେ ପ୍ରସାରିତ ହେଇଥିବା ମିଳିଲା। ଭିଡିଓ ସହିତ ସୂଚନା ଦିଆ ଯାଇଛି ଯେ ଏହା ୧୯୬୪ ମସିହାରେ ଜବାହାରଲାଲ ନେହରୂଙ୍କର ଟିଭି ରେ ଶେଷ ସାକ୍ଷାତକାର ଥିଲା।

ଭିଡିଓରେ ଜବାହାରଲାଲ ନେହରୂ କହୁଛନ୍ତି, “ମୋହମ୍ମଦ ଅଲି ଜିନ୍ନାହ ସ୍ଵାଧୀନତା ସଂଗ୍ରାମରେ ଆଦୌ ଜଡ଼ିତ ନଥିଲେ। ବାସ୍ତବରେ ସେ ଏହାକୁ ବିରୋଧ କରିଥିଲେ। ମୁସ୍ଲିମ ଳିଗ୍ ୧୯୧୧ ମସିହାରେ ଗଠନ କରା ଯାଇଥିଲା। ଏହା ବ୍ରିଟିଶ ମାନଙ୍କ ଦ୍ଵାରା ଗଠନ କରା ଯାଇଥିଲା ଏବଂ ଲାଗୁ କରା ଯାଇଥିଲା ଯାହା ଦ୍ଵାରା ଦେଶରେ ବିଭାଜନ ଆସୁ। ସେମାନେ ଏଥିରେ କିଛି ମାତ୍ରାରେ ସଫଳ ହେଇଥିଲେ। ତା’ପରେ ଶେଷରେ ଦେଶରେ ବିଭାଜନ ଆସିଲା।”

୨୦୧୯ ରେ ମଧ୍ୟ ପ୍ରସାର ଭାରତୀ ୟୁଟ୍ୟୁବ ଚ୍ୟାନାଲ ରେ ନେହରୁଙ୍କର ସାକ୍ଷାତ୍କାରର ସମ୍ପୁର୍ଣ୍ଣ ଭିଡିଓ ପ୍ରସାରିତ ହେଇଥିଲା। ଏହି ଭିଡିଓ ର ୧୪.୫୧ ମିନିଟ ରୁ ୧୫.୪୭ ମିନିଟ ମଧ୍ୟରେ ଆପଣ ମାନେ ଭାଇରାଲ କ୍ଲିପ୍ ଦେଖି ପାରିବେ।

ଆମେ ଜାଣିବାକୁ ପାଇଲୁ ଯେ ମୂଳ ଭିଡିଓରେ ନେହରୂ ନିଜ ବିଷୟରେ ନୁହେଁ ମୋହମ୍ମଦ ଅଲି ଜିନ୍ନାହଙ୍କ ବିଷୟରେ କହିଥିଲେ। ଭିଡିଓରେ ଯେଉଁ ସ୍ଥାନରେ ନେହରୂ ଜିନ୍ନାହଙ୍କୁ ସମ୍ବୋଧିତ କରି କହିଥିଲେ ତାହାକୁ ଏଡିଟ କରି ‘ମୁଁ’ ଯୋଡା ଯାଇଛି ଯାହା ଦ୍ଵାରା ଏପରି ଲାଗୁଛି ଯେ ନେହରୂ ନିଜ ବିଷୟରେ କହୁଛନ୍ତି।

ସିଦ୍ଧାନ୍ତ: 

ଆମ ଅନୁସନ୍ଧାନରୁ ପ୍ରମାଣିତ ହେଲା ଯେ ଭାଇରାଲ ଦାବି ମିଥ୍ୟା ଅଟେ। ମୂଳ ଭିଡିଓକୁ ଏଡିଟ୍ କରା ଯାଇଛି। ପ୍ରକୃତ ଭିଡିଓରେ ଜବାହାରଲାଲ ନେହରୂ ମୋହମ୍ମଦ ଅଲି ଜିନ୍ନାହଙ୍କ ବିଷୟରେ କହୁଛନ୍ତି, ନିଜ ବିଷୟରେ ନୁହେଁ।

Avatar

Title:ଜବାହରଲାଲ ନେହେରୁ କହିଛନ୍ତି କି ସେ ସ୍ୱାଧୀନତା ସଂଗ୍ରାମରେ ଯୋଗଦାନ ଦେଇନଥିଲେ? ଯାନନୁ ସତ୍ୟତା।

Fact Check By: Siddharth Sahu 

Result: Altered

Leave a Reply

Your email address will not be published. Required fields are marked *