ପାକିସ୍ତାନ ପ୍ରଧାନମନ୍ତ୍ରୀ ଶାହବାଜ ସରିଫଙ୍କ ପରାଜୟ ସ୍ୱୀକାର କରିବାର ଭିଡିଓ ଏଡିଟ୍ କରା ଯାଇଛି

False Satyameva Jayate

୧୦ ମଇ ୨୦୨୫ ରେ, ଭାରତ ସରକାର ଘୋଷଣା କରିଥିଲେ ଯେ ଅପରେସନ୍ ସିନ୍ଦୂର ପରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଯୁଧ୍ୟ ରୋକିବା ନେଇ ଏକ  ଚୁକ୍ତିନାମା ହୋଇଛି। ବୈଦେଶିକ ସଚିବ ବିକ୍ରମ ମିଶ୍ରୀଙ୍କ ଅନୁଯାୟୀ, ପାକିସ୍ତାନର ସାମରିକ ଅଭିଯାନ ମହାନିର୍ଦ୍ଦେଶକ (DGMO) ଅପରାହ୍ନ ୩.୩୫ ରେ ତାଙ୍କ ଭାରତୀୟ ପ୍ରତିପକ୍ଷଙ୍କ ସହିତ ଯୋଗାଯୋଗ କରିଥିଲେ ଏବଂ ଉଭୟ ପକ୍ଷ ସେହି ଦିନ ସକାଳ ୫.୦୦ ସୁଦ୍ଧା ଗୁଳିଚାଳନା ବନ୍ଦ କରିବାକୁ ରାଜି ହୋଇଥିଲେ। ତଥାପି, ଭାରତ ସରକାର ପରେ କହିଥିଲେ ଯେ ଚୁକ୍ତିନାମା କାର୍ଯ୍ୟକାରୀ ହେବାର କିଛି ଘଣ୍ଟା ପରେ ପାକିସ୍ତାନ ଏହାକୁ ଉଲ୍ଲଂଘନ କରିଛି। 

ଏହି ସମୟରେ, ସୋସିଆଲ ମିଡିଆରେ ଏକ ଭିଡିଓ ସେୟାର କରାଯାଉଛି, ଯେଉଁଥିରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶାହବାଜ ସରିଫଙ୍କ ଏକ ବୟାନ ରହିଛି। ଏଥିରେ ସେ ସହଯୋଗୀ ଦେଶମାନଙ୍କ ସମର୍ଥନର ଅଭାବ ହେତୁ ଶକ୍ତିଶାଳୀ ଭାରତ ବିରୁଦ୍ଧରେ ଯୁଦ୍ଧରେ ପରାସ୍ତ ହୋଇଥିବା ଘୋଷଣା କରିଛନ୍ତି।

କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଜାଣିବା’କୁ ପାଇଲା ଯେ ଭାଇରାଲ ଭିଡିଓ ଏଡିଟ୍ କରା ଯାଇଛି। 

କ’ଣ ଦାବି କରା ଯାଇଛି ପୋଷ୍ଟରେ? 

ଭିଡିଓ ସେୟାର କରି ଜଣେ ୟୁଜର ଲେଖିଛନ୍ତି, “ଆତଙ୍କୀସ୍ତାନ ର ସବୁ ଫୁଟାଣି ପାଣିରେ ମିଳେଇଗଲା। ୪ଟା ଦିନ ଲଢିବାର ଔକାତ୍ ନାହିଁ ଜେହାଦ୍ କରି ଗଜଵ୍ବା ଇ ହିନ୍ଦ୍ କରିବାର ସ୍ବପ୍ନ ଦେଖୁଛି ! ଦେଖ ପାକିସ୍ତାନର ପ୍ରଧାନମନ୍ତ୍ରୀ କିପରି କାନ୍ଦୁଛନ୍ତି ! ଏହା ଦେଖିବାର କଥା । ହାତଯୋଡି ପଛକୁ ହାଟୁଛି ବୋଲି କହୁଛି

Facebook | Archive

ଆମ ଅନୁସନ୍ଧାନ: 

ଆମ ଅନୁସନ୍ଧାନରେ ପ୍ରଥମେ ଆମେ ଗୁଗୁଲରେ ବିଭିନ୍ନ ମୁଖ୍ୟଶବ୍ଦ ବ୍ୟବହାର କରି ଏହି ବିଷୟରେ ସର୍ଚ୍ଚ କରିଲୁ। ଫଳସ୍ଵରୂପ ଆମକୁ ଯୁଧ୍ୟ ରୋକିବା ଚୁକ୍ତିନାମା ପରେ ପାକିସ୍ତାନ ପ୍ରଧାନମନ୍ତ୍ରୀଙ୍କ ଏକ ଭାଷଣ ମିଳିଲା। ୧୦ ମଇରେ ହୋଇଥିବା ଅସ୍ତ୍ରବିରତି ଚୁକ୍ତିନାମା ପରେ ପ୍ରଧାନମନ୍ତ୍ରୀ ଶାହବାଜ ସରିଫଙ୍କ ସଂସଦୀୟ ଅଭିଭାଷଣ ସମୟରେ ପରାଜୟ ସ୍ୱୀକାର କରିବାର କୌଣସି ବିବୃତ୍ତି ଆମେ ପାଇଲୁ ନାହିଁ।

ଆମର ତଦନ୍ତରେ, ଆମେ ଭାଇରାଲ୍ ଭିଡିଓର ମୂଳ ଭିଡିଓ ଖୋଜିବା ଆରମ୍ଭ କଲୁ। ଆମେ ପାକିସ୍ତାନର ସରକାରୀ ପ୍ରସାରଣକାରୀ PTV ସଂସଦର ସରକାରୀ YouTube ଚ୍ୟାନେଲରେ ଭାଇରାଲ୍ ଭିଡିଓର ସମ୍ପୂର୍ଣ୍ଣ ସଂସ୍କରଣ ପାଇଲୁ। ଏହି ଫୁଟେଜ୍ ହେଉଛି ଅପରେସନ୍ ସିନ୍ଦୂର ପରେ ଶେହବାଜ୍ ସରିଫଙ୍କ ୭ ମଇ ୨୦୨୫ ରେ ସଂସଦରେ ଭାଷଣର।

ମୂଳ ଭିଡିଓରେ କୌଣସି ସ୍ଥାନରେ ସରିଫ ଭାଇରାଲ କ୍ଲିପରେ ଉଲ୍ଲେଖ କରାଯାଇଥିବା ବୟାନ ଦେଇନାହାଁନ୍ତି। ଏହା ବ୍ୟତୀତ, ସେ ସଂସଦରେ ଏପରି ମନ୍ତବ୍ୟ ଦେଇଥିବା ଦାବିକୁ ସମର୍ଥନ କରିବା ପାଇଁ ଆମେ କୌଣସି ବିଶ୍ୱସନୀୟ ଖବର ରିପୋର୍ଟ ପାଇଲୁ ନାହିଁ। ନିମ୍ନରେ ଥିବା ଖବର ଦେଖନ୍ତୁ।

ଆମେ ଭାଇରାଲ୍ ଭିଡିଓ ଏବଂ ମୂଳ ଭିଡିଓର ତୁଳନା କରିଲୁ। ଭାଇରାଲ୍ ଭିଡିଓଟିକୁ ଭଲଭାବେ ପରୀକ୍ଷା କରିବା ପରେ, ଆମେ ସନ୍ଦେହ କଲୁ ଯେ ଏହା ଏଡିଟ୍ ହୋଇଛି। ପ୍ରଥମ ସଙ୍କେତ ଥିଲା ସମାନ କ୍ଲିପ୍ ପୁନରାବୃତ୍ତି ହେଉଛି। ଉଦାହରଣ ସ୍ୱରୂପ, ଶେହବାଜ ସରିଫଙ୍କ ପଛରେ ବସିଥିବା ବ୍ୟକ୍ତି ତାଙ୍କ ହାତକୁ ସମାନ ଭାବରେ ଅନେକ ଥର ହଲାଉଥିବା ଦେଖାଯାଉଛି। ଏହା ସହିତ, ପ୍ରାୟ ୪୮ ସେକେଣ୍ଡ ମଧ୍ୟରେ, ସରିଫଙ୍କ ସାମ୍ନାରେ ପୋଡିୟମରେ ରଖାଯାଇଥିବା ଏକ ପୁସ୍ତକ ଅସ୍ୱାଭାବିକ ଭାବରେ ବାୟୁରେ ଉଠୁଥିବା ଦେଖାଯାଉଛି, ଯାହା ଡିଜିଟାଲ ହେରଫେରକୁ ସୂଚିତ କରୁଛି।

ସିଦ୍ଧାନ୍ତ: 

ଆମ ଅନୁସନ୍ଧାନରୁ ପ୍ରମାଣିତ ହେଲା ଯେ ଭାଇରାଲ ଦାବି ମିଥ୍ୟା ଅଟେ। ପାକିସ୍ତାନ ପ୍ରଧାନମନ୍ତ୍ରୀ ଶାହବାଜ ସରିଫଙ୍କ ପରାଜୟ ସ୍ୱୀକାର କରିବାର ଭିଡିଓ ଏଡିଟ୍ କରା ଯାଇଛି।

Avatar

Title:ପାକିସ୍ତାନ ପ୍ରଧାନମନ୍ତ୍ରୀ ଶାହବାଜ ସରିଫଙ୍କ ପରାଜୟ ସ୍ୱୀକାର କରିବାର ଭିଡିଓ ଏଡିଟ୍ କରା ଯାଇଛି

Fact Check By: Siddharth Sahu 

Result: False

Leave a Reply

Your email address will not be published. Required fields are marked *