ହଙ୍ଗକଙ୍ଗର ଏକ ପୁରୁଣା ଫୋଟୋକୁ ନିକଟରେ ଲେବାନନ୍ ର ପେଜର ବିସ୍ଫୋରଣ ଘଟଣା ଦାବି ସହିତ ସେୟାର କରା ଯାଉଛି

False International

ନିକଟରେ ଲେବାନନରେ ଦୁଇଟି ପୃଥକ ଘଟଣାରେ ହଜାର ହଜାର ପେଜର୍ ଏବଂ ରେଡିଓ ଉପକରଣ ବିସ୍ଫୋରଣ ହୋଇଛି ଯେଉଁଥିରେ ହଜାର ହଜାର ଲୋକ ଆହତ ହୋଇ ୩୦ ରୁ ଅଧିକ ପ୍ରାଣ ହରାଇଛନ୍ତି। ଏହି ପ୍ରସଙ୍ଗରେ, ବିସ୍ଫୋରଣ ହୋଇଥିବା କମୋଡର ଏକ ଫୋଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଛି ଯାହାକୁ ଲେବାନନରେ ଘଟିଥିବା ବିସ୍ଫୋରଣ ଘଟଣା ସହିତ ଯୋଡାଯାଇଛି।

କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ଫାଇଲ। ହଙ୍ଗକଙ୍ଗର ଏକ କମୋଡ ବିସ୍ଫୋରଣର ପୁରୁଣା ଫୋଟୋକୁ ନିକଟରେ ଲେବାନନ୍ ର ଘଟଣା ଦାବି ସହିତ ସେୟାର କରା ଯାଉଛି।

Facebook | Archive

ଆମ ଅନୁସନ୍ଧାନ: 

ଆମ ଅନୁସନ୍ଧାନରେ ପ୍ରଥମେ ଆମେ ଭାଇରାଲ ଫୋଟୋର ଗୁଗୁଲ ରିଭର୍ସ ଇମେଜ୍ ସର୍ଚ୍ଚ କରିଲୁ। ଫଳାଫଳରେ ଆମକୁ ସମାନ ଫୋଟୋ ୨୮ ଜାନୁଆରୀ ୨୦୨୦ ରେ ଏକ ୱେବସାଇଟରେ ପ୍ରକାଶିତ ହେଇଥିବା ମିଳିଲା। ରିପୋର୍ଟ ଅନୁଯାୟୀ, ୨୮ ଜାନୁୟାରୀ ୨୦୨୦ ରେ ଶେନଜେନ୍ ବେ କଣ୍ଟ୍ରୋଲ୍ ପଏଣ୍ଟରେ ଥିବା ଏକ ସାଧାରଣ ଶୌଚାଲୟ ଏକ ବୋମା ବିସ୍ଫୋରଣ ହୋଇଥିଲା। 

Archive

ଏହି ଘଟଣା ଜଡ଼ିତ ଆମକୁ ୨୮ ଜାନୁଆରୀ ୨୦୨୦ ରେ ମଧ୍ୟ ସାଉଥ ଚାଇନା ମର୍ନିଙ୍ଗ ପୋଷ୍ଟ ନ୍ୟୁଜ୍ ୱେବସାଇଟରେ ଏକ ରିପୋର୍ଟ ପ୍ରକାଶିତ ହେଇଥିବା ମିଳିଲା। ରିପୋର୍ଟ ଅନୁଯାୟୀ, ଗୋଟିଏ ଘରୋଇ ବୋମାରେ ହଙ୍ଗକଙ୍ଗର ଶୌଚାଲୟ ରେ ବିସ୍ଫୋରଣ ହେବାର ୧୨ ଘଣ୍ଟା ସମୟ ପରେ ଶେନ୍‌ଜେନ୍‌ ବାଇ କଣ୍ଟ୍ରୋଲ ପଏଣ୍ଟରେ ଥିବା ଏକ ଆବର୍ଜନା ପାତ୍ରରେ ଏକ IED ମିଳିଥିଲା। ୪୮ ଘଣ୍ଟା ମଧ୍ୟରେ ଏହା ତୃତୀୟ ବିସ୍ଫୋରଣ ଘଟଣା ଥିଲା। 

ଏହି ରିପୋର୍ଟରେ ଭାଇରାଲ ଫୋଟୋ ପ୍ରକାଶିତ କରି କୁହା ଯାଇଛି, “ଜାନୁଆରୀ ୨୭ ରେ ପଶ୍ଚିମ କାଉଲୋନର ଜୋର୍ଡାନ ରୋଡରେ ଥିବା କିଙ୍ଗ ଜର୍ଜ V ମେମୋରିଆଲ ପାର୍କରେ ଏକ ସନ୍ଦିଗ୍ଧ ବିସ୍ଫୋରକ ଉପକରଣ ଏକ ସାଧାରଣ ଶୌଚାଲୟକୁ ନଷ୍ଟ କରିଦେଇଛି |

ସିଦ୍ଧାନ୍ତ: 

ଆମ ଅନୁସନ୍ଧାନରୁ ପ୍ରମାଣିତ ହେଲା ଯେ ଭାଇରାଲ ଦାବିରେ କୌଣସି ସତ୍ୟତା ନାହିଁ। ହଙ୍ଗକଙ୍ଗର ଏକ କମୋଡ ବିସ୍ଫୋରଣର ପୁରୁଣା ଫୋଟୋକୁ ନିକଟରେ ଲେବାନନ୍ ର ପେଜର ବିସ୍ଫୋରଣ ଘଟଣା ଦାବି ସହିତ ସେୟାର କରା ଯାଉଛି।

Avatar

Title:ହଙ୍ଗକଙ୍ଗର ଏକ ପୁରୁଣା ଫୋଟୋକୁ ନିକଟରେ ଲେବାନନ୍ ର ପେଜର ବିସ୍ଫୋରଣ ଘଟଣା ଦାବି ସହିତ ସେୟାର କରା ଯାଉଛି

Fact Check By: Siddharth Sahu 

Result: False

Leave a Reply

Your email address will not be published. Required fields are marked *