କ’ଣ ଅର୍ଥର ଅଭାବ କାରଣରୁ ୧୯୪୮ ମସିହାର ଭାରତ ଫୁଟବଲ୍ ଦଳ ବିନା ଜୋତା ଫୁଟବଲ୍ ଖେଳି ଥିଲେ?

False Political

ବର୍ତ୍ତମାନ ସୋସିଆଲ ମିଡିଆରେ ଏକ ଫୋଟୋ ଭାଇରାଲ ହେଉଛି ଯେଉଁଥିରେ କିଛି ଫୁଟବଲ୍ ଖେଳାଳି ବିନା ଜୋତା ପିନ୍ଧି ମଇଦାନରେ ଖେଳିବା ପାଇଁ ଆସିଥିବା ଦେଖିବାକୁ ମିଳିଛି। ଏହି ପୋଷ୍ଟ ସହିତ ଦାବି କରା ଯାଇଅଛି ଯେ ଅର୍ଥ ଅଭାବ ଥିବା କାରଣରୁ ସରକାର ଭାରତ ଫୁଟବଲ୍ ଦଳ ଖେଳାଳିକୁ ଜୋତା ଯୋଗାଇବାରେ ଅସକ୍ଷମ ହେଇଥିଲା।

ଫ୍ୟାକ୍ଟ କ୍ରିଷେଣ୍ଡୋ ଭାରାଳ ଦାବିକୁ ମିଥ୍ୟା ବୋଲି ପାଇଲା। ସେ ସମୟରେ ଭାରତ ଦଳ ଅଧିକାଂଶ ଫୁଟବଲ୍ ଖେଳାଳି ମାନେ ଜୋତା ପିନ୍ଧି ଖେଳିବା ପାଇଁ ପସନ୍ଦ କରୁନଥିଲେ। 

କ’ଣ ଦାବି କରା ଯାଇଛି ପୋଷ୍ଟରେ?

ଫୋଟୋ ସେୟାର କରି ସୋସିଆଲ ମିଡିଆ ବ୍ୟବହାରକାରୀ ମାନେ ଦାବି କରୁଛନ୍ତି ଯେ ୧୯୪୮ ଲଣ୍ଡନ ଅଲମ୍ପିକ୍ସ ମ୍ୟାଚ୍ ରେ ଭାରତ ୮୭ ମିନିଟ ପର୍ଯ୍ୟନ୍ତ ଶକ୍ତିଶାଳୀ ଫ୍ରାନ୍ସକୁ ୧-୧ ରେ ସୀମାବଦ୍ଧ କରିଥିଲା, କିନ୍ତୁ ତାପରେ ମ୍ୟାଚ ହାରିଯାଇଥିଲା। ଭାରତର ଅନେକ ଖେଳାଳି ବିନା ଜୋତାରେ ଖେଳବାକୁ ବାଧ୍ୟ ହୋଇଥିଲେ। ୧୯୫୦ ରେ ଭାରତ ଫିଫା ବିଶ୍ୱକପରେ କ୍ୱାଲିଫାଇ କଲେ ବି, ଜୋତା ନ ପିନ୍ଧିବାରୁ ତାଙ୍କୁ ପ୍ରତିଯୋକିତାରୁ ନିଷେଧ କରାଯାଇଥିଲା। ଦାବି ଅନୁଯାୟୀ, ଭାରତର ଅର୍ଥ ବ୍ୟବସ୍ଥା ଠିକ୍ ନଥିବାରୁ ସରକାର ତାଙ୍କୁ ଜୋତା ଯୋଗାଇ ପାରୁନଥିଲା କିନ୍ତୁ ପ୍ରଧାନମନ୍ତ୍ରୀ ନେହରୂଙ୍କର ପୋଷାକ ଫ୍ରାନ୍ସରୁ ଆସୁଥିଲା ଏବଂ ସେ ପ୍ରାଇଭେଟ୍ ଜେଟ୍ ରେ ବୁଲୁଥିଲେ।

Facebook | Archive

ଆମ ଅନୁସନ୍ଧାନ: 

ଆମ ଅନୁସନ୍ଧାନରେ ପ୍ରଥମେ ଆମେ ଗୁଗୁଲରେ ଯାଇ ବିଭିନ୍ନ ମୁଖ୍ୟଶବ୍ଦ ବ୍ୟବହାର କରି ଏହି ବିଷୟରେ ସର୍ଚ କରିଲୁ। ସର୍ଚ କରିଲା ପରେ ଆମକୁ ୮ ମଇ ୧୯୪୮ ମସିହାର ଦି ଇଣ୍ଡିଇଆନ ଏକ୍ସପ୍ରେସ୍ ପତ୍ରିକାରେ ଭାରତୀୟ ଫୁଟବଲ୍ ଦଳ ବିଷୟରେ ଏକ ରୋପୋର୍ଟ ମିଳିଲା। ଏହି ପତ୍ରିକା ଅନୁଯାୟୀ ୧୯୪୮ ମସିହାରେ ଲଣ୍ଡନରେ ବିଶ୍ଵ ଅଲମ୍ପିକ ଫୁଟବଲ୍ ପ୍ରତିଯୋକିତା ପାଇଁ ମଇସୁରରୁ ୬ ଜଣ, ବମ୍ବେରୁ ୩ ଜଣ ଏବଂ ବଙ୍ଗାଲରୁ ୮ ଜଣ ଖେଳାଳିଙ୍କର ଚୟନ ହୋଇଥିଲେ। ଏହି ପତ୍ରିକାରେ ଏହା ମଧ୍ୟ କୁହା ଯାଇଅଛି ଯେ ମଇସୁର ଖେଳାଳି ମାନେ ଅତୀତରେ ମଧ୍ୟ ଜୋତା ପିନ୍ଧି ଖେଳିବାକୁ ନାପସନ୍ଦ କରିଥିଲେ।

ଏହା ପରେ ଆମେ ଅଲମ୍ପିକ ୱେବସାଇଟରେ ଯାଇ ଭାରତର ଫୁଟବଲ୍ ଇତିହାସ ବିଷୟରେ ସୂଚନା ଏକତ୍ର କରିଲୁ। ୧୯୪୮ ମସିହାରେ ଭାରତ ଫୁଟବଲ୍ ରେ ଫ୍ରାନ୍ସର ସାମନା କରିଥିଲା ଏବଂ କଡ଼ା ମୁକାବିଲା ପରେ ୨-୧ ରୁ ପରାସ୍ତ ହେଇଥିଲା। ଏହି ୱେବସାଇଟରେ ଅନୁଯାୟୀ ଭାରତ ଫୁଟବଲ୍ କପ୍ତାନ ତାଲିମେରେନ ଆଓ କହିଥିଲେ, “ଭାରତରେ ଆମେ ଫୁଟବଲ୍ ଖେଳୁ, କିନ୍ତୁ ଆପଣ ମାନେ ବୁଟବଲ୍ ଖେଳନ୍ତି।”

Olympics | Archive

ଗୁଗୁଲ ଇମେଜରେ ସର୍ଚ କରିଲା ପରେ ଆମକୁ ଭାରତ ଫୁଟବଲ୍ ଦଳର ୧୯୪୮ ମସିହାର ଏକ ଫୋଟୋ ମିଳିଲା। ଏହି ଫୋଟୋରେ ଆମେ ସ୍ପଷ୍ଟ ଦେଖି ପାରୁଛି ଯେ କିଛି ଖେଳାଳି ଜୋତା ପିନ୍ଧିଥିବା ସମୟରେ ଅନ୍ୟ କିଛି ଖେଳାଳି କେବଳ ମୋଜା ପିନ୍ଧିଛନ୍ତି।

Website 

ଟୁଇଟରର ସର୍ଚ କରିଲା ପରେ ଆମେ ଫିଫା ଦ୍ଵାରା ଏକ ଟୁଇଟ ସାମନାକୁ ଆସିଲୁ। ଏହି ଟୁଇଟ ମାଧ୍ୟମରେ ଫିଫା କହିଛି ଯେ ଅଲମ୍ପିକ୍ସ ପ୍ରତିଯୋକିତାରେ ଭାରତୀୟ ଦଳ ଯେଉଁମାନଙ୍କ ମଧ୍ୟରୁ ଅଧିକାଂଶ, ଖାଲି ପାଦରେ ଫୁଟବଲ୍ ଖେଳୁଥିଲେ ୨-୧ ରୁ ଫ୍ରାନ୍ସ ଠାରୁ ପରାଜିତ ହୋଇଥିଲା।

#OnThisDay in 1948, India played their first international match 🇮🇳⚽️

Competing at @Olympics, the Indian team – most of whom were playing barefoot – pushed France all the way before going down to a 2-1 defeat 👏

👉 https://t.co/32ZGbXJag8 pic.twitter.com/gqbmAEehgj

— FIFA (@FIFAcom) July 31, 2018

Archive

ସିଦ୍ଧାନ୍ତ: 

ଆମ ଅନୁସନ୍ଧାନରୁ ପ୍ରମାଣିତ ହେଲା ଯେ ୧୯୪୮ ମସିହାରେ ଭାରତ ଫୁଟବଲ୍ ଦଳର ଜୋତା ନପିନ୍ଧିବାର ଦେଶର ଆର୍ଥିକ ସ୍ଥିତି ସହିତ କୌଣସି ସମ୍ବନ୍ଧ ନାହିଁ। ଭାରତ ଦଳର ଅଧିକାଂଶ ଖେଳାଳି ଜୋତା ପିନ୍ଧି ଫୁଟବଲ୍ ଖେଳିବା ପସନ୍ଦ କରୁନଥିଲେ।

Avatar

Title:କ’ଣ ଅର୍ଥର ଅଭାବ କାରଣରୁ ୧୯୪୮ ମସିହାର ଭାରତ ଫୁଟବଲ୍ ଦଳ ବିନା ଜୋତା ଫୁଟବଲ୍ ଖେଳି ଥିଲେ?

Written By: Siddharth Sahu  

Result: False

Leave a Reply

Your email address will not be published. Required fields are marked *