ଅମିତ ଶାହଙ୍କ ଭାଷଣ ବିବାଦ: କ’ଣ ୧୮୫୭ ମହାକ୍ରାନ୍ତି ସାବର୍କର ବିନା ଅସମ୍ଭବ ଥିଲା ବୋଲି କହିଥିଲେ ଅମିତ ଶାହ?

Misleading Political

ବର୍ତ୍ତମାନ ସୋସିଆଲ ମିଡିଆରେ ଏକ ଖବରକାଗଜର କ୍ଳିପ୍ ଭାଇରାଲ ହେବାରେ ଲାଗିଛି ଯେଉଁଥିରେ ଗୃହମନ୍ତ୍ରୀ ଅମିତ ଶାହ ସ୍ବାଦୀନତା ସଂଗ୍ରାମୀ ବୀର ସାବର୍କରଙ୍କୁ ନେଇ ନିଜ ମନ୍ତବ୍ୟ ଦେଇଛନ୍ତି। ୟୁଜର ମାନେ ଦାବି କରୁଛନ୍ତି ଯେ ଅମିତ ଶାହ କହିଛନ୍ତି, ବୀର ସାବର୍କରଙ୍କ ଯୋଗଦାନ ବିନା ୧୮୭୫ ସ୍ଵାଧୀନତା ସଂଗ୍ରାମ ସମ୍ଭବ ନଥିଲା। ଏହା ନେଇ ସୋସିଆଲ ମିଡିଆରେ ପରିହାସ କରା ଯାଉଛି ଯେ ସାବର୍କରଙ୍କ ଜନ୍ମ ୧୮୮୩ ରେ ହୋଇଥିଲା,  ତେବେ ସେ କେଉଁପରି ସ୍ଵାଧୀନତା ସଂଗ୍ରାମରେ ଯୋଗ ଦେଇ ଥିଲେ। 

କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ପାଇଲା। ଅମିତ ଶାହ କହିଛନ୍ତି ଯେ ସାବର୍କର ୧୮୫୭ କ୍ରାନ୍ତିକୁ ଫାର୍ଷ୍ଟ ୱାର ଅଫ୍ ଇଣ୍ଡିପେଣ୍ଡେନ୍ସ ନାମ ଦେଇଥିଲେ। ୧୮୫୭ ଯୁଧ୍ୟରେ ସାବର୍କର ଯୋଗ ଦେବା କଥା ଅମିତ ଶାହ କହି ନାହାଁନ୍ତି।

Facebook | Archive

ଆମ ଅନୁସନ୍ଧାନ: 

ଆମ ଅନୁସନ୍ଧାନରେ ପ୍ରଥମେ ଆମେ ବିଭିନ୍ନ ମୁଖ୍ୟଶବ୍ଦ ବ୍ୟବହାର କରି ଐଠ ଶାହଙ୍କ ଦ୍ଵାରା ସାବର୍କରଙ୍କ ବିଷୟରେ ଦିଆ ଯାଇଥିବା ମନ୍ତବ୍ୟକୁ ସର୍ଚ୍ଚ କରିଲୁ। ଫଳସ୍ଵରୂପ ଆମକୁ ଏନଡ଼ିଟିଭି ର ୟୁଟ୍ୟୁବ ଚ୍ୟାନାଲରେ ଏକ ରିପୋର୍ଟ ପ୍ରକାଶ ପାଇଥିବା ମିଳିଲା। ରିପୋର୍ଟ ଅନୁଯାୟୀ, ଅମିତ ଶାହ କହିଛନ୍ତି, “ଯଦି ବୀର ସାଭର୍କାର ନଥାନ୍ତେ , ତେବେ ଆମେ ୧୮୫୭ରେ ହୋଇଥିବା ସଂଗ୍ରାମକୁ ଗୋଟିଏ ବିପ୍ଲବ ବୋଲି ଜାଣିଥାନ୍ତେ । ସାଭର୍କାର ୧୮୫୭ ରେ ହୋଇଥିବା କ୍ରାନ୍ତି ର ନାମ ‘ଫାଷ୍ଟ ୱାର ଅଫ ଇନ୍ଡିପେନଡେନ୍ସ’ ଦେଇଥିଲେ । ”

ସମାନ ଖବର ୧୭ ଅକ୍ଟୋବର ୨୦୧୯ ରେ ଦି ନ୍ୟୁ ଇଣ୍ଡିଆନ ଏକ୍ସପ୍ରେସ ପତ୍ରିକାରେ ପ୍ରକାଶିତ ହୋଇଥିଲା। ରିପୋର୍ଟ ଅନୁଯାୟୀ, ବନାରସ ହିନ୍ଦୁ ବିଶ୍ୱବିଦ୍ୟାଳୟରେ ଏକ ସେମିନାରରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ୧୮୫୭ ବିଦ୍ରୋହକୁ “ଭାରତର ପ୍ରଥମ ସ୍ୱାଧୀନତା ଯୁଦ୍ଧ” ବୋଲି କହିବାରେ ପ୍ରଥମ ବ୍ୟକ୍ତି ହୋଇଥିବାରୁ ବିନାୟକ ଦାମୋଦର ସାଭରକରଙ୍କୁ ପ୍ରଶଂସା କରିଥିଲେ। ସେ ଏହା ମଧ୍ୟ କହି ଥିଲେ ଯେ ସାଭରକରଙ୍କ ବିନା ଏହାକୁ କେବଳ ଏକ ବିଦ୍ରୋହ ଭାବରେ ଦେଖାଯାଇଥାନ୍ତା।

୨୦୧୯ ର ଇଣ୍ଡିଆ ଟୁଡେର ଏକ ଟୁଇଟ ଅନୁଯାୟୀ, ଅମିତ ଶାହ କହିଛନ୍ତି, “ବୀର ସାଭରକର ହିଁ ୧୮୫୭ ବିଦ୍ରୋହକୁ ପ୍ରଥମ ସ୍ୱାଧୀନତା ସଂଗ୍ରାମର ନାମ ଦେଇଥିଲେ।”

ସିଦ୍ଧାନ୍ତ: 

ଆମ ଅନୁସନ୍ଧାନରୁ ପ୍ରମାଣିତ ହେଲା ଯେ ଭାଇରାଲ ଦାବି ମିଥ୍ୟା ଅଟେ। ୧୮୫୭ ମହାକ୍ରାନ୍ତି ସାବର୍କର ବିନା ଅସମ୍ଭବ ଥିଲା ବୋଲି ଅମିତ ଶାହ କହି ନାହାଁନ୍ତି। ଅମିତ ଶାହ କହିଥିଲେ ଯେ ବୀର ସାଭରକର ହିଁ ୧୮୫୭ ବିଦ୍ରୋହକୁ ପ୍ରଥମ ସ୍ୱାଧୀନତା ସଂଗ୍ରାମର ନାମ ଦେଇଥିଲେ।

Avatar

Title:ଅମିତ ଶାହଙ୍କ ଭାଷଣ ବିବାଦ: କ’ଣ ୧୮୫୭ ମହାକ୍ରାନ୍ତି ସାବର୍କର ବିନା ଅସମ୍ଭବ ଥିଲା ବୋଲି କହିଥିଲେ ଅମିତ ଶାହ?

Fact Check By: Siddharth Sahu  

Result: Misleading

Leave a Reply

Your email address will not be published. Required fields are marked *