ଛୋଟ-ଛୋଟ ଶିଶୁଙ୍କୁ ମାରିଥିବା ଜଣେ ହମାସ୍ ଆତଙ୍କବାଦୀର ଇଜ୍ରାଏଲ୍ ହାତ କାଟିଥିବା ଏବଂ କିଡନୀ ବାହାର କରିଦେଇଥିବା ଦାବି ମିଥ୍ୟା ଅଟେ।

False Social

ଗୁରୁତ ଭାବରେ ଆଘାତ ହୋଇଥିବା ଜଣେଯୁବକଙ୍କର ଫୋଟୋ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଦାବି କରା ଯାଉଛି ଯେ ଏହି ଯୁବକ ଜଣେ ହମାସ୍ ଆତଙ୍କବାଦୀ ଯିଏ ଅନେକ ଶିଶୁଙ୍କୁ ନିର୍ମମ ଭାବରେ ହତ୍ୟା କରିଥିଲେ। ଇଜ୍ରାଏଲ୍ ଆକ୍ରମଣ ସମୟରେ ତାଙ୍କୁ ଜବତ କରି ତାଙ୍କ ଦୁଇଟି ହାତ ଏବଂ କିଡନୀ ବାହାର କରି ଦେଇଛି। 

କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ପାଇଲା। ୨୦୨୪ ରେ ଗୋଟିଏ ଆପାର୍ଟମେଣ୍ଟକୁ ଇଜ୍ରାଏଲ୍ ଆକ୍ରମଣ କରିଥିବା ବେଳେ ଏହି ଯୁବକ ଗୁରୁତର ଆହତ ହୋଇଥିଲେ।

କ’ଣ ଦାବି କରା ଯାଇଛି ପୋଷ୍ଟରେ? 

ଫୋଟୋ ସେୟାର କରି ଜଣେ ସୋସିଆଲ ମିଡିଆ ୟୁଜର ଲେଖିଛନ୍ତି, “ନାମ ମହମଦ ମହରୁଫ୍ । ପାଲେଷ୍ଟାଇନ ର ଆତାଙ୍କବାଦୀ ସଂଗଠନ ହମାସ ର ଜଣେ କ୍ରୁର ସଦସ୍ୟ । ୨୦୧୪ ମସିହା ଅକ୍ଟୋବର ୭ ତାରିଖ ଦିନ ଇସ୍ରାଏଲ ଉପରେ ହେଇଥିବା ଆତାଙ୍କବାଦୀ ଆକ୍ରମଣ ସମୟ ରେ ଇଏ ଛୋଟ ଛୋଟ ପିଲା ମାନଙ୍କୁ ମାରି ଖଣ୍ଡ ଖଣ୍ଡ କରି ନିଆଁ ରେ ପକେଇ ଦେଇ ଥିଲା | ଇସ୍ରାଏଲ ତାକୁ ଧରି ଜୀବନ ରେ ନି ମାରି ଦୁଇ ହାତ କାଟି ଦେବା ସହ ଗୋଟିଏ କିଉନି ବାହାର କରି ଦେଲା । ତା ପରେ ତାହାର ଯୌନାଙ୍ଗ କାଟି ଛାଡି ଦେଲା।

Facebook | Archive

ଆମ ଅନୁସନ୍ଧାନ: 

ଆମ ଅନୁସନ୍ଧାନରେ ପ୍ରଥମେ ଆମେ ଭାଇରାଲ ଫୋଟୋର ଗୁଗୁଲ ରିଭର୍ସ ଇମେଜ୍ ସର୍ଚ୍ଚ କରିଲୁ। ଫଳସ୍ଵରୂପ ଆମକୁ ସମାନ ଫୋଟୋ ୩୧ ଅଗଷ୍ଟ ୨୦୨୪ ରେ ଆଲାମୀ ୱେବସାଇଟରେ ପୋଷ୍ଟ ହେଇଥିବା ମିଳିଲା। ସୂଚନା ଅନୁଯାୟୀ, ଏହି ଯୁବକଙ୍କ ନାମ ହେଉଛି ଦିଆ-ଅଲ୍-ଅଦିନି। ୨୦୨୪ ରେ ହମାସ୍ ର ଗୋଟିଏ ଆପାର୍ଟମେଣ୍ଟ ଉପରେ ଇଜରାଏଲି ଆକ୍ରମଣରେ ସେ ଗୁରୁତ ଭାବରେ ଆଘାତ ହୋଇଥିଲେ। ଡାକ୍ତରଖାନାରେ ଚିକିତ୍ସା ଅଭାବ ଯୋଗୁଁ ଆହତମାନଙ୍କୁ ଜୀବିତ ରଖିବା ପାଇଁ ଡାକ୍ତରମାନେ ଅନେକ ରୋଗୀଙ୍କ ଅଙ୍ଗପ୍ରତ୍ୟଙ୍ଗ କାଟିବାକୁ ବାଧ୍ୟ ହେଇଥିଲେ। 

ର୍ୟୁଟର୍ସ ରିପୋର୍ଟ ଅନୁଯାୟୀ, “ଅଗଷ୍ଟ 2024 ରେ, ଗାଜାର 15 ବର୍ଷୀୟ ଡିଆ ଅଲ-ଆଦିନି ଏକ ଅସ୍ଥାୟୀ କଫି ହାଉସରେ ଥିବା ସମୟରେ ଇସ୍ରାଏଲୀ ବିମାନ ଆକ୍ରମଣରେ ଉଭୟ ହାତ ହରାଇଥିଲେ। ଏହି ଆକ୍ରମଣରେ ତାଙ୍କ ମାଉସୀ ଏବଂ ତାଙ୍କ ପରିବାରର ମଧ୍ୟ ଜୀବନ ହରାଇଥିଲେ। କୃତ୍ରିମ ହାତ ପାଇଁ ଫିଟ୍ ହୋଇଥିବା ସତ୍ତ୍ୱେ, ସେ ତାଙ୍କ ମାଉସୀଙ୍କ ମୃତ୍ୟୁରେ ଗଭୀର ଶୋକ ପ୍ରକାଶ କରନ୍ତି। ଦିଆ ଅନ୍ୟ ପିଲାମାନଙ୍କ ପରି ବଞ୍ଚିବାକୁ, ଶିକ୍ଷା ଗ୍ରହଣ କରିବାକୁ ଏବଂ ଜୀବନକୁ ଉପଭୋଗ କରିବାକୁ ଇଚ୍ଛା କରନ୍ତି।

ସିଦ୍ଧାନ୍ତ: 

ଆମ ଅନୁସନ୍ଧାନରୁ ପ୍ରମାଣିତ ହେଲା ଯେ ଭାଇରାଲ ଦାବି ମିଥ୍ୟା ଅଟେ। ୨୦୨୪ ରେ ଗୋଟିଏ ଆପାର୍ଟମେଣ୍ଟକୁ ଇଜ୍ରାଏଲ୍ ଆକ୍ରମଣ କରିଥିବା ବେଳେ ଏହି ଯୁବକ ଗୁରୁତର ଆହତ ହୋଇଥିଲେ। ଇଜରାଏଲ୍ ତାଙ୍କ ହାତ କାଟିଥିବା ଏବଂ କିଡନୀ ବାହାର କରିଥିବା ଦାବିରେ କୌଣସି ସତ୍ୟତା ନାହିଁ। 

Avatar

Title:ଛୋଟ-ଛୋଟ ଶିଶୁଙ୍କୁ ମାରିଥିବା ଜଣେ ହମାସ୍ ଆତଙ୍କବାଦୀର ଇଜ୍ରାଏଲ୍ ହାତ କାଟିଥିବା ଏବଂ କିଡନୀ ବାହାର କରିଦେଇଥିବା ଦାବି ମିଥ୍ୟା ଅଟେ।

Fact Check By: Siddharth Sahu 

Result: False

Leave a Reply

Your email address will not be published. Required fields are marked *