ରାଷ୍ଟ୍ରପତି ନିର୍ବାଚନ ଜିତିବା ପରେ ଡୋନାଲ୍ଡ ଟ୍ରମ୍ପଙ୍କ ଅଭିଭାଷଣରେ ଲୋକଙ୍କ ଭିଡ଼ ପ୍ରଧାନମନ୍ତ୍ରୀ ମୋଦୀଙ୍କ ନାମର ନାରା ଦେଇନଥିଲେ।

Misleading Political

ଡୋନାଲ୍ଡ ଟ୍ରମ୍ପ ଆମେରିକାର ରାଷ୍ଟ୍ରପତି ନିର୍ବାଚନରେ ​​ଆବଶ୍ୟକୀୟ ୨୭୦ ଭୋଟ୍ ହାସଲ କରିଥିବାବେଳେ ତାଙ୍କ ପ୍ରତିଦ୍ୱନ୍ଦ୍ୱୀ କମଲା ହାରିସ୍ ୨୨୪ ପାଇଛନ୍ତି। ବିଗତ ୨୦ ବର୍ଷରେ ସେ ରିପବ୍ଲିକ୍ ପାର୍ଟିର ଦ୍ଵିତୀୟ ନେତା ଯେ ଯିଏ ଦ୍ୱିତୀୟ ଅବଧି ପାଇଁ ରାଷ୍ଟ୍ରପତି ହୋଛନ୍ତି। ଏହା ପୂର୍ବରୁ ରିପବ୍ଲିକ୍ ପାର୍ଟିର ଜର୍ଜ ବୁଶ୍ ୨୦୦୧ ରୁ ୨୦୦୯ ପର୍ଯ୍ୟନ୍ତ ରାଷ୍ଟ୍ରପତି ଥିଲେ।

ଏହି ପ୍ରସଙ୍ଗରେ ନିର୍ବାଚନରେ ​​ବିଜୟ ପରେ ଡୋନାଲ୍ଡ ଟ୍ରମ୍ପଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ତାଙ୍କ ଭାଷଣ ସମୟରେ ହଠାତ୍ ଜନତା ଜୋରରେ କିଛି ନାମ ଜପ କରିବାକୁ ଲାଗିଲେ। ଉପଭୋକ୍ତାମାନେ ଦାବି କରୁଛନ୍ତି ଯେ ଟ୍ରମ୍ପଙ୍କ ଭାଷଣ ସମୟରେ ଜନତା ପ୍ରଧାନମନ୍ତ୍ରୀ ମୋଦୀଙ୍କ ନାମର ନାରା ଦେଇଥିଲେ।

କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ବିଭ୍ରାନ୍ତକାରୀ ବୋଲି ପାଇଲା। ଡୋନାଲ୍ଡ ଟ୍ରାମ୍ପଙ୍କ ଭାଷଣ ସମୟରେ ଲୋକେ ମୋଦୀ-ମୋଦୀ ନୁହେଁ ବବି-ବବି ନାମର ନାରା ଦେଇଥିଲେ ଯାହା ରୋବର୍ଟ ଏଫ୍ କେନେଡିଙ୍କର ଡାକ ନାମ।

Facebook | Archive

ଆମ ଅନୁସନ୍ଧାନ: 

ଗୁଗୁଲରେ ବିଭିନ୍ନ ମୁଖ୍ୟଶବ୍ଦ ବ୍ୟବହାର କରି ସର୍ଚ୍ଚ କରିବା ପରେ ଆମକୁ ୬ ନଭେମ୍ବର ୨୦୨୪ ର ହିନ୍ଦୁସ୍ତାନ ଟାଇମ୍ସ ର ଏକ ରିପୋର୍ଟ ମିଳିଲା। ରିପୋର୍ଟ ଅନୁଯାୟୀ, ତାଙ୍କ ନିର୍ବାଚନୀ ରାତି ପାର୍ଟିରେ ଡୋନାଲ୍ଡ ଟ୍ରମ୍ଫ ତାଙ୍କ ସହଯୋଗୀ ରୋବର୍ଟ ଏଫ୍ କେନେଡିଙ୍କୁ ଥଟ୍ଟା କରିଥିଲେ। ଟ୍ରମ୍ପ କହିଛନ୍ତି ଯେ କେନେଡି ସ୍ୱାସ୍ଥ୍ୟ ସମସ୍ୟା ଉପରେ କାର୍ଯ୍ୟ କରୁଥିବାବେଳେ ସେ ତେଲ ଓ ଗ୍ୟାସ ସମ୍ବନ୍ଧୀୟ ନିଷ୍ପତ୍ତିରେ ଜଡିତ ହେବେ ନାହିଁ। ଟ୍ରମ୍ପ ହାଲୁକା ହୃଦୟ ମନ୍ତବ୍ୟ ଦେଇ କେନେଡିଙ୍କୁ “ତରଳ ସୁନା” (ତେଲ) ଠାରୁ ଦୂରରେ ରହିବାକୁ କହିଛନ୍ତି। ଟ୍ରମ୍ପଙ୍କ ଶବ୍ଦ ଥିଲା, “ବବି, ତରଳ ସୁନାଠାରୁ ଦୂରରେ ରୁହ। ଦୁନିଆର ଯେକୌଣସି ଦେଶ ଅପେକ୍ଷା ଆମର ଅଧିକ ତରଳ ସୁନା ଅଛି।

ଏହା ଜଣା ପଡ଼ିଲା ଯେ ବବି ହେଉଛି ରୋବର୍ଟ ଏଫ କେନେଡିଙ୍କ ଡାକନାମ। ଟ୍ରମ୍ପ ରୋବର୍ଟ ଏଫ କେନେଡିଙ୍କ (ବବି) ନାମ ଉଲ୍ଲେଖ କରିବା ମାତ୍ରେ ଜନତା ବବି-ବବି ନାରା ଦେବାକୁ ଲାଗିଲେ।

ୟୁଟ୍ୟୁବରେ ସର୍ଚ୍ଚ କରିବା ପରେ, ଆମେ ରିପବ୍ଲିକ୍ ୱାର୍ଲ୍ଡର ୟୁଟ୍ୟୁବ୍ ଚ୍ୟାନେଲରେ ଡୋନାଲ୍ଡ ଟ୍ରମ୍ପଙ୍କ ଭାଷଣ ପାଇଲୁ। ୧୮.୪୮ ମିନିଟ୍ ପରଠାରୁ, ଟ୍ରମ୍ପ୍ କହିଥିଲେ, “ଆମେ ଏତେ ସଂଖ୍ୟାରେ ଏଠାରେ ଏକାଠି ହୋଇଛୁ ଏବଂ ଆଜି ଆପଣ ମାନେ ଏକାଠି ହୋଇ ଏହା ଦର୍ଶାଇଛନ୍ତି ଯେ ଏ ପରି ବିଜୟ ଆଉ କାହାରି ହୋଇନାହିଁ ଏହା କିଛି ବିଶେଷ କଥା ଏବଂ ଆମେ ଆପଣଙ୍କୁ ଫେରସ୍ତ କରିବାକୁ ଯାଉଛୁ, ଆମେ ସର୍ବୋତ୍ତମ କାର୍ଯ୍ୟ କରିବାକୁ ଯାଉଛୁ, ଆମେ ପରିସ୍ଥିତି ଓଲଟେଇବାକୁ ଯାଉଛୁଏହା ଦ୍ରୁତ ଗତିରେ ହେବ ଏବଂ ଆମେ ଏହାକୁ ପ୍ରତ୍ୟେକ ଉପାୟରେ କରିବାକୁ ଯାଉଛୁ, ଅନେକ ଉପାୟ ସହିତ ଏହାକୁ ମନେ ରଖାଯିବ ଯେ ଏହି ଦିନ ଆମେରିକୀୟ ଲୋକମାନେ ନିଜ ଦେଶର ନିୟନ୍ତ୍ରଣ ଫେରସ୍ତ ପାଇଲେତେଣୁ, ମୁଁ କହିବାକୁ ଚାହେଁ ଯେ ଏହି ମହାନ ଗୋଷ୍ଠୀ, ଏହି ପରିଶ୍ରମୀ ଲୋକମାନଙ୍କ ତରଫରୁଏମାନେ ଚମତ୍କାର ଲୋକ ଏବଂ ଆମେ କିଛି ନାମ ଯୋଡ଼ି ପାରିବା ଯେପରିକି ରୋବର୍ଟ ଏଫ୍ କେନେଡି।

ଏହାର କିଛି ସମୟ ପରେ ଲୋକମାନେ ‘ବବି-ବବି’ ନାରା ଲଗାଇଥିଲେ। ଏଥିରୁ ସ୍ପଷ୍ଟ ହେଉଛି ଯେ ଡୋନାଲ୍ଡ ଟ୍ରମ୍ପଙ୍କ ଭାଷଣ ସମୟରେ ଲୋକମାନେ ପ୍ରଧାନମନ୍ତ୍ରୀ ମୋଦୀଙ୍କର ନାମର ନାରା ଦେଇନଥିଲେ। ସେମାନେ ରୋବର୍ଟ ଏଫ୍ କେନେଡି (ବବି-ବବି) ନାମ ଡ଼ାକିଥିଲେ। 

ଏହା ବାବଦ ଆମେ ପୁରା ପ୍ରୋଗ୍ରାମ ଦେଖିଲୁ ଏବଂ ଜାଣିବାକୁ ପାଇଲୁ ଯେ ଏଥିରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ନାମ କେଉଁଠାରେ ମଧ୍ୟ ନିଆ ଯାଇ ନାହିଁ।

ସିଦ୍ଧାନ୍ତ: 

ଆମ ଅନୁସନ୍ଧାନରୁ ପ୍ରମାଣିତ ହେଲା ଯେ ଭାଇରାଲ ଦାବି ବିଭ୍ରାନ୍ତକାରୀ ଅଟେ। ଡୋନାଲ୍ଡ ଟ୍ରମ୍ପଙ୍କ ଭାଷଣ ସମୟରେ ପ୍ରଧାନମନ୍ତ୍ରୀଙ୍କ ନାମର ନାରା ଦିଆ ଯାଇନଥିଲା। ସେଠାରେ ଥିବା ଲୋକମାନେ ରୋବର୍ଟ ଏଫ୍ କେନେଡିଙ୍କର ଡାକ ନାମ ବବି-ବବି ଉତ୍ସାହ ସହିତ ନାରା ଦେଇଥିଲେ। 

Avatar

Title:ରାଷ୍ଟ୍ରପତି ନିର୍ବାଚନ ଜିତିବା ପରେ ଡୋନାଲ୍ଡ ଟ୍ରମ୍ପଙ୍କ ଅଭିଭାଷଣରେ ଲୋକଙ୍କ ଭିଡ଼ ପ୍ରଧାନମନ୍ତ୍ରୀ ମୋଦୀଙ୍କ ନାମର ନାରା ଦେଇନଥିଲେ।

Fact Check By: Siddharth Sahu 

Result: Misleading

Leave a Reply

Your email address will not be published. Required fields are marked *