ରାହୁଲ ଗାନ୍ଧୀ କ’ଣ ସତରେ ମଲ୍ଲିକାର୍ଜୁନ ଖାର୍ଗେଙ୍କୁ ଅପମାନିତ କରିଛନ୍ତି? ଜାଣନ୍ତୁ ସତ୍ୟତା

Misleading Political

ବର୍ତ୍ତମାନ ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେଉଛି ଯେଉଁଥିରେ ଲୋକସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ କଂଗ୍ରେସ ଅଧ୍ୟକ୍ଷ ଏବଂ ରାଜ୍ୟସଭାରେ ବିରୋଧୀ ଦଳ ନେତା ମଲ୍ଲିକାର୍ଜୁନ ଖାର୍ଗେଙ୍କ ଚୌକି ଟାଣୁଥିବା ଦେଖିବାକୁ ମିଳିଛି। ଏହି ଭିଡିଓକୁ ଏହି ଦାବି ସହିତ ସେୟାର କରାଯାଉଛି ଯେ, “କଂଗ୍ରେସ ନେତା ରାହୁଲ ଗାନ୍ଧୀ ମଲ୍ଲିକାର୍ଜୁନ ଖାର୍ଗେଙ୍କୁ ଅପମାନିତ କରିଛନ୍ତି।”

କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ବିଭ୍ରାନ୍ତକାରୀ ବୋଲି ଜାଣିବାକୁ ପାଇଲା। ମୂଳ ଭିଡିଓର ଏକ ଛୋଟ ଅଂଶ ସେୟାର କରି ଦାବି କରା ଯାଉଛି ଯେ ରାହୁଲ ଗାନ୍ଧୀ ମଲ୍ଲିକାର୍ଜୁନ ଖାର୍ଗେଙ୍କୁ ଅପମାନିତ କରୁଛନ୍ତି।

ନିମ୍ନରେ ଆପଣ ମାନେ ଭାଇରାଲ ଭିଡିଓ ଦେଖି ପାରିବେ। 

Facebook | Archive

ଆମ ଅନୁସନ୍ଧାନ: 

ଆମ ଅନୁସନ୍ଧାନରେ ଆମେ ବିଭିନ୍ନ ମୁଖ୍ୟଶବ୍ଦ ବ୍ୟବହାର କରି ଗୁଗୁଲରେ ସର୍ଚ୍ଚ କରିଲୁ। ଫଳସ୍ୱରୂପ, ଆମକୁ ୧୫ ଜାନୁଆରୀ ୨୦୨୪ ରେ କଂଗ୍ରେସ ଦଳର ଅଫିସିଆଲ୍ ୟୁଟ୍ୟୁବ ଚ୍ୟାନେଲରେ ଏକ ଭିଡିଓ ମିଳିଲା। ଏହା ସହିତ ସୂଚନା ଦିଆଯାଇଥିଲା ଯେ ଭିଡିଓଟି ‘ନୂତନ AICC ମୁଖ୍ୟାଳୟ ଇନ୍ଦିରା ଭବନର ଉଦଘାଟନ’ ସମୟର।

ଏହି ଭିଡିଓରେ, ରାଜ୍ୟସଭା ସାଂସଦ ଅଜୟ ମାକେନ କାର୍ଯ୍ୟକ୍ରମ ସମୟରେ ରାହୁଲ ଗାନ୍ଧୀଙ୍କୁ ୨୮ ମିନିଟ୍ ରେ ଭାଷଣ ଦେବାକୁ ନିମନ୍ତ୍ରଣ କରୁଥିବାର ଦେଖାଯାଉଛି, ଯେତେବେଳେ ରାହୁଲ ୪୬:୦୬ ମିନିଟ୍ ରେ ତାଙ୍କ ଭାଷଣ ଶେଷ କରିଥିଲେ। 

ତା’ପରେ ମାକେନ୍ ପୋଡିୟମ୍ କୁ ଫେରି ଆସି ମଲ୍ଲିକାର୍ଜୁନ ଖାର୍ଗେଙ୍କୁ ଭାଷଣ ଦେବାକୁ ନିମନ୍ତ୍ରଣ କରିଥିଲେ। ଠିକ୍ ୪୬:୪୫ ମିନିଟ୍ ରେ ଆପଣ ମାନେ ଭାଇରାଲ୍ କ୍ଲିପ୍ ଦେଖି ପାରିବେ, ଯେଉଁଥିରେ ରାହୁଲ ଗାନ୍ଧୀ, ଖାର୍ଗେଙ୍କୁ ତାଙ୍କ ଚୌକିରୁ ଉଠାଇବାକୁ ସାହାଯ୍ୟ କରିଥିଲେ। ଏହା ସ୍ପଷ୍ଟ କରେ ଯେ ରାହୁଲ ଗାନ୍ଧୀ ଖାର୍ଗେଙ୍କୁ ଅପମାନିତ ନକରି ତାଙ୍କୁ ସାହାଯ୍ୟ କରିଥିଲେ।

ସମାନ ଭିଡିଓ ଆମକୁ ପ୍ରିୟଙ୍କା ଗାନ୍ଧୀଙ୍କର ଅଫିସିଆଲ୍ ୟୁଟ୍ୟୁବ ଚ୍ୟାନାଲରେ ମଧ୍ୟ ଦେଖିବାକୁ ମିଳିଲା। 

ସିଦ୍ଧାନ୍ତ: 

ଆମ ଅନୁସନ୍ଧାନରୁ ପ୍ରମାଣିତ ହେଲା ଯେ ଭିଡିଓକୁ ବିଭ୍ରାନ୍ତକାରୀ ଦାବି ସହିତ ସେୟାର କରା ଯାଉଛି। ମୂଳ ଭିଡିଓର ଏକ ଛୋଟ ଅଂଶ ସେୟାର କରି ଦାବି କରା ଯାଉଛି ଯେ ରାହୁଲ ଗାନ୍ଧୀ ମଲ୍ଲିକାର୍ଜୁନ ଖାର୍ଗେଙ୍କୁ ଅପମାନିତ କରୁଛନ୍ତି।

Avatar

Title:ରାହୁଲ ଗାନ୍ଧୀ କ’ଣ ସତରେ ମଲ୍ଲିକାର୍ଜୁନ ଖାର୍ଗେଙ୍କୁ ଅପମାନିତ କରିଛନ୍ତି? ଜାଣନ୍ତୁ ସତ୍ୟତା

Fact Check By: Siddharth Sahu 

Result: Misleading

Leave a Reply

Your email address will not be published. Required fields are marked *