YSR ଜଗନ ସରକାରଙ୍କ ସମୟରେ ତିରୁମାଲା ତିରୁପତି ଦେବସ୍ଥାନମରେ ଜନସମ୍ପର୍କ ଅଧିକାରୀ ଥିବା ଶ୍ରୀମତୀ ନିଷ୍କା ବେଗମଙ୍କ ଘରେ ED ର ଚଢାଉ ହେଇଥିବା ଦାବି ମିଥ୍ୟା ଅଟେ।

False Political

ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେଉଛି, ଯେଉଁଥିରେ ଏକ ବଡ଼ ଟେବୁଲ ଉପରେ ସୁନା ଅଳଙ୍କାର ରଖାଯାଇଥିବାର ଦେଖିବାକୁ ମିଳୁଛି। ଦାବି କରା ଯାଉଛି ଯେ YSR ଜଗନ ସରକାରଙ୍କ ସମୟରେ ତିରୁମାଲା ତିରୁପତି ଦେବସ୍ଥାନମରେ ଜନସମ୍ପର୍କ ଅଧିକାରୀ ଥିବା ଶ୍ରୀମତୀ ନିଷ୍କା ବେଗମଙ୍କ ଘରେ ED ର ଚଢାଉ ହେଇଥିବା ପରେ ସେଠାରୁ ବଡ଼ ପରିମାଣର ସୁନା ଅଳଙ୍କାର ମିଳିଲା। 

କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ପାଇଲା। 

କ’ଣ ଦାବି କରା ଯାଇଛି ପୋଷ୍ଟରେ?

ଭିଡିଓ ସେୟାର କରି ଜଣେ ସିସିଆଲ ମିଡିଆ ୟୁଜର ଲେଖିଛନ୍ତି, “YSR ଜଗନ ସରକାରଙ୍କ ସମୟରେ ତିରୁମାଲା ତିରୁପତି ଦେବସ୍ଥାନମରେ ଜନସମ୍ପର୍କ ଅଧିକାରୀ ଥିବା ଶ୍ରୀମତୀ ନିଷ୍କା ବେଗମଙ୍କ ଘରେ ED ର ଚଢାଉ.. ଲୁଟ୍ ତ ଦେଖନ୍ତୁ। ଏତେ ବିପୁଳ ଚୋରି ଏବଂ ଲୁଟ୍ ଯେ,ଜଣେ ଅଳଙ୍କାର ଶୋ’ରୁମ୍ ଖୋଲିପାରିବ। ଅଦ୍ଭୁତ ଓ ଆଶ୍ଚର୍ଯ୍ୟ କଥା ହେଉଛି ଯେ ଜଣେ ମୁସଲିମ ମହିଳାଙ୍କୁ ଏକ ପ୍ରତିଷ୍ଠିତ ଧାର୍ମିକ ସନାତନ ମନ୍ଦିର ସଞ୍ଚାଳନ ବ୍ୟବସ୍ଥାର PRO କିପରି ନିଯୁକ୍ତ କରାଯାଇଥିଲା??

Facebook | Archive

ଆମ ଅନୁସନ୍ଧାନ: 

ଆମ ଅନୁସନ୍ଧାନରେ ପ୍ରଥମେ ଆମେ ଭାଇରାଲ ଭିଡିଓକୁ ବିଭିନ୍ନ ଫ୍ରେମରେ ବିଭାଜିତ କରିଲୁ ଏବଂ ପ୍ରତ୍ଯେକ ଫ୍ରେମର ଗୁଗୁଲ ରିଭର୍ସ ଇମେଜ୍ ସର୍ଚ୍ଚ କରିଲୁ। ଫଳସ୍ଵରୂପ ଆମକୁ ସମାନ ଭିଡିଓ ୨୨ ଡିସେମ୍ବର ୨୦୨୧ ରେ ଜୟା ଟିଭି ର ୟୁଟ୍ୟୁବ ଚ୍ୟାନାଲରେ ପ୍ରସାରିତ ହେଇଥିବା ମିଳିଲା। ସୂଚନା ଅନୁଯାୟୀ, ତାମିଲନାଡୁର ଭେଲୋରର ଜୋସ୍ ଆଲୁକାସ୍ ସୋରୁମ୍ ରୁ ଲୁଟ୍ ହୋଇଥିବା ଅଳଙ୍କାର ଉଦ୍ଧାର କରାଯାଇଥିଲା।

ଏହା ବ୍ୟତୀତ, ଆମେ ତାମିଲନାଡୁର ସାମ୍ବାଦିକ ମହାଲିଙ୍ଗମ ପୋନୁସ୍ୱାମୀଙ୍କ ଦ୍ୱାରା ୨୦ ଡିସେମ୍ବର ୨୦୨୧ ତାରିଖରେ କରାଯାଇଥିବା ଏକ ଟ୍ୱିଟ୍ ମଧ୍ୟ ପାଇଲୁ, ଯେଉଁଥିରେ ସେ ସମାନ ସୂଚନା ଦେଇଥିଲେ।

ଦି ହିନ୍ଦୁ ରେ ପ୍ରକାଶିତ ଖବର ଅନୁଯାୟୀ, ଡିସେମ୍ବର ୨୦୨୧ ରେ ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ, ତାମିଲନାଡୁର ଭେଲୋରରେ ଏକ ଅଳଙ୍କାର ଶୋ’ରୁମ୍‌ରୁ ୮ କୋଟି ଟଙ୍କା ମୂଲ୍ୟର ୧୬ କିଲୋ ସୁନା ଚୋରି ହୋଇଥିଲା। ତାମିଲନାଡୁ ପୋଲିସ ଚୋରି ଗ୍ୟାଙ୍ଗକୁ ଠାବ କରିବାରେ ସଫଳ ହୋଇଥିଲା ଏବଂ ଜଣେ ବ୍ୟକ୍ତିଙ୍କଠାରୁ ମୋଟ ୧୬ କିଲୋ ସୁନା ଉଦ୍ଧାର କରିଥିଲା।

ଭାଇରାଲ ଭିଡିଓ ଜଡ଼ିତ ଖବରକୁ ଅନେକ ତାମିଲ ନ୍ୟୁଜ୍ ୱେବସାଇଟ ନିଜ ୟୁଟ୍ୟୁବ ଚ୍ୟାନାଲରେ ପ୍ରକାଶିତ କରିଥିଲେ ଯାହା ଆପଣ ମାନେ ଏଠାରେ ଏବଂ ଏଠାରେ ଦେଖି ପାରିବେ।

୧୧ ଡିସେମ୍ବର ୨୦୧୬ ରେ ହିନ୍ଦୁସ୍ତାନ ଟାଇମ୍ସ ୱେବସାଇଟରେ ପ୍ରକାଶିତ ଏକ ଖବର ଅନୁଯାୟୀ, ଆୟକର ବିଭାଗର ଚଢାଉ ସମୟରେ ଚେନ୍ନାଇର ବ୍ୟବସାୟୀ ଜେ ଶେଖର ରେଡ୍ଡିଙ୍କ ଘରୁ ୧୦୬.୫୨ କୋଟି ଟଙ୍କା ଏବଂ ୧୨୭ କିଲୋଗ୍ରାମ ସୁନା ଜବତ କରାଯାଇଥିଲା। ଏହା ପରେ, ରେଡ୍ଡୀଙ୍କୁ ତିରୁମାଲା ତିରୁପତି ଦେବସ୍ଥାନମ୍ (TTD) ଟ୍ରଷ୍ଟ ବୋର୍ଡରୁ ବାହାର କରିଦିଆଗଲା।

ସିଦ୍ଧାନ୍ତ: 

ଆମ ଅନୁସନ୍ଧାନରୁ ପ୍ରମାଣିତ ହେଲା ଯେ ଭାଇରାଲ ଦାବି ମିଥ୍ୟା ଅଟେ। ତାମିଲନାଡ଼ୁ ର ୨୦୨୧ ମସିହାର ପୁରୁଣା ଘଟଣାକୁ YSR ଜଗନ ସରକାରଙ୍କ ସମୟରେ ତିରୁମାଲା ତିରୁପତି ରେ ଜନସମ୍ପର୍କ ଅଧିକାରୀ ଥିବା ଶ୍ରୀମତୀ ନିଷ୍କା ବେଗମଙ୍କ ଘରେ ED ର ଚଢାଉ ହେଇଥିବା ଦାବି ସହିତ ସେୟାର କରା ଯାଉଛି।

Avatar

Title:YSR ଜଗନ ସରକାରଙ୍କ ସମୟରେ ତିରୁମାଲା ତିରୁପତି ଦେବସ୍ଥାନମରେ ଜନସମ୍ପର୍କ ଅଧିକାରୀ ଥିବା ଶ୍ରୀମତୀ ନିଷ୍କା ବେଗମଙ୍କ ଘରେ ED ର ଚଢାଉ ହେଇଥିବା ଦାବି ମିଥ୍ୟା ଅଟେ।

Fact Check By: Siddharth Sahu 

Result: False

Leave a Reply

Your email address will not be published. Required fields are marked *