ଗଣତନ୍ତ୍ରକୁ ବଞ୍ଚାଇବା ମୋର କାମ ନୁହେଁ”: ରାହୁଲ ଗାନ୍ଧୀଙ୍କ ଆଂଶିକ ଭିଡିଓ ଭାଇରାଲ୍

Altered Political

ଲୋକସଭାର ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କ ଏକ ସାମ୍ବାଦିକ ସମ୍ମିଳନୀର ଭିଡିଓ ଭାଇରାଲ ହେଉଛି। ଏଥିରେ ସେ କହୁଛନ୍ତି, “ମୁଁ ବିରୋଧୀ ଦଳ ନେତା ଏବଂ ମୋର କାମ ସରକାରଙ୍କ ଉପରେ ଚାପ ପକାଇବା। ଭାରତର ଗଣତନ୍ତ୍ରକୁ ବଞ୍ଚାଇବା ମୋର କାମ ନୁହେଁ।”

କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ପାଇଲା। ଯାଞ୍ଚ ପରେ ଜଣାପଡିଲା ଯେ ଭାଇରାଲ ଭିଡିଓଟି ଅସମ୍ପୂର୍ଣ୍ଣ। ରାହୁଲ ଗାନ୍ଧୀ ଭାରତୀୟ ଗଣତନ୍ତ୍ର ବିରୁଦ୍ଧରେ କହୁ ନଥିଲେ।

କ’ଣ ଦାବି କରା ଯାଇଛି ପୋଷ୍ଟରେ? 

ଭିଡିଓ ସେୟାର କାରୀ ଜଣେ ୟୁଜର ଲେଖିଛନ୍ତି, “ଦୁଇ ଦିନ ହେଲା ଭାବିଥିଲି ଆଉ କିଛି ରାଜନୀତିକ ପୋଷ୍ଟ କରିବିନି । ହଟାତ ସାମ୍ନାକୁ ଆସି ଗଲା ଇଏ ପାଗଳ ଶୁଣନ୍ତୁ କଣ କହୁଚି”

Facebook | Archive

ଆମ ଅନୁସନ୍ଧାନ:

ଭାଇରାଲ୍ ଭିଡିଓରେ ଜଣେ ସାମ୍ବାଦିକ ପ୍ରଶ୍ନ ପଚାରୁଛନ୍ତି, “ଯଦି ଆପଣଙ୍କ ପାଖରେ ପ୍ରମାଣ ଅଛି ଏବଂ ନିର୍ବାଚନ କମିଶନଙ୍କ ଠାରୁ କୌଣସି ଉତ୍ତର ମିଳୁନାହିଁ, ତେବେ ଆପଣ କ’ଣ କୋର୍ଟ ଯିବେ?

ଏହି ପ୍ରଶ୍ନର ଉତ୍ତର ଦେଇ ରାହୁଲ ଗାନ୍ଧୀ କହିଥିଲେ, “ସାଧାରଣ ପରିସ୍ଥିତିରେ ବିରୋଧୀ ଦଳ ନେତା ଭାବରେ ମୋର କାମ ହେଉଛି ବିରୋଧୀ ଦଳ ଭୂମିକା ଗ୍ରହଣ କରିବା, ସରକାରଙ୍କ ଉପରେ ଚାପ ପକାଇବା। ମୋର କାମ ଭାରତର ଗଣତନ୍ତ୍ରକୁ ରକ୍ଷା କରିବା ନୁହେଁ।”

ଏହି ଭିଡିଓକୁ ସେୟାର କରିବା ସମୟରେ ୟୁଜର୍ସମାନେ କ୍ୟାପସନରେ ଲେଖିଛନ୍ତି, “ଭାରତର ଗଣତନ୍ତ୍ରକୁ ବଞ୍ଚାଇବା ମୋର କାମ ନୁହେଁ: ରାହୁଲ ଗାନ୍ଧୀ।”

ସମ୍ପୂର୍ଣ୍ଣ ଭାଷଣ ଦେଖିବା ପରେ, ଏହା ସ୍ପଷ୍ଟ ଯେ ରାହୁଲ ଗାନ୍ଧୀ ‘ଆମେ ଗଣତନ୍ତ୍ର ବିରୋଧୀ’ ବୋଲି କୌଣସି ବିବୃତ୍ତି ଦେଇ ନାହାଁନ୍ତି।

ଉପରୋକ୍ତ ଭିଡିଓରେ ୩୦.୨୪ ମିନିଟରେ ରାହୁଲ ଗାନ୍ଧୀ କିଛି କଥିତ ପ୍ରମାଣ ଦେଖାଇ ଏବଂ ଭୋଟ ଜାଲିଆତି ଅଭିଯୋଗ ଆଣି କହିଛନ୍ତି, “ବିଜେପି ନିଜ ସୁବିଧା ଅନୁସାରେ ବିଭିନ୍ନ ରାଜ୍ୟରେ ଭୋଟ ର ତାଲିକାରେ ନାମ ବାଦ ଦେବା କିମ୍ବା ଯୋଡିବା ପାଇଁ ସଫ୍ଟୱେର୍ ବ୍ୟବହାର କରୁଛି। ନିର୍ବାଚନ କମିଶନ ଏବଂ ଏହାର ଅଧ୍ୟକ୍ଷ ଜ୍ଞାନେଶ କୁମାର ଏସବୁ ବିଷୟରେ ଅବଗତ ଅଛନ୍ତି। ମୁଁ ମୋର ସହକର୍ମୀଙ୍କୁ କହିଥିଲି ଯେ ଏହି ମାମଲାରେ କଳା ଏବଂ ଧଳା ପ୍ରମାଣ (ଲିଖିତ ପ୍ରମାଣ) ନହେଲେ ମୁଁ ମଞ୍ଚକୁ ଯିବି ନାହିଁ। ମୁଁ ସମ୍ବିଧାନ ଏବଂ ଗଣତନ୍ତ୍ରକୁ ରକ୍ଷା କରୁଛି ଏବଂ ଆପଣଙ୍କ ସମ୍ମୁଖରେ ସତ୍ୟ ଆଣୁଛି।”

ଏହା ବ୍ୟତୀତ, ୩୯.୫୩ ମିନିଟରେ, ଜଣେ ସାମ୍ବାଦିକ ରାହୁଲ ଗାନ୍ଧୀଙ୍କୁ ପଚାରିଛନ୍ତି, “ଯଦି ଆପଣଙ୍କ ପାଖରେ ପ୍ରମାଣ ଅଛି ଏବଂ ECI (ନିର୍ବାଚନ କମିଶନ) ଠାରୁ କୌଣସି ପ୍ରତିକ୍ରିୟା ଆସୁନାହିଁ, ତେବେ ଆପଣ କ’ଣ କୋର୍ଟ ଯିବେ?”

ଏହି ପ୍ରଶ୍ନର ଉତ୍ତର ଦେଇ ରାହୁଲ ଗାନ୍ଧୀ କୁହନ୍ତି, “ମୋର କାମ ବିରୋଧୀ ଦଳର ନେତା, ସାଧାରଣ ପରିସ୍ଥିତିରେ ମୋର କାମ ବିରୋଧୀ ଦଳର ଭୂମିକା ଗ୍ରହଣ କରିବା, ସରକାରଙ୍କ ଉପରେ ଚାପ ପକାଇବାର ଭୂମିକା ଗ୍ରହଣ କରିବା। ମୋର କାମ ଭାରତର ଗଣତନ୍ତ୍ରକୁ ରକ୍ଷା କରିବା ନୁହେଁ, ମୁଁ ତାହା କରୁଛି। ମୁଁ ମଞ୍ଚ ଉପରେ ଏହା କରୁଛି। ମୁଁ ଭାବୁଛି, ଜଣେ ଦେଶପ୍ରେମୀ ଭାରତୀୟ ଭାବରେ, ଭାରତର ପ୍ରେମୀ ଭାବରେ, ସମ୍ବିଧାନ ପ୍ରେମୀ ଭାବରେ, ଭାରତର ଲୋକଙ୍କ ନିକଟରେ ସତ୍ୟ ଉପସ୍ଥାପନ କରିବା ମୋର କର୍ତ୍ତବ୍ୟ। ଏବେ ଯଦି ଭାରତରେ ସଂସ୍ଥାଗୁଡ଼ିକ ଏହି ମାମଲାରେ କିଛି କରିବାକୁ ଚାହାଁନ୍ତି, ତେବେ ସେମାନେ ତାହା କରିବେ। ମୁଁ ଆପଣଙ୍କୁ କହିଲି, ମୁଁ ଆଶ୍ଚର୍ଯ୍ୟ ହେଉଛି ଯେ ନିର୍ବାଚନ କମିଶନର ଲୋକ ଆସୁଛନ୍ତି, ସୂଚନା ଦେଉଛନ୍ତି ଏବଂ ଏହା ବୃଦ୍ଧି ପାଉଛି।”

ସିଦ୍ଧାନ୍ତ: 

ଆମ ଅନୁସନ୍ଧାନରୁ ପ୍ରମାଣିତ ହେଲା ଯେ ଭାଇରାଲ ଭିଡିଓ ଅସମ୍ପୂର୍ଣ୍ଣ। ମୂଳତଃ, ରାହୁଲ ଗାନ୍ଧୀ ଭାରତୀୟ ଗଣତନ୍ତ୍ର ବିରୁଦ୍ଧରେ କହୁନଥିଲେ। ମୂଳ ଭିଡିଓଟି ଏଡିଟ୍ କରି ତାହାର ଏକ ଆଂଶିକ ବିବୃତ୍ତି ସେୟାର କରା ଯାଉଛି।

Avatar

Title:ଗଣତନ୍ତ୍ରକୁ ବଞ୍ଚାଇବା ମୋର କାମ ନୁହେଁ”: ରାହୁଲ ଗାନ୍ଧୀଙ୍କ ଆଂଶିକ ଭିଡିଓ ଭାଇରାଲ୍

Fact Check By: Siddharth Sahu 

Result: Altered

Leave a Reply

Your email address will not be published. Required fields are marked *