କ’ଣ ରାହୁଲ ଗାନ୍ଧୀ  ନିଜ ଭାଷଣରେ ହିନ୍ଦୁ ଏବଂ ହିନ୍ଦୁତ୍ୱବାଦିଙ୍କୁ ତଡ଼ିବା ପାଇଁ କହୁଛନ୍ତି ? ଏଡିଟେଡ୍ କ୍ଲିପ ମିଥ୍ୟା ଦାବିରେ ଭାଇରାଲ କରାଯାଉଛି।

Altered Political

ସୋସିଆଲ ମିଡିଆରେ ଏକ ଭିଡିଓ ସେୟାର କରାଯାଉଛି ଯେଉଁଥିରେ ରାହୁଲ ଗାନ୍ଧୀ କହୁଛନ୍ତି ଯେ ଉଭୟ ହିନ୍ଦୁ ଏବଂ ହିନ୍ଦୁତ୍ୱବାଦିଙ୍କୁ ତଡ଼ିବାକୁ ପଡ଼ିବ। ଭିଡିଓ ସେୟାର କରି ଜଣେ ସୋସିଆଲ ମିଡିଆ ୟୁଜର ଲେଖିଛନ୍ତି, “ଗଧଭଲଙ୍କ ଗୋସେଇଁ ରାଷ୍ଟ୍ରୀୟ ଗସ ପପୁ ଦେଶରୁ ହିନ୍ଦୁଙ୍କୁ ବାହାର କରିବାକୁ ଚାହୁଁଛି

କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଜାଣିବାକୁ ପାଇଲା ଯେ ଭାଇରାଲ ଭିଡିଓରେ ରାହୁଲ ଗାନ୍ଧୀ ହିନ୍ଦୁତ୍ୱ ଏବଂ ହିନ୍ଦୁମାନଙ୍କୁ ଦେଶରୁ ବାହାର କରିବା ପାଇଁ କହୁ ନାହାଁନ୍ତି। ଭିଡିଓର କିଛି ଅଂଶକୁ ନେଇ ମିଥ୍ୟା ଦାବି ସେୟାର କରାଯାଉଛି।

Facebook | Archive

ଆମ ଅନୁସନ୍ଧାନ: 

ଆମ ଅନୁସନ୍ଧାନରେ ପ୍ରଥମେ ଆମେ ଭାଇରାଲ ଭିଡିଓକୁ ବିଭିନ୍ନ ଫ୍ରେମରେ ବିଭାଜିତ କରି ତାହାର ଗୁଗୁଲ ରିଭର୍ସ ଇମେଜ୍ ସର୍ଚ୍ଚ କରିଲୁ। ଫଳସ୍ଵରୂପ ଆମକୁ ସମାନ ଭିଡିଓ ଏବିପି ନ୍ୟୁଜ୍ ର ୟୁଟ୍ୟୁବ ଚ୍ୟାନାଲରେ ପ୍ରସାରିତ ହେଇଥିବା ମିଳିଲା। ରିପୋର୍ଟ ଅନୁଯାୟୀ, ଏହା ଡିସେମ୍ବର ୨୦୨୧ ରେ ରାଜସ୍ଥାନର ଜୟପୁରରେ ଆୟୋଜିତ ରାହୁଲ ଗାନ୍ଧୀଙ୍କର ଏକ ସଭାର ଅଟେ। ଭିଡିଓର କ୍ୟାପ୍ସନ୍ ରେ ଲେଖାଯାଇଛି, ‘ମୋଦୀ ସରକାରଙ୍କ ଅସୀମ ମୂଲ୍ୟ ବୃଦ୍ଧିକୁ ଭାରତ ପ୍ରତ୍ୟାଖ୍ୟାନ କରିଛି। ମେହଙ୍ଗାଇ ହାଟାଓ ରାଲି।‘

ଭାଇରାଲ କ୍ଲିପ୍ କୁ ଆପଣ ମାନେ ଉପରୋକ୍ତ ଭିଡିଓର ୧୨.୦୮ ସମୟ ରେ ଦେଖି ପାରିବେ। ଭିଡିଓର ରାହୁଲ ଗାନ୍ଧୀ କହିଥିଲେ, “୨୦୧୪ ଠାରୁ ହିନ୍ଦୁ ନୁହେଁ, ହିନ୍ଦୁତ୍ୱବାଦୀଙ୍କ ନିୟମ ରହିଛି। ଆମେ ପୁଣି ଥରେ ଏହି ହିନ୍ଦୁତ୍ୱବାଦୀ ମାନଙ୍କୁ ତଡ଼ିଦେବା ଏବଂ ହିନ୍ଦୁମାନଙ୍କର ଶାସନକୁ ଫେରାଇ ଆଣିବା ଉଚିତ୍।” ଏଥିରୁ ଜଣାପଡିଛି ଯେ ରାହୁଲ ଗାନ୍ଧୀ ତାଙ୍କର ସମ୍ପୂର୍ଣ୍ଣ ଭାଷଣରେ ହିନ୍ଦୁ ଏବଂ ହିନ୍ଦୁତ୍ୱବାଦୀଙ୍କ ମଧ୍ୟରେ ପାର୍ଥକ୍ୟ କରିଛନ୍ତି।

୧୨ ଡିସେମ୍ବର ୨୦୨୧ ରେ, ‘ANI’ ଟୁଇଟ୍ କରିଛି ଯେ ରାହୁଲ ଗାନ୍ଧୀ କହିଛନ୍ତି, “ହିନ୍ଦୁତ୍ୱବାଦୀମାନେ କେବଳ କ୍ଷମତା ଚାହୁଁଛନ୍ତି ଏବଂ ସେମାନେ ୨୦୧୪ ରୁ କ୍ଷମତାରେ ଅଛନ୍ତି। ଆମକୁ ଏହି ହିନ୍ଦୁତ୍ୱବାଦୀ ମାନଙ୍କୁ କ୍ଷମତାରୁ ହଟାଇବାର ଅଛି ଏବଂ ହିନ୍ଦୁମାନଙ୍କୁ କ୍ଷମତାକୁ ଫେରାଇ ଆଣିବା ଆବଶ୍ୟକ: ଜୟପୁରରେ ପାର୍ଟି ରାଲିରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ”

ମୋଟାମୋଟି କହିବାକୁ ଗଲେ ରାହୁଲ ଗାନ୍ଧୀ କହିଛନ୍ତି – “ହିନ୍ଦୁତ୍ୱବାଦୀ ମାନଙ୍କୁ କାଢ଼ୀ ହିନ୍ଦୁମାନଙ୍କ ଶାସନକୁ ଫେରାଇ ଆଣିବା ଉଚିତ୍”। ଆପଣ ମାନେ ଭାରାଳ ଏବଂ ମୂଳ ଭିଡିଓ ମଧ୍ୟରେ ତୁଳନା ନିମ୍ନରେ ଦେଖି ପାରିବେ।

ସିଦ୍ଧାନ୍ତ: 

ଭାଇରାଲ ଭିଡିଓରେ ରାହୁଲ ଗାନ୍ଧୀ ହିନ୍ଦୁତ୍ୱ ଏବଂ ହିନ୍ଦୁମାନଙ୍କୁ ଦେଶରୁ ବାହାର କରିବା ପାଇଁ କହୁ ନାହାଁନ୍ତି। ଭିଡିଓରେ କିଛି ଅଂଶକୁ ନେଇ ମିଥ୍ୟା ଦାବି ସହିତ ଭାଇରାଲ କରାଯାଉଛି।

Avatar

Title:କ’ଣ ରାହୁଲ ଗାନ୍ଧୀ ନିଜ ଭାଷଣରେ ହିନ୍ଦୁ ଏବଂ ହିନ୍ଦୁତ୍ୱବାଦିଙ୍କୁ ତଡ଼ିବା ପାଇଁ କହୁଛନ୍ତି ? ଏଡିଟେଡ୍ କ୍ଲିପ ମିଥ୍ୟା ଦାବିରେ ଭାଇରାଲ କରାଯାଉଛି।

Fact Check By: Siddharth Sahu 

Result: Altered

Leave a Reply

Your email address will not be published. Required fields are marked *