ସେଣ୍ଟ୍ରାଲ୍ ଆମେରିକାର ଗୁଆଟେମାଲା ଦେଶର ଖରାପ ରାସ୍ତାର ଭିଡିଓକୁ ଭାରତର ବୋଲି ଦାବି କରାଯାଉଛି

False Political

ଏକ ରାସ୍ତା ମଧ୍ୟରୁ ପଣି ବାହାରୁ ଥିବା ଭିଡିଓ ସୋସିଆଲ ଇଡ୍ୟରେ ଭାଇରାଲ ହେବାରେ ଲାଗିଛି। ଏହି ଭିଡିଓ ଭାରତର ବୋଲି ଦାବି କରା ଯାଉଛି। ଭିଡିଓ ସେୟାର କରି ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ତାଙ୍କ ସ୍ପେସ୍ ଟେକ୍ନୋଲୋଜି ବିଷୟରେ ପ୍ରଶ୍ନ କରା ଯାଉଛି। 

କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ପାଇଲା। ଏହା ସେଣ୍ଟ୍ରାଲ୍ ଆମେରିକାର ଗୁଆଟେମାଲା ଦେଶର ଘଟଣା ଅଟେ ଯାହାକୁ ଭାରତର କହି ସେୟାର କରା ଯାଉଛି। 

କ’ଣ ଦାବି କରା ଯାଇଛି ପୋଷ୍ଟରେ? 

ଭିଡିଓ ସେୟାର କରି ଜଣେ ସୋସିଆଲ ମିଡିଆ ବ୍ୟବହାରକାରୀ ଲେଖିଛନ୍ତି, “ଚୌକିଦାର ନରେନ୍ଦ୍ର ମୋଦୀର ସ୍ପେସ ଟେକ୍ନୋଲୋଜିରେ ନିର୍ମିତ ରାଜରାସ୍ତା ଯାହାକି ଡ୍ରୋନ୍ ଦ୍ବାରା ନିରିକ୍ଷଣ କରି ଭ୍ରଷ୍ଟାଚାରକୁ ମୂଳୋତ୍ପାଟନ କରାଯାଇପାରିଛି

Facebook | Archive

ଆମ ଅନୁସନ୍ଧାନ: 

ଆମ ଅନୁସନ୍ଧାନରେ ପ୍ରଥମେ ଆମେ ଭାଇରାଲ ଭିଡିଓକୁ ବିଭିନ୍ନ ଫ୍ରେମରେ ବିଭାଜିତ କରିଲୁ। ଏହା ପରେ ପ୍ରତ୍ଯେକ ଫ୍ରେମର ଗୁଗୁଲ ରିଭର୍ସ ଇମେଜ୍ ସର୍ଚ୍ଚ କରିବା ପରେ ଆମକୁ ୧୭ ସେପ୍ଟେମ୍ବର ୨୦୨୪ ର ଏକ ଟୁଇଟ ମିଳିଲା ଯେଉଁଥିରେ ଉଲ୍ଲେଖ କରା ଯାଇଛି ଯେ ଏହା ସେଣ୍ଟ୍ରାଲ୍ ଆମେରିକାର ଗୁଆଟେମାଲା ଦେଶର ଭିଡିଓ ଅଟେ। ନିମ୍ନରେ ଆପଣ ମାନେ ଟୁଇଟର ସ୍କ୍ରିନଶଟ୍ ଦେଖି ପାରିବେ।

Archive

ଉପରୋକ୍ତ ତଥ୍ୟରୁ ଆମେ Clima Guatemala ର ମୂଳ ଟୁଇଟ ମିଳିଲା। ୧୩ ସେପ୍ଟେମ୍ବର ୨୦୨୪ ର ଏହି ଟୁଇଟରେ ଉଲ୍ଲେଖ କରା ଯାଇଛି, “ପ୍ରଶାନ୍ତ ମହାସାଗର ମାର୍ଗ CA-9 ର 14 କିଲୋମିଟରରେ ସତର୍କତା ବ୍ୟବହାର କରନ୍ତୁ। ନାଳରେ ଅଧିକ ବର୍ଷା ଜଳ ଯୋଗୁଁ ରାସ୍ତାର ଅବସ୍ଥା ଖରାପ ହୋଇଯାଇଛି।

Tomen precauciones en el km 14 ruta al Pacífico. Asfalto se levanta por exceso de agua de lluvia en drenajes y tragantes pic.twitter.com/CPuKR2ADuf

— Clima Guatemala (@ClimaenGuate) September 12, 2024

ଏହା ପରେ ଆମକୁ ୧୨ ସେପ୍ଟେମ୍ବର ର ଏକ ରିପୋର୍ଟ ମିଳିଲା ଯେଉଁଥିରେ ଭାଇରାଲ ଭିଡିଓର ଏକ ଫୋଟୋ ମଧ୍ୟ ପ୍ରକାଶିତ ହେଇଛି। ରିପୋର୍ଟ ରେ କୁହା ଯାଇଛି ଯେ ବିପର୍ଯ୍ୟୟ ହ୍ରାସ ପାଇଁ ଜାତୀୟ ସଂଯୋଜକ ସଂସ୍ଥା ପ୍ରଶାନ୍ତ ମାର୍ଗ CA-9 ରାସ୍ତାରେ ଫାଟ ପଡ଼ିଥିବା ଖବର ନିଶ୍ଚିତ କରିଛି। ପାଣିର ଚାପ ଅଧିକ ଥିବା ହେତୁ ରାସ୍ତାରେ ଫାଟ ପଡ଼ି ତାହା ଉଠୁଥିବା ଦେଖିବାକୁ ମିଳିଛି। 

୧୨ ସେପ୍ଟେମ୍ବର ରେ ‘ପ୍ରେନ୍ସଲିବ୍ରେ‘ ୱେବସାଇଟରେ ପ୍ରକାଶିତ ଖବର ଅନୁଯାୟୀ ଏହି ଭିଡିଓ ଗୁଆଟେମାଲା ଦେଶର ଅଟେ। “ଭିଲ୍ଲା ନୁଏଭା ଅଞ୍ଚଳର ସ୍ୱେଚ୍ଛାସେବୀ ଅଗ୍ନିଶମ କର୍ମଚାରୀମାନେ ପ୍ରଶାନ୍ତ ମହାସାଗରକୁ ଯାଉଥିବା ଜାତୀୟ ମାର୍ଗ CA-9 ରେ ଫାଟ ପଡ଼ିଥିବାର ଖବର ଦେଇଥିଲେ। ପ୍ରବଳ ବର୍ଷା ସମୟରେ ଜଳସ୍ତର ଯୋଗୁଁ ଏହି ପ୍ରକାର ପରିସ୍ଥିତି ଉପୁଜିଥିଲା। ଏପରି ପରିସ୍ଥିତି ସମାନ ସ୍ଥାନରେ ପୂର୍ବରୁ ମଧ୍ୟ ହୋଇଥିବା ସୂଚନା ମିଳିଛି। 

ସିଦ୍ଧାନ୍ତ: 

ଆମ ଅନୁସନ୍ଧାନରୁ ପ୍ରମାଣିତ ହେଲା ଯେ ଭାଇରାଲ ଭିଡିଓ ଭାରତର ନୁହେଁ ବରଂ ମଧ୍ୟ ଆମେରିକା ମହାଦ୍ଵୀପରେ ଅବସ୍ଥିତ ଗୁଆଟେମାଲା ଦେଶର ଅଟେ। ଗୁଆଟେମାଲା ଦେଶର ଖରାପ ରାସ୍ତାର ଭିଡିଓକୁ ପ୍ରଧାନମନ୍ତ୍ରୀ ମୋଦୀଙ୍କର ସ୍ପେସ୍ ଟେକ୍ନୋଲୋଜି ଭାଷଣର ନିନ୍ଦା କରି ସେୟାର କରା ଯାଉଛି। 

Avatar

Title:ସେଣ୍ଟ୍ରାଲ୍ ଆମେରିକାର ଗୁଆଟେମାଲା ଦେଶର ଖରାପ ରାସ୍ତାର ଭିଡିଓକୁ ଭାରତର ବୋଲି ଦାବି କରାଯାଉଛି

Fact Check By: Siddharth Sahu 

Result: False

Leave a Reply

Your email address will not be published. Required fields are marked *