ଚାଇନାର ଏକ ପୁରୁଣା ଫୋଟୋକୁ AIIMS ଡାକ୍ତର ସୀତାରାମ ୟୁଚୁରିଙ୍କୁ ଶ୍ରଦ୍ଧାଞ୍ଜଳି ଦେଉଥିବା ଦାବି ସହିତ ସେୟାର କରା ଯାଉଛି।

False Political

ସିପିଏମ୍ ସଚିବ ସୀତାରାମ ୟେଚୁରୀଙ୍କ ୧୨ ସେପ୍ଟେମ୍ବର ରେ ନୂଆଦିଲ୍ଲୀର AIIMS ହସ୍ପିଟାଲରେ ଦେହାନ୍ତ ହୋଥିଲା। ତାଙ୍କ ମୃତ୍ୟୁ ପରେ ତାଙ୍କ ଶରୀରକୁ ତାଙ୍କ ଇଚ୍ଛା ଅନୁଯାୟୀ ଡାକ୍ତରୀ ଅନୁସନ୍ଧାନ ପାଇଁ AIIMS ଡାକ୍ତରଖାନାକୁ ଦାନ କରାଯାଇଥିଲା। ଏହି ସମୟରେ, ସୀତାରାମ ୟେଚୁରୀଙ୍କ ଶରୀର ଦାନର ଏକ ଫୋଟୋ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏହି ଫୋଟୋରେ AIIMS କର୍ମଚାରୀ ମାନେ ନତମସ୍ତକ ହୋଇ ତାଙ୍କ ମୃତ ଶରୀରକୁ ଶ୍ରଦ୍ଧାଞ୍ଜଳି ଦେଉଛନ୍ତି। 

କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ପାଇଲା। ଏହା ଚାଇନାର ଏକ ଚିକିତ୍ସାଳୟର ଫୋଟୋ ଅଟେ। ସେଠାରେ ଜଣେ ସହକର୍ମୀ ଡାକ୍ତର ତାଙ୍କ ମୃତ୍ୟୁ ପରେ ଅଙ୍ଗଦାନ କରିଥିବା ହେତୁ ଚିକିତ୍ସାଳୟ କର୍ମଚାରୀ ମାନେ ତାଙ୍କ ଶବକୁ ସମ୍ମାନ ଦେଉଛନ୍ତି। 

କ’ଣ ଦାବି କରା ଯାଇଛି ପୋଷ୍ଟରେ? 

ଫୋଟୋ ସେୟାର କରି ସୋସିଆଲ ମିଡିଆ ବ୍ୟବହାରକାରୀ ମାନେ ଲେଖିଛନ୍ତି, “ଅଙ୍ଗଦାନ କରିଥିବା କମରେଡ୍ ସୀତାରାମ ୟେଚୁରିଙ୍କୁ AIIMS ଡାକ୍ତର ମାନଙ୍କର ଶେଷ ସଲାମ”

Facebook | Archive

ଆମ ଅନୁସନ୍ଧାନ: 

ଆମ ଅନୁଅନ୍ଧାନରେ ପ୍ରଥମେ ଆମେ ଭାଇରାଲ ଫୋଟୋର ଗୁଗୁଲ ରିଭର୍ସ ଇମେଜ୍ ସର୍ଚ୍ଚ କରିଲୁ। ଫଳାଫଳରେ ଆମକୁ ସମାନ ଫୋଟୋ ଚାଇନାର ସିଜିଟିଏନ ନାମକ ଏକ ନ୍ୟୁଜ୍ ୱେବସାଇଟରେ ୩୦ ସେପ୍ଟେମ୍ବର ୨୦୧୬ ରେ ପ୍ରକାଶିତ ହେଇଥିବା ମିଳିଲା। ଫୋଟୋର କ୍ୟାପ୍ସନରେ ଲେଖା ହେଇଛି, “ତିବତରେ ସ୍ବେଚ୍ଛାସେବୀ ଭାବେ କାର୍ଯ୍ୟ କରୁଥିବା ବେଳେ ଜଣେ ଚିନୀ ଡାକ୍ତରଙ୍କର ମୃତ୍ୟୁ ହୋଇଛି। ସେ ତାଙ୍କ ଶରୀରର ଅଙ୍ଗ ଦାନ କରିଛନ୍ତି।” ରିପୋର୍ଟ ଅନୁଯାୟୀ, ହାଓ ଜୁ ନାମକ ୪୧ ବର୍ଷୀୟ ଡାକ୍ତର ତିବ୍ଦତରେ ସ୍ବେଚ୍ଛାସେବୀ ଭାବରେ କାର୍ଯ୍ୟ କରୁଥିବାବେଳେ ମସ୍ତିଷ୍କ ରୋଗର ଶିକାର ହୋଇଥିଲେ ଏବଂ ବିଶେଷଜ୍ଞ ଚିକିତ୍ସା ପାଇଁ ତାଙ୍କୁ ଏକ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ତାଙ୍କ ମୃତ୍ୟୁ ପରେ ସେହି ଡାକ୍ତରଖାନାର ଡାକ୍ତର ଏବଂ ସ୍ୱାସ୍ଥ୍ୟ କର୍ମୀମାନେ ତାଙ୍କ ଶରୀର ଆଗରେ ନତମସ୍ତକ ହୋଇ ଶେଷ ସମ୍ମାନ ଜଣାଇଥିଲେ।

Archive

ଭାଇରାଲ୍ ଫୋଟୋ ଏବଂ ସମାନ ରିପୋର୍ଟ ଆମେ ଅନେକ ଚାଇନିଜ୍ ମିଡିଆ ୱେବସାଇଟରେ ପାଇଲୁ। ରିପୋର୍ଟ ଅନୁଯାୟୀ, ହାଓ ଜୁ ପୂର୍ବ ଚୀନ୍‌ର ଅନୁହୁଇ ପ୍ରଦେଶର ଦନ୍ତ ଚିକିତ୍ସକ ଥିଲେ। ହାଓ ତିବ୍ଦତରେ ସ୍ବେଚ୍ଛାସେବୀ ଥିବାବେଳେ ଅସୁସ୍ଥ ହୋଇପଡିଥିଲେ ଏବଂ ପରେ ତାଙ୍କୁ ଅନୁହୁ ପ୍ରାଦେଶିକ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ୨୯ ସେପ୍ଟେମ୍ବର ୨୦୧୬ ରେ ସେ ସେଠାରେ ମୃତ୍ୟୁ ବରଣ କରିଥିଲେ। ପରିବାର ସଦସ୍ୟ ମାନେ ତାଙ୍କ ଇଚ୍ଛା ଅନୁଯାୟୀ ଅଙ୍ଗ ପ୍ରତିରୋପଣ ଆବଶ୍ୟକ କରୁଥିବା ରୋଗୀଙ୍କୁ ତାଙ୍କ ଶରୀର ଦାନ କରିବାକୁ ନିଷ୍ପତ୍ତି ନେଇଥିଲେ।

ଏହା ଦ୍ଵାରା ସ୍ପଷ୍ଟ ହେଲା ଯେ ଭାଇରାଲ ଫୋଟୋ ୨୦୧୬ ରୁ ଉପଲବ୍ଧ ଅଛି। ୧୨ ସେପ୍ଟେମ୍ବର ୨୦୨୪ ରେ ସୀତାରାମ ୟେଚୁରିଙ୍କର ମୃତ୍ୟୁ ହେଇଥିଲା ଏବଂ ୧୪ ସେପ୍ଟେମ୍ବର ରେ ତାଙ୍କ ଶରୀରକୁ AIIMS କୁ ଦାନ କରା ଯାଇଥିଲା। ତେଣୁ ଭାଇରାଲ ଫୋଟୋ AIIMS କିମ୍ବା ସିତାରାମଙ୍କ ସହିତ ଜଡ଼ିତ ନୁହେଁ। 

ସିଦ୍ଧାନ୍ତ: 

ଆମ ଅନୁସନ୍ଧାନରୁ ପ୍ରମାଣିତ ହେଲା ଯେ ଭାଇରାଲ ଫୋଟୋ AIIMS କିମ୍ବା ସିତାରାମ ୟେଚୁରିଙ୍କ ସହିତ ଜଡ଼ିତ ନୁହେଁ। ଏହା ୨୦୧୬ ର ଚାଇନାର ଏକ ଫୋଟୋ ଯେତେବେଳେ ସେଠିକାର ଜଣେ ଡାକ୍ତରଙ୍କ ମୃତ୍ୟୁ ପରେ ତାଙ୍କ ଶରୀର ଅଙ୍ଗ ଦାନ କରା ଯାଇଥିଲା। 

Avatar

Title:ଚାଇନାର ଏକ ପୁରୁଣା ଫୋଟୋକୁ AIIMS ଡାକ୍ତର ସୀତାରାମ ୟୁଚୁରିଙ୍କୁ ଶ୍ରଦ୍ଧାଞ୍ଜଳି ଦେଉଥିବା ଦାବି ସହିତ ସେୟାର କରା ଯାଉଛି।

Fact Check By: Siddharth Sahu 

Result: False

Leave a Reply

Your email address will not be published. Required fields are marked *