ଆର.ଜି କର ମେଡିକାଲ୍ କଲେଜ୍ ପ୍ରିନ୍ସିପାଲ ସହିତ କେକ୍ କାଟୁଥିବା ବ୍ୟକ୍ତି କୋଲକାତା ଦୁଷ୍କର୍ମ ଅଭିଯୁକ୍ତ ନୁହଁନ୍ତି। 

False Social

ସୋସିଆଲ ମିଡିଆରେ ଏକ ଚିତ୍ର ଭାଇରାଲ ହେଉଛି, ଯେଉଁଥିରେ ଜଣେ ବ୍ୟକ୍ତି ତାଙ୍କ ଜନ୍ମଦିନ ପାଳନ କରୁଥିବା ଦେଖାଯାଉଛି। ଭାଇରାଲ ପୋଷ୍ଟ ସହିତ ଦାବି କରା ଯାଉଛିଯେ ଫୋଟୋରେ କେକ୍ କାଟୁଥିବା ବ୍ୟକ୍ତି ହେଉଛନ୍ତି ଆର.ଜି କର ମେଡିକାଲ କଲେଜ ଏବଂ ହସ୍ପିଟାଲର ବଳାତ୍କାର ଓ ହତ୍ୟା ମାମଲା ଅଭିଯୁକ୍ତ ସଞ୍ଜୟ ରୟ। ସେ ତାଙ୍କ ଜନ୍ମଦିନ ଆର.ଜି କର ମେଡିକାଲ କଲେଜର ପୂର୍ବତନ ପ୍ରିନ୍ସପାଲ “ସନ୍ଦୀପ ଘୋଷ” ଙ୍କ କାର୍ଯ୍ୟାଳୟରେ ପାଳନ କରିଥିଲେ।

କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ପାଇଲା। ଆର.ଜି କର ମେଡିକାଲ୍ ର ପୂର୍ବତନ ପ୍ରିନ୍ସିପାଲ୍ ସହ କେକ୍ କାଟୁଥିବା ବ୍ୟକ୍ତି ହେଉଛନ୍ତି ସିଏନ୍ଏମସିଏଚ୍ କର୍ମଚାରୀ ପ୍ରସନ୍ନ ଚାଟାର୍ଜୀ। ସେ କୋଲକାତା ଦୁଷ୍କର୍ମ ଏବଂ ହତ୍ୟା ଅଭିଯୁକ୍ତ ସଞ୍ଜୟ ରୟ ହେଇଥିବା ଦାବି ମିଥ୍ୟା ଅଟେ। 

କ’ଣ ଦାବି କରା ଯାଇଛି ପୋଷ୍ଟରେ? 

ସୋସିଆଲ ମିଡିଆରେ ଦାବି କରା ଯାଇଛି ଯେ ଦୁଷ୍କର୍ମ ଏବଂ ହତ୍ୟା ଅଭିଯୁକ୍ତ ସଞ୍ଜୟ ରୟ ଆର.ଜି କର ମେଡିକାଲ କଲେଜର ପୂର୍ବତନ ପ୍ରିନ୍ସିପାଲ ସନ୍ଦୀପ ଘୋଷଙ୍କ କାର୍ଯ୍ୟାଳୟରେ ତାଙ୍କ ଜନ୍ମଦିନ ପାଳନ କରୁଥିବା ଦେଖିବାକୁ ମିଳିଛି। ତେବେ ଏହାରି ମଧ୍ୟରେ  ଅଭିଯୁକ୍ତ ସଞ୍ଜୟ ରୟଙ୍କ ଜନ୍ମଦିନ ପାଳନ କରୁଥିବା ଭାଇରାଲ ଫଟୋ ସୋସିଆଲ ମିଡିଆରେ ଭାଇରଲ ହେବା ପରେ ଏହି ଘଟଣାରେ  ପ୍ରିନ୍ସିପାଲଙ୍କ ଭୂମିକା ଥିବା ସନ୍ଦେହ କରାଯାଉଛି। 

Facebook | Archive | News | Archive

ସମାନ ଦାବି ଆମକୁ ଟୁଇଟରରେ ମଧ୍ୟ ଭାଇରାଲ ହେଇଥିବା ମିଳିଲା। 

Archive

ଆମ ଅନୁସନ୍ଧାନ: 

ଆମ ଅନୁସନ୍ଧାନରେ ପ୍ରଥମେ ଆମେ ଭାଇରାଲ ଫୋଟୋର ଗୁଗୁଲ ରିଭର୍ସ ଇମେଜ୍ ସର୍ଚ୍ଚ କରିଲୁ। ଫଳାଫଳରେ ଆମକୁ ସମାନ ଫୋଟୋ ପ୍ରୋସଞ୍ଜିତ ଦେ ନାମକ ଏକ ଫେସବୁକ ଏକାଉଣ୍ଟରେ ୩ ଜାନୁଆରୀ ୨୦୨୦ ରେ ପୋଷ୍ଟ ହେଇଥିବା ମିଳିଲା। ଏଥିରୁ ସ୍ପଷ୍ଟ ହେଉଛି ଯେ ଭାଇରାଲ ଫୋଟୋ ପୁରୁଣା ଅଟେ। 

ଭାଇରାଲ୍ ଫୋଟୋରେ ଦେଖାଯାଇଥିବା ବ୍ୟକ୍ତିଙ୍କ ଚେହେରା ଏଠାରେ ସ୍ପଷ୍ଟ ଦେଖାଯାଉଛି। ଏହି ପୋଷ୍ଟରେ ଲେଖାଥିଲା – “CNMCH ର MSVP କାର୍ଯ୍ୟାଳୟରେ ପ୍ରସୁନ୍ନ ଚାଟାର୍ଜୀଙ୍କ ଜନ୍ମଦିନ ଉତ୍ସବ”। ସୂଚନା ଅନୁଯାୟୀ, ଚିତ୍ରରେ କେକ୍ କାଟୁଥିବା ବ୍ୟକ୍ତିଙ୍କ ନାମ ହେଉଛି ପ୍ରସୁନ୍ନ ଚାଟାର୍ଜୀ। ଅଧିକ ଅନୁସନ୍ଧାନ ପରେ, ଆମେ ୨୮ ଅଗଷ୍ଟ ରେ CNMCRDA (କଲିକତା ନ୍ୟାସନାଲ ମେଡିକାଲ କଲେଜ ରେସିଡେଣ୍ଟ ଡାକ୍ତର ଆସୋସିଏସନ୍) ଦ୍ୱାରା ଅଂଶୀଦାର ହୋଇଥିବା ଏକ ଇନଷ୍ଟାଗ୍ରାମ ପୋଷ୍ଟ ପାଇଲୁ। ଏହି ପୋଷ୍ଟରରେ ଭାଇରାଲ୍ ଫୋଟୋ ଅପଲୋଡ୍ ହୋଇଛି।

Archive

ଏହି ପଦବୀରେ ଥିବା ବ୍ୟକ୍ତି କଲିକତା ନ୍ୟାସନାଲ ମେଡିକାଲ କଲେଜ ଏବଂ ହସ୍ପିଟାଲ (ସିଏନଏମସି ଆଣ୍ଡ ଏଚ୍) ର ଡାଟା ଏଣ୍ଟ୍ରି ଅପରେଟର ପ୍ରସନ୍ନ ଚାଟାର୍ଜୀ ବୋଲି ଜଣାପଡିଛି। ଏହା ମଧ୍ୟ ଦାବି କରାଯାଇଛି ଯେ ଚାଟାର୍ଜୀ ପୂର୍ବତନ ପ୍ରିନ୍ସିପାଲ୍ ଡକ୍ଟର ସନ୍ଦୀପ ଘୋଷଙ୍କ ଘନିଷ୍ଠ ସହଯୋଗୀ ଥିଲେ ଏବଂ ୯ ଅଗଷ୍ଟ ରେ ଅପରାଧ ଘଟଣାସ୍ଥଳରେ ମଧ୍ୟ ଉପସ୍ଥିତ ଥିଲେ।

ଏହା ପରେ ଆମେ ପ୍ରସୁନ୍ନ ଚାଟାର୍ଜୀ ଏବଂ ଅଭିଯୁକ୍ତ ସଞ୍ଜୟ ରୟ ର ଫୋଟୋର ତୁଳନା କରିଲୁ ଯାହା ଆପଣ ମାନେ ନିମ୍ନରେ ଦେଖି ପାରିବେ। 

ଆଗକୁ ଆମେ ୩୦ ଅଗଷ୍ଟ ରେ ଟାଇମ୍ସ ଅଫ୍ ଇଣ୍ଡିଆରେ ପ୍ରକାଶିତ ଏକ ରିପୋର୍ଟ ପାଇଲୁ। ଏହି ଖବରରେ ଭାଇରାଲ ଫୋଟୋ ସହିତ ନକଲି ଦାବି ସମ୍ପର୍କରେ ଅନେକ ସୋସିଆଲ ଇନଫ୍ଳୁଏନସର ତଥା ସୋସିଆଲ ମିଡିଆ ବ୍ୟବହାରକାରୀଙ୍କୁ ନୋଟିସ ପଠାଇବାକୁ ପୋଲିସ ନିଷ୍ପତ୍ତି ନେଇଛି।

ସିଦ୍ଧାନ୍ତ: 

ଆମ ଅନୁସନ୍ଧାନରୁ ପ୍ରମାଣିତ ହେଲା ଯେ ଭାଇରାଲ ଦାବି ମିଥ୍ୟା ଅଟେ। ଭାଇରାଲ ଫୋଟୋରେ ଆର.ଜି ମେଡିକାଲ୍ କଲେଜ୍ ପ୍ରିନ୍ସିପାଲ ସହିତ କେକ୍ କାଟୁଥିବା ବ୍ୟକ୍ତି କୋଲକାତା ଦୁଷ୍କର୍ମ ଅଭିଯୁକ୍ତ ସଞ୍ଜୟ ରୟ ନୁହଁନ୍ତି। ଏହି ବ୍ୟକ୍ତି ହେଉଛନ୍ତି ସିଏନ୍ଏମସିଏଚ୍ କର୍ମଚାରୀ ପ୍ରସନ୍ନ ଚାଟାର୍ଜୀ।

Avatar

Title:ଆର.ଜି କର ମେଡିକାଲ୍ କଲେଜ୍ ପ୍ରିନ୍ସିପାଲ ସହିତ କେକ୍ କାଟୁଥିବା ବ୍ୟକ୍ତି କୋଲକାତା ଦୁଷ୍କର୍ମ ଅଭିଯୁକ୍ତ ନୁହଁନ୍ତି।

Written By: Siddharth Sahu  

Result: False

Leave a Reply

Your email address will not be published. Required fields are marked *