କେରଳର ଶିବାନନ୍ଦ ଆଶ୍ରମର ଫୋଟୋକୁ ନ୍ୟୁଜିଲାଣ୍ଡରେ ଭାରତୀୟ ସଂସ୍କୃତି ଅନୁସାରେ ଭୋଜନ କରୁଥିବା ଦାବି ସହିତ ସେୟାର କରା ଯାଉଛି

False Social

ତଳେ ବସି କଦଳୀପତ୍ର ରେ ଭୋଜନ କରୁଥିବା ଲୋକଙ୍କର ଏକ ଫୋଟୋ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଦାବି କର ଯାଉଛି ଯେ ନ୍ୟୁଜିଲାଣ୍ଡ ପରି ଦେଶରେ ଲୋକମାନେ ଭାରତ ସଂସ୍କୃତିକୁ ଆପଣେଇଲା ବେଳେ ଆମେ ନିଜ ସଂସ୍କୃତି ଭୁଲି ଚାଲିଛି।

କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ପାଇଲା। ଏହି ଫୋଟୋ ନ୍ୟୁଜିଲାଣ୍ଡର ନୁହେଁ, ଏହା କେରଳର ତିରୁଭନନ୍ତପୁରମ ସହର ନିକଟରେ ଥିବା ଗୋଟିଏ ଯୋଗ ଆଶ୍ରମର ଫୋଟୋ ଅଟେ।

କ’ଣ ଦାବି କରା ଯାଇଛି ପୋଷ୍ଟରେ?

ଫୋଟୋ ସେୟାର କରି ଜଣେ ସୋସିଆଲ ମିଡିଆ ବ୍ୟବହାରକାରୀ ଲେଖିଛନ୍ତି, “ଏହି ଦୃଶ୍ୟ ଟି ନ୍ୟୁଜିଲାଣ୍ଡ ର ଅଟେ । ସେମାନେ ଆମ ସଂସ୍କୃତି କୁ ଆପଣେଇ ନେଇଛନ୍ତି ଆଉ ଆମେମାନେ ନିଜର ସଂସ୍କୃତି ହିଁ ଭୁଲି ଯିବାକୁ ବସିଛନ୍ତି।

Facebook | Archive

ଆମ ଅନୁସନ୍ଧାନ:

ଆମ ନୁସନ୍ଧାନରେ ପ୍ରଥମେ ଆମେ ଭାଇରାଲ ଫୋଟୋର ଗୁଗୁଲ ରିଭର୍ସ ଇମେଜ୍ ସର୍ଚ୍ଚ କରିଲୁ। ଫଳାଫଳରେ ଆମକୁ ସମାନ ଦେଖା ଯାଉଥିବା ଏକ ଫୋଟୋ ଗୋଟିଏ ୱେବସାଇଟରେ ପ୍ରକାଶିତ ହେଇଥିବା ମିଳିଲା। ଏହି ୱେବସାଇଟରେ ଜଣେ ଯାତ୍ରୀ ଭାରତରେ ନିଜର ଅଭିଜ୍ଞତା ଲେଖିଛନ୍ତି। ସେ ଉଲ୍ଲେଖ କରିଛନ୍ତି ଯେ ଏହି ସ୍ଥାନ ହେଉଛି କେରଳର ତିରୁଭନନ୍ତପୁରମର ନେୟାର ଡ୍ୟାମ ନିକଟରେ ଥିବା ସିଭାନନ୍ଦ ଆଶ୍ରମ। ନିମ୍ନରେ ଆପଣ ମାନେ ସେହି ଫୋଟୋ ଦେଖି ପାରିବେ।

Archive

ଗୁଗୁଲ ମ୍ୟାପ୍ ରେ ଶିବାନନ୍ଦ ଆଶ୍ରମ ସର୍ଚ୍ଚ କରିବା ପରେ ଆମକୁ ସେଥିରେ ତାଙ୍କ ଭୋଜନ କକ୍ଷର ଅନ୍ୟ ଏକ ଫୋଟୋ ମିଳିଲା ଯାହା ଭାଇରାଲ ଫୋଟୋ ପରି ସମାନ ଦେଖାଯାଉଛି। ଭାଇରାଲ ଫୋଟୋ ଏବଂ ଗୁଗୁଲ ମ୍ୟାପ୍ ରୁ ମିଳିଥିବା ଫୋଟୋରେ ଆପଣ ମାନେ ଦେଖିବେ ଯେ ସେଥିରେ ଲାଗିଥିବା ସ୍ପିକର ସମାନ ସ୍ଥାନ ଏବଂ ସମାନ ଆକାର ର ଅଟେ। ଏଥିସହ ପକାର ରଙ୍ଗ ଏବଂ କକ୍ଷରେ ଲାଗିଥିବା ପିଲାର ଗୁଡ଼ିକ ମଧ୍ୟ ସମାନ। ନିମ୍ନରେ ଆମାନ ମାନେ ଦୁଇଟି ଫୋଟୋ ମଧ୍ୟରେ ତୁଳନା ଦେଖି ପାରିବେ।

ସିଦ୍ଧାନ୍ତ:

ଆମ ଅନୁସନ୍ଧାନରୁ ପ୍ରମାଣିତ ହେଲା ଯେ ଭାଇରାଲ ଦାବି ମିଥ୍ୟା ଅଟେ। ଭାଇରାଲ ଫୋଟୋ ନ୍ୟୁଜିଲାଣ୍ଡରେ ଲୋକମାନେ ହିନ୍ଦୁ ସଂସ୍କୃତି ଅନୁସାରେ ଭୋଜନ କରୁ ନାହାଁନ୍ତି। ଏହି ଫୋଟୋ କେରଳର ଶିବାନନ୍ଦ ଆଶ୍ରମର ଫୋଟୋ ଅଟେ।

Avatar

Title: କେରଳର ଶିବାନନ୍ଦ ଆଶ୍ରମର ଫୋଟୋକୁ ନ୍ୟୁଜିଲାଣ୍ଡରେ ଭାରତୀୟ ସଂସ୍କୃତି ଅନୁସାରେ ଭୋଜନ କରୁଥିବା ଦାବି ସହିତ ସେୟାର କରା ଯାଉଛି

Written By: Siddharth Sahu  

Result: False

Leave a Reply

Your email address will not be published. Required fields are marked *