କଂଗ୍ରେସ ମୁସଲମାନମାନଙ୍କର ଏକ ଦଳ ବୋଲି ରାହୁଲ ଗାନ୍ଧୀ ପ୍ରକୃତରେ ଏକ ବିବୃତ୍ତି ଦେଇଛନ୍ତି କି?

False Political

ବର୍ତ୍ତମାନ ସୋସିଆଲ ମିଡିଆରେ ଏକ ପୋଷ୍ଟ ଭାଇରାଲ ହେଉଛି ଯେଉଁଥିରେ ଦାବି କରା ଯାଉଛି ଯେ ରାହୁଲ ଗାନ୍ଧୀ କହିଛନ୍ତି ଯେ ତାଙ୍କ ପୂର୍ବପୁରୁଷ ମାନେ ମୁସଲମାନ ଏବଂ କଂଗ୍ରେସ ମଧ୍ୟ ମୁସଲମାନ ମାନଙ୍କର ଏକ ଦଳ। କଂଗ୍ରେସ ମୁସଲମାନ ମାନଙ୍କର ଦଳ ବୋଲି ରାହୁଲ ଗାନ୍ଧୀ ନିଜେ ସ୍ଵୀକାର କରିଛନ୍ତି ବୋଲି ଦାବି କରା ଯାଉଛି। 

କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ପାଇଲା। ରାହୁଲ ଗାନ୍ଧୀ କେବେ କହି ନାହାଁନ୍ତି ଯେ ତାଙ୍କ ପୂର୍ବପୁରୁଷମାନେ ମୁସଲମାନ ଏବଂ ସେ ଜଣେ ମୁସଲମାନ କିମ୍ବା କଂଗ୍ରେସ ମୁସଲମାନମାନଙ୍କର ଏକ ଦଳ।

Facebook | Archive

ଆମ ଅନୁସନ୍ଧାନରେ ପ୍ରଥମେ ଆମେ ବିଭିନ୍ନ ମୁଖ୍ୟଶବ୍ଦ ବ୍ୟବହାର କରି ସର୍ଚ୍ଚ କରିବା ପରେ ଆମେ କୌଣସି ଫଳାଫଳ ପାଇଲୁ ନାହିଁ ଯେଉଁଥିରେ ରାହୁଲ ଗାନ୍ଧୀ କହୁଛନ୍ତି ଯେ କଂଗ୍ରେସ ହେଉଛି ମୁସଲମାନମାନଙ୍କର ଏକ ଦଳ।

ଏହା ପରେ ଆମେ ୧୨ ନଭେମ୍ବର ୨୦୧୮ ରେ ଏବିପି ନ୍ୟୁଜ୍ ଦ୍ୱାରା ଏକ ଟୁଇଟ୍ ପାଇଲୁ। ଏହି ଟୁଇଟ ଦ୍ଵାରା ଏବିପି ନ୍ୟୁଜ୍ ଲୋକଙ୍କୁ ସୂଚିତ କରିଛି ଯେ ତାଙ୍କ ନ୍ୟୁଜ୍ ଟେମ୍ପଲେଟ୍ ବ୍ୟବହାର ଏବଂ ଏଡିଟ୍ କରା ଯାଇଛି। ଏହି ସ୍କ୍ରିନଶଟ୍ ଗୁଡ଼ିକରେ ପ୍ରକାଶ କରା ଯାଇଥିବା ଖବର ର ରାହୁଲ ଗାନ୍ଧୀଙ୍କ ବିବୃତ୍ତି ସଂପର୍କରେ ଏବିପି ନ୍ୟୁଜ୍ ନେଟୱାର୍କ ସହିତ କୌଣସି ସମ୍ପର୍କ ନାହିଁ। 

#Urgent: This is to notify that the attached media which is being circulated online has been doctored with our channel’s template. The information about Sh. Rahul Gandhi’s statements, which these images carry have not been reported by ABP & have no relation with ABP News Network. pic.twitter.com/qYU2sJXqsl

— ABP News (@ABPNews) November 12, 2018

Archive 

ଏକ ସାମ୍ବାଦିକ ସମ୍ମିଳନୀରେ କଂଗ୍ରେସ ସ୍ପଷ୍ଟ କରିଛି ଯେ ବିଜେପି ର ଧର୍ମ ହେଉଛି କେବଳ ଶକ୍ତି/ଶାସନ। କିନ୍ତୁ କଂଗ୍ରେସ, ଦେଶର ସମସ୍ତ ନାଗରିକ, ଧର୍ମ, ଜାତି, ଭାଷା, ଏବଂ ସମସ୍ତ କ୍ଷେତ୍ରର ପ୍ରତିନିଧିତ୍ଵ କରି ଆସିଛି ଏବଂ ଭବିଷ୍ୟତରେ ମଧ୍ୟ କରିବ।

Highlights of the Press conference by @rssurjewala, Incharge Communications AICC on PM Modi’s statements during the rally in Bengal. pic.twitter.com/dcZk3lvkal

— Congress (@INCIndia) July 16, 2018

କଂଗ୍ରେସ କହିଛି ଯେ ତାଙ୍କ ଦଳ ମୁସଲମାନ ମାନକ ଦଳ ବୋଲି କୌଣସି ବିବୃତ୍ତି ରାହୁଲ ଗାନ୍ଧୀ ଦେଇ ନାହଁନ୍ତି। ରାହୁଲ ଗାନ୍ଧୀ ଏକ ଟୁଇଟରେ କଂଗ୍ରେସକୁ ଏକ ନିରପେକ୍ଷ ରାଜନୈତିକ ଦଳ ବୋଲି କହିଛନ୍ତି ଯାହା ଦେଶର ପ୍ରତ୍ୟେକ ଧର୍ମର ଅଟେ।

I stand with the last person in the line. The exploited, marginalised and the persecuted. Their religion, caste or beliefs matter little to me.

I seek out those in pain and embrace them. I erase hatred and fear.

I love all living beings.

I am the Congress.

— Rahul Gandhi (@RahulGandhi) July 17, 2018

ସିଦ୍ଧାନ୍ତ: 

ଆମ ଅନୁସନ୍ଧାନରୁ ପ୍ରମାଣିତ ହେଲା ଯେ ଏବିପି ନ୍ୟୁଜ୍ ର ଟେମ୍ପଲେଟ୍ ଏଡିଟ୍ କରି କଂଗ୍ରେସ ମୁସଲମାନ ମାନଙ୍କର ଦଳ ବୋଲି ପ୍ରଚାର କରା ଯାଉଛି। ରାହୁଲ ଗାନ୍ଧୀ କହି ନାହଁନ୍ତି ଯେ ସେ କିମ୍ବା ତାଙ୍କ ପୂର୍ବପୁରୁଷ ମୁସଲମାନ ଥିଲେ ଏବଂ କଂଗ୍ରେସ ମୁସଲମାନ ମାନଙ୍କର ଏକ ଦଳ। 

Avatar

Title:କଂଗ୍ରେସ ମୁସଲମାନମାନଙ୍କର ଏକ ଦଳ ବୋଲି ରାହୁଲ ଗାନ୍ଧୀ ପ୍ରକୃତରେ ଏକ ବିବୃତ୍ତି ଦେଇଛନ୍ତି କି?

Fact Check By: Siddharth Sahu 

Result: False

Leave a Reply

Your email address will not be published. Required fields are marked *