
ମହାକୁମ୍ଭ ମେଳା ୨୦୨୫ ଆନୁଷ୍ଠାନିକ ଭାବରେ ୧୩ ଜାନୁଆରୀ ୨୦୨୫ ରେ ଉତ୍ତରପ୍ରଦେଶର ପ୍ରୟାଗରାଜରେ ଆରମ୍ଭ ହୋଇଥିଲା। ଏହା ୨୬ ଫେବୃଆରୀ ୨୦୨୫ ପର୍ଯ୍ୟନ୍ତ ଚାଲିବ। ଏହି ମେଳା ପ୍ରତି ୧୨ ବର୍ଷରେ ଥରେ ଅନୁଷ୍ଠିତ ହୁଏ ଏବଂ ଲକ୍ଷ ଲକ୍ଷ ତୀର୍ଥଯାତ୍ରୀ, ସନ୍ଥ ଏବଂ ପର୍ଯ୍ୟଟକଙ୍କୁ ଆକର୍ଷିତ କରେ। ପ୍ରୟାଗରାଜ ମହାକୁମ୍ଭର ଅନେକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି।
ଏହା ମଧ୍ୟରେ, ଜଣେ ଅନ୍ତର୍ଜାତୀୟ ପାଇଲଟ୍ ମହାକୁମ୍ଭ ବିଷୟରେ ଉଡ଼ାଣ ମଧ୍ୟରେ ଘୋଷଣା କରୁଥିବାର ଏକ ଭିଡିଓ ଭାଇରାଲ ହେଉଛି। ଭିଡିଓରେ, ପାଇଲଟ୍ ଏହି ମହାନ ଘଟଣାର ଏକ ସୁନ୍ଦର ବର୍ଣ୍ଣନା କରୁଛନ୍ତି। ସେ ମହାକୁମ୍ଭର ବିଶାଳତା ଏବଂ ସେଠାରେ ସମବେତ ଭକ୍ତଙ୍କ ଭକ୍ତିକୁ ଅତ୍ୟନ୍ତ ଉତ୍ସାହର ସହିତ ଉପସ୍ଥାପନ କରୁଛନ୍ତି। ପାଇଲଟ୍ ଆହୁରି କହିଛନ୍ତି ଯେ ଏହି ମହାକୁମ୍ଭ ୧୪୪ ବର୍ଷରେ ଥରେ ଅନୁଷ୍ଠିତ ହୁଏ ଏବଂ ବିମାନରେ ଥିବା ସମସ୍ତଙ୍କୁ ଅବତରଣ କରିବା ମାତ୍ରେ ପବିତ୍ର ସ୍ନାନ କରିବାକୁ ଏବଂ ନାଗା ସାଧୁଙ୍କ ଆଶୀର୍ବାଦ ନେବାକୁ ସେ ଅନୁରୋଧ କରୁଛନ୍ତି।
ଆମ ଅନୁସନ୍ଧାନ:
ଆମ ଅନୁସନ୍ଧାନରେ ପ୍ରଥମେ ଆମେ ଭାଇରାଲ ଭିଡିଓକୁ ବିଭିନ୍ନ ଫ୍ରେମରେ ବିଭାଜିତ କରି ପ୍ରତ୍ଯେକ ଫ୍ରେମର ଗୁଗୁଲ ରିଭର୍ସ ଇମେଜ୍ ସର୍ଚ୍ଚ କରିଲୁ। ଫଳାଫଳରେ ଆମକୁ ୨୫ ଜାନୁଆରୀ ୨୦୨୫ ରେ ଅନଭେଶ ପଟେଲଙ୍କ ଇନଷ୍ଟାଗ୍ରାମ ହ୍ୟାଣ୍ଡେଲ @anveshgraphy ରେ ଅପଲୋଡ୍ ହୋଇଥିବା ସମାନ ଭିଡିଓ ମିଳିଲା। ପୋଷ୍ଟର ବର୍ଣ୍ଣନାରେ କୁହାଯାଇଛି ଯେ ୨୦୨୫ ପ୍ରୟାଗରାଜ ମହାକୁମ୍ଭର ଆକାଶଚିତ୍ର ଫଟୋ ତାଙ୍କ ଗସ୍ତ ସମୟରେ ସେ ନେଇଥିଲେ ଏବଂ ଭଏସ୍ ଓଭର ଅଡିଓ ମୂଳ ଏବଂ ସମ୍ପୂର୍ଣ୍ଣ କପିରାଇଟ୍ ଅଟେ।
ତାଙ୍କ ଇନଷ୍ଟାଗ୍ରାମ ପ୍ରୋଫାଇଲକୁ ବିଶ୍ଳେଷଣ କରିବା ପରେ, ଆମେ ଜାଣିବାକୁ ପାଇଲୁ ଯେ ସେ ତେଲେଙ୍ଗାନାର ହାଇଦ୍ରାବାଦର ଜଣେ ଡିଜିଟାଲ୍ କଣ୍ଟେଣ୍ଟ କ୍ରିଏଟର୍, ଫଟୋଗ୍ରାଫର ଏବଂ ଭିଡିଓଗ୍ରାଫର, ଯିଏ ଏହି ଭିଡିଓଟି ତିଆରି କରିଛନ୍ତି।
ଆମେ ଅନଭେଶଙ୍କ ପ୍ରୋଫାଇଲ୍ ଦେଖିଲୁ ଏବଂ ଭାଇରାଲ ଭିଡିଓ ପରି ଏକ ସମାନ ଭିଡିଓ ପାଇଲୁ। ହାଇଦ୍ରାବାଦର ଆକାଶୀୟ ଦୃଶ୍ୟ ସହିତ, ଜଣେ ପାଇଲଟ୍ ଏହା ଉପରେ ଉଡ଼ିବା ବିଷୟରେ ଘୋଷଣା କରୁଥିବାର ଏକ ଅଡିଓ ଶୁଣିବାକୁ ମିଳିଲା ଯାହା ଭାଇରାଲ ଭିଡିଓର ଅଡିଓ ପରି ସମାନ।
ଭାଇରାଲ୍ ଭିଡିଓ ବିଷୟରେ ଅଧିକ ସ୍ପଷ୍ଟୀକରଣ ପାଇଁ, ଆମେ ଅନଭେଶ ପଟେଲଙ୍କ ସହ ଯୋଗାଯୋଗ କରିଥିଲୁ ଯିଏ ନିଶ୍ଚିତ କରିଥିଲେ ଯେ ସେ ଭାଇରାଲ୍ ଭିଡିଓଟିକୁ କ୍ୟାପ୍ଚର କରିଛନ୍ତି ଏବଂ ସ୍କ୍ରିପ୍ଟ ଲେଖିଛନ୍ତି। ଏହି ଅଡିଓଟି ଆମେରିକାର ତାଙ୍କର ଜଣେ ବନ୍ଧୁଙ୍କ ସହାୟତାରେ ତିଆରି କରାଯାଇଥିଲା ଏବଂ ଏଥିରେ କିଛି ପ୍ରତିଧ୍ୱନି ପ୍ରଭାବ ସହିତ ଏକ ମୂଳ ମାନବ ସ୍ୱର ଦିଆ ଯାଇଥିଲା।
ସିଦ୍ଧାନ୍ତ:
ଆମ ଅନୁସନ୍ଧାନରୁ ପ୍ରମାଣିତ ହେଲା ଯେ ଭାଇରାଲ ଦାବି ମିଥ୍ୟା ଅଟେ। ଭାଇରାଲ୍ ଭିଡିଓଟି ୨୦୨୫ ପ୍ରୟାଗରାଜ ମହାକୁମ୍ଭ ପାଇଁ ପ୍ରକୃତ ଆନ୍ତର୍ଜାତୀୟ ବିମାନ ଅବତରଣ ଘୋଷଣା ନୁହେଁ। ଏହା ତେଲେଙ୍ଗାନାର ହାଇଦ୍ରାବାଦର ଜଣେ ଡିଜିଟାଲ୍ କଣ୍ଟେଣ୍ଟ ନିର୍ମାତାଙ୍କ ଦ୍ୱାରା ପ୍ରସ୍ତୁତ କରାଯାଇଥିଲା ଏବଂ ଆମେରିକାର ତାଙ୍କର ଜଣେ ବନ୍ଧୁଙ୍କ ସହାୟତାରେ ଏହି ଘୋଷଣା କରାଯାଇଥିଲା।

Title:ଏଡିଟେଡ୍ ଭିଡିଓକୁ ପ୍ରୟାଗରାଜରେ ବିମାନ ଅବତରଣ ସମୟରେ କରାଯାଇଥିବା ଘୋଷଣା ଦାବି ସହିତ ସେୟାର କରା ଯାଉଛି।
Fact Check By: Siddharth SahuResult: False
