
ଆମେରିକା ଅବୈଧ ପ୍ରବାସୀ ମାନଙ୍କୁ ନିର୍ବାସିତ କରି ତାଙ୍କୁ ନିଜ ଦେଶ ଫେରାଇ ଦେଇଥିବା ପରେ ସୋସିଆଲ ମିଡିଆରେ ଅନେକ ପୋଷ୍ଟ ଭାଇରାଲ ହେଉଛି। ଏହା ମଧ୍ୟରେ ଆମେରିକା ଭାରତ ପ୍ରବାସୀ ମାନଙ୍କୁ ମଧ୍ୟ ନିର୍ବାସିତ କରି ଥିବା ଖବର ସାମନାକୁ ଆସୁଛି। ପୋଷ୍ଟ ଗୁଡ଼ିକରେ ୟୁଜର ମାନେ ପ୍ରଧାନମନ୍ତ୍ରୀ ମୋଦୀ ଏବଂ ଟ୍ରମ୍ପଙ୍କ ବନ୍ଧୁତା ଉପରେ ଅଭିଯୋଗ ଆଣି ପ୍ରଶ୍ନ କରୁଛନ୍ତି ଯେ ଭାରତ ପ୍ରବାସୀଙ୍କୁ ହାତକଡ଼ି ବାନ୍ଧି ନିର୍ବାସିତ କରିବା କ’ଣ ଠିକ୍?
ପୋଷ୍ଟରେ ଦୁଇଟି ଫୋଟୋ ଭାଇରାଲ ହେଇଛି। ପ୍ରଥମ ଫୋଟୋରେ କିଛି ଲୋକ ହାତକଡ଼ି ପିନ୍ଧି ଏକ ସାମରିକ ବିମାନରେ ପ୍ରବେଶ କରୁଥିବା ଦେଖିବାକୁ ମିଳିଥିବା ସମୟରେ ଦ୍ଵିତୀୟ ଫୋଟୋରେ ଅନେକ ଲୋକ ଏକ ବିମାନ ରେ ବସିଥିବା ନଜର ଆସିଛନ୍ତି।
ଦାବି କରା ଯାଉଛି ଯେ ଫୋଟୋରେ ଥିବା ଲୋକମାନେ ଆମେରିକାରେ ରହୁଥିବା ଅବୈଧ ଭାରତୀୟ ପ୍ରବାସୀ ଅଟନ୍ତି ଯାହାକୁ ଟ୍ରମ୍ପ ସରକାର ଆଦେଶ ପରେ ହାତକଡ଼ି ବାନ୍ଧି ଭାରତ ନିର୍ବାସିତ କରା ଯାଉଛି।
କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ବିଭ୍ରାନ୍ତକାରୀ ବୋଲି ଜାଣିବାକୁ ପାଇଲା।
ଆମ ଅନୁସନ୍ଧାନ:
ଆମ ଅନୁସନ୍ଧାନରେ ପ୍ରଥମ ଭାଇରାଲ ଫୋଟୋର ଗୁଗୁଲ ରିଭର୍ସ ଇମେଜ୍ ସର୍ଚ୍ଚ କରିବା ପରେ ଆମକୁ ସମାନ ଫୋଟୋ ୱ୍ହାଇଟ ହାଉସ୍ ର ଅଫିସିଆଲ୍ ଟୁଇଟର ହେଣ୍ଡେଲରେ ୨୪ ଜାନୁଆରୀ ୨୦୨୫ ରେ ପୋଷ୍ଟ ହେଇଥିବା ମିଳିଲା। ନିମ୍ନରେ ଆପଣ ମାନେ ସେହି ଟୁଇଟ ଦେଖି ପାରିବେ।
ଫେବ୍ରୁଆରି ୫ ତାରିଖରେ ଆମେରିକା ଭାରତର ୨୦୪ ଅବୈଧ ପ୍ରବାସୀଙ୍କୁ ବିମାନରେ ଅମ୍ରିତସର ବିମାନବନ୍ଦରକୁ ନିର୍ବାସିତ କରିଥିଲା। ଯେହେତୁ ଫୋଟୋ ୨୪ ଜାନୁଆରୀରେ ପୋଷ୍ଟ ହେଇଥିଲା, ଏହା ଭାରତ ପ୍ରବାସୀଙ୍କୁ ହାତକଡ଼ି ବାନ୍ଧି ବିମାନରେ ପ୍ରବେଶ କରୁଥିବା ଫୋଟୋ ହେଇଥିବା ସମ୍ଭବ ନୁହେଁ।
ଏହାର ଏକ ଭିଏଅ ଆପଣ ମାନେ ଆମେରିକାର ପ୍ରତିରକ୍ଷା ବିଭାଗ ୱେବସାଇଟରେ ମଧ୍ୟ ଦେଖି ପାରିବେ।
ଦ୍ଵିତୀୟ ଫୋଟୋର ରିଭର୍ସ ଇମେଜ୍ ସର୍ଚ୍ଚ କରିବା ପରେ ଆମକୁ ଆଲାମି ୱେବସାଇଟରେ ତାହା ୨୩ ଜାନୁଆରୀରେ ଅପ୍ଲୋଡ ହେଇଥିବା ମିଳିଲା। କ୍ୟାପ୍ସନ୍ ରେ ଉଲ୍ଲେଖ କରା ଯାଇଛି ଯେ ଆମେରିକା ସୀମା ସୁରକ୍ଷା ବଳ ଅବୈଧ ପ୍ରବାସୀଙ୍କ ଉପରେ ନଜର ରଖିଛନ୍ତି। ଅବୈଧ ପ୍ରବାସୀଙ୍କୁ ନିର୍ବାସିତ କରା ଯିବା କାର୍ଯ୍ୟ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଆଦେଶ ପରେ ଆରମ୍ଭ ହୋଇଥିଲା।
ଫଟୋର ବର୍ଣ୍ଣନା ଅନୁସାରେ, ଏହି ଫଟୋଟି ମଧ୍ୟ ଜାନୁଆରୀ 23 ତାରିଖରେ ଉଠାଯାଇଥିଲା। ଏହି ଚିତ୍ରରେ ଆମେରିକାର ଟକ୍ସନ ଅନ୍ତର୍ଜାତୀୟ ବିମାନବନ୍ଦରରେ ଏକ ଆମେରିକୀୟ ବାୟୁସେନା ଗ୍ଲୋବମାଷ୍ଟର C-17 ବିମାନରେ ପ୍ରବାସୀମାନଙ୍କୁ ଆମେରିକାରୁ ନିର୍ବାସିତ କରାଯାଉଥିବା ଦେଖାଯାଉଛି।
ଅନ୍ୟ ଏକ ୱେବସାଇଟ ରେ ମିଳିଥିବା ସୂଚନା ଅନୁଯାୟୀ, ଏହି ଫୋଟୋ ଆମେରିକା ଦ୍ଵାରା ଇକ୍ୱେଡର ଏବଂ ଗୁଆଟେମାଲା ଦେଶକୁ ଅବୈଧ ପ୍ରବାସୀ ମାନଙ୍କୁ ନିର୍ବାସିତ କରା ଯାଉଥିବା ଫୋଟୋ ଅଟେ। ୨୮ ଜାନୁଆରୀ ରେ ଅବୈଧ ପ୍ରବାସୀଙ୍କୁ ଆମେରିକାରୁ ନେଇ ଏହି ବିମାନ ଟେକ୍ସାସ
ସିଦ୍ଧାନ୍ତ:
ଆମ ଅନୁସନ୍ଧାନରୁ ପ୍ରମାଣିତ ହେଲା ଯେ ଭାଇରାଲ ଫୋଟୋର ଭାରତୀୟ ଅବୈଧ ପ୍ରବାସୀଙ୍କ ସହିତ କୌଣସି ସମ୍ପର୍କ ନାହିଁ। ଏହା ୨୩ ଜାନୁଆରୀରେ ଇକ୍ୱେଡର ଏବଂ ଗୁଆଟେମାଲାକୁ ନିର୍ବାସିତ କରା ଯାଉଥିବା ପ୍ରବାସୀଙ୍କ ଫୋଟୋ ଅଟେ।

Title:ଏହା ଆମେରିକା ଦ୍ୱାରା ଭାରତକୁ ନିର୍ବାସିତ କରା ଯାଉଥିବା ଅବୈଧ ପ୍ରବାସୀମାନଙ୍କର ଫୋଟୋ ନୁହେଁ।
Fact Check By: Siddharth SahuResult: Misleading
