କୁୱେତରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ‘ହାଲା ମୋଦି’ କାର୍ଯ୍ୟକ୍ରମରେ ଖାଲି ଚେୟାର ଥିବା ଭାଇରାଲ ଦାବି ମିଥ୍ୟା

False Political

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୨୧ ଏବଂ ୨୨ ଡିସେମ୍ବର ରେ କୁୱେତ ଗସ୍ତ କରିଥିଲେ। ୪୩ ବର୍ଷର ବ୍ୟବଧାନ ପରେ କୁୱେତ ଗସ୍ତରେ ସେ ପ୍ରଥମ ଭାରତୀୟ ପ୍ରଧାନମନ୍ତ୍ରୀ ହୋଇଛନ୍ତି। କୁୱେତର ମହାମହିମ ଶେଖ ମେଶାଲ ଅଲ-ଅହମଦ ଅଲ-ଜାବର ଅଲ-ସବାହଙ୍କ ନିମନ୍ତ୍ରଣରେ, ପ୍ରଧାନମନ୍ତ୍ରୀ ମୋଦି ସେଠାକୁ ସରକାରୀ ଗସ୍ତ କରିଥିଲେ। 

ଏହି ପ୍ରସଙ୍ଗରେ, ଏବେ ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେଉଛି ଯେଉଁଥିରେ ଦାବି କରାଯାଇଛି ଯେ କୁୱେତରେ ମୋଦିଙ୍କ କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ କୌଣସି ଦର୍ଶକ ନଥିଲେ, ତାଙ୍କ ‘ହାଲା ମୋଦି’ କାର୍ଯ୍ୟକ୍ରମରେ ସମସ୍ତ ଚେୟାର ଖାଲି ଥିଲା।

ପୋଷ୍ଟରେ କାର୍ଯ୍ୟକ୍ରମର ମଞ୍ଚର ଏକ ଭିଡିଓ ରହିଛି, ଯାହାର ଶୀର୍ଷକ “ହାଲା ମୋଦି”। ଭିଡିଓଟି ଦେଖିଲେ ସ୍ପଷ୍ଟ ହେଉଛି ଯେ ମୋଦି ମଞ୍ଚରେ ନାହାନ୍ତି। ମଞ୍ଚରେ ଦୁଇ କିମ୍ବା ତିନି ଜଣ ଲୋକ ଠିଆ ହୋଇଛନ୍ତି। ମଞ୍ଚର ଉଭୟ ପାର୍ଶ୍ୱରେ ଏବଂ ଉପରେ ଲାଗିଥିବା ସ୍କ୍ରିନରେ ମୋଦିଙ୍କ ପ୍ରତିଛବି ଏବଂ ‘ହାଲା ମୋଦି’ ଶବ୍ଦ ଦୃଶ୍ୟମାନ ହେଉଛି।

ଭିଡିଓ ସେୟାର କରି ଜଣେ ୟୁଜର ଲେଖିଛନ୍ତି, “କୁୱେତରେ ପ୍ରଧାନମନ୍ତ୍ରୀ ମୋଦିଙ୍କ କାର୍ଯ୍ୟକ୍ରମରେ ଅନେକ ଲୋକ”

Facebook | Archive

ଆମ ଅନୁସନ୍ଧାନ: 

ଆମ ଅନୁସନ୍ଧାନରେ ପ୍ରଥମେ ଆମେ ଭାଇରାଲ ଭିଡିଓକୁ ବିଭିନ୍ନ ଫ୍ରେମରେ ବିଭାଜିତ କରିଲୁ। ଏହା ପରେ ଆମେ ପ୍ରତ୍ୟେକ ଫ୍ରେମରେ ଗୁଗୁଲ ରିଭର୍ସ ଇମଜ୍ ସର୍ଚ୍ଚ କରିଲୁ। ଫଳାଫଳରେ ଆମକୁ ସମାନ ଭିଡିଓ ୨୦ ଡିସେମ୍ବର ୨୦୨୪ ରେ ‘ଇଟି ନାଓ’ ର ଫେସବୁକ ଏକାଉଣ୍ଟରେ ପୋଷ୍ଟ ହେଇଥିବା ମିଳିଲା। କ୍ୟାପ୍ସନ୍ ରେ ଲେଖା ଯାଇଛି, “ଡିସେମ୍ବର ୨୧ ରେ କୁୱେତର ଶେଖ ସାଦ ଅଲ ଅବଦୁଲ୍ଲା ସ୍ପୋର୍ଟସ କମ୍ପ୍ଲେକ୍ସରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ‘ହାଲା ମୋଦି’ କାର୍ଯ୍ୟକ୍ରମ ପାଇଁ ପ୍ରସ୍ତୁତି ଜୋରସୋରରେ ଚାଲିଛି।

କୁୱେତର ହାଲା ମୋଦି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ମୋଦୀ ପ୍ରବାସୀ ଭାରତୀୟଙ୍କୁ ସମ୍ବୋଧିତ କରିଥିଲେ। ଯାହାକୁ ଅନେକ ଗଣମାଧ୍ୟମ ସଂସ୍ଥା ମଧ୍ୟ କଭରେଜ୍ କରିଥିଲେ। ସେହି ଭିଡିଓଗୁଡ଼ିକରେ ସ୍ପଷ୍ଟ ଭାବରେ ଦେଖାଯାଉଛି ଯେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଶୁଣିବା ପାଇଁ କାର୍ଯ୍ୟକ୍ରମରେ ଲୋକଙ୍କ ଭିଡ଼ ଜମା ହୋଇଥିଲା। 

ଆମେ ଜାଣିବାକୁ ପାଇଲୁ ଯେ ଭାଇରାଲ ଭିଡିଓରେ ପ୍ରଧାନମନ୍ତ୍ରୀଙ୍କ ଭାଷଣ ଇଂରାଜୀ ଭାଷାରେ ଅଛି। କିନ୍ତୁ ସେ କୁୱେତରେ ହିନ୍ଦୀରେ ଭାଷଣ ଦେଇଥିଲେ। ଯେତେବେଳେ ଆମେ ଭିଡିଓରେ ଥିବା ଭାଷଣ ବିଷୟରେ ସର୍ଚ୍ଚ କରିଲୁ ଯାହା “ବନ୍ଧୁଗଣ, ଏହି ପ୍ରବାସୀ ଭାରତୀୟ ଦିବସ ଅନେକ ଦୃଷ୍ଟିରୁ ବିଶେଷ” ସହିତ ଆରମ୍ଭ ହୋଇଛି, ଆମେ ଜାଣିକୁ ଯେ ଏହି ଅଡିଓ ଜାନୁଆରୀ ୨୦୨୩ ରେ ପ୍ରବାସୀ ଭାରତୀୟ ଦିବସ କାର୍ଯ୍ୟକ୍ରମରେ ମୋଦୀଙ୍କ ଇଂରାଜୀ ଭାଷଣର ଏକ ଅଂଶ ଅନ୍ତର୍ଭୁକ୍ତ। 

ବିଭିନ୍ନ ମୁଖ୍ୟଶବ୍ଦ ବ୍ୟବହାର କରି ସର୍ଚ୍ଚ କରିବା ପରେ ଆମକୁ ମୂଳ ଭାଷଣର ଭିଡିଓ ୧୯ ଜାନୁଆରୀ ୨୦୨୩ ରେ ମୋଦିଙ୍କ ଅଫିସିଆଲ୍ ୟୁଟ୍ୟୁବ୍ ଆକାଉଣ୍ଟରେ ପ୍ରକାଶିତ ହୋଇଥିବା ମିଳିଲା। 

ସିଦ୍ଧାନ୍ତ: 

ଆମ ଅନୁସନ୍ଧାନରୁ ପ୍ରମାଣିତ ହେଲା ଯେ ଭାଇରାଲ ଦାବି ମିଥ୍ୟା ଅଟେ। ଭାଇରାଲ ଭିଡିଓଟି କୁୱେତରେ ହାଲା ମୋଦି କାର୍ଯ୍ୟକ୍ରମ ଆରମ୍ଭ ହେବା ପୂର୍ବର ଦୃଶ୍ୟ ଅଟେ। ପ୍ରଧାନମନ୍ତ୍ରୀ ମୋଦି ଏକ ବିଶାଳ ଜନସମାବେଶକୁ ସମ୍ବୋଧିତ କରିଥିଲେ। 

Avatar

Title:କୁୱେତରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ‘ହାଲା ମୋଦି’ କାର୍ଯ୍ୟକ୍ରମରେ ଖାଲି ଚେୟାର ଥିବା ଭାଇରାଲ ଦାବି ମିଥ୍ୟା

Written By: Siddharth Sahu  

Result: False

Leave a Reply

Your email address will not be published. Required fields are marked *