
ରାଜପଥରେ ବସି ଦାହାଡୁଥିବା ଏକ ବାଘର ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଭିଡିଓରେ ଦେଖିବାକୁ ମିଳିଛି ଯେ ରାତ୍ରି ସମୟରେ ବାଘ ରାଜପଥରେ ଦାହାଡୁଥିବା ବେଳେ ଲୋକେ ଭୟଭୀତ ହୋଇ ସେ ସ୍ଥାନରୁ ଦଉଡ଼ି ପଳାଉଛନ୍ତି। ଦାବି କରା ଯାଉଛି ଯେ ଏହି ଘଟଣା ଭଦ୍ରକ-ବାଲେଶ୍ଵର ରାଜପଥର ଏକ ସ୍ଥାନରେ ଘଟିଛି। କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ପାଇଲା। ଏହା ଭଦ୍ରକ-ବାଲେଶ୍ଵର ରାଜପଥ ଘଟଣା ନୁହେଁ। ଏହା କର୍ଣ୍ଣାଟକା ରେ ଘଟିଥିବା ଏକ ପୁରୁଣା ଭିଡିଓ ଅଟେ। କ’ଣ ଦାବି କରା ଯାଇଛି ପୋଷ୍ଟରେ? ଭିଡିଓ ସେୟାର କରି ଜଣେ ସୋସିଆଲ ମିଡିଆ ବ୍ୟବହାରକାରୀ ଲେଖିଛନ୍ତି, “ଭଦ୍ରକ ରୁ ବାଲେଶ୍ଵର ରାସ୍ତାରେ ଜଗିଛି ବାଘ। ତେଣୁ ହୁଶିୟାର। କେତେବେଳେ ବି ବିପଦ ଆସିପାରେ। ଜୀବନ ସୁରକ୍ଷିତ ନୁହେଁ। ସେୟାର କରି ଲୋକଙ୍କୁ ସତର୍କ କରନ୍ତୁ।”
Facebook | Archive
ଆମ ଅନୁସନ୍ଧାନ: ଆମ ଅନୁସନ୍ଧାନରେ ପ୍ରଥମେ ଆମେ ଭାଇରାଲ ଭିଡିଓକୁ ବିଭିନ୍ନ ଫ୍ରେମରେ ବିଭାଜିତ କରି ତାହାର ଗୁଗୁଲ ରିଭର୍ସ ଇମେଜ୍ ସର୍ଚ୍ଚ କରିଲୁ। ଫଳାଫଳରେ ଆମକୁ ସମାନ ଭିଡିଓ ୧୭ ଏପ୍ରିଲ୍ ୨୦୨୩ ରେ ଟୁଇଟ ହେଇଥିବା ମିଳିଲା। ଟୁଇଟରେ ଉଲ୍ଲେଖ କରା ଯାଇଛି ଯେ ଏହା ଗଡଗ-ବିନକାଦାକ୍ତ୍ତି ରାଜପଥ ୬୭ ର ଘଟଣା। ନିମ୍ନରେ ଆପଣ ମାନେ ସେହି ଟୁଇଟ ଦେଖି ପାରିବେ।
ଟାଇମ୍ସ ନାଓ ନ୍ୟୁଜ୍ ୱେବସାଇଟରେ ମଧ୍ୟ ସମାନ ଭିଡିଓ ୧୭ ଏପ୍ରିଲ୍ ରେ ପ୍ରସାରିତ ହେଇଥିବା ମିଳିଲା। ରିପୋର୍ଟ ଅନୁଯାୟୀ, ଗାଦାଗ ବିଙ୍କଡାକାଟି ରାଜପଥ ୬୭ ରେ ଚିତାବାଘ ଦେଖା ଯିବା ପରେ ସ୍ଥାନୀୟ ଲୋକ ଆତଙ୍କିତ ହୋଇଥିଲେ। ବନ ବିଭାଗ ଆଶୁଣ୍ଡୀ, ବିଙ୍କଡାକାଟି ଏବଂ ନିକଟ ଆଞ୍ଚଲ ଲୋକଙ୍କୁ ସତର୍କ କରି ସନ୍ଧ୍ୟା ସମୟରେ ଘରୁ ନ ବାହାରିବା କୁ ପରାମର୍ଶ ଦେଇଥିଲା। ଦି ଇଣ୍ଡିଆନ ଏକ୍ସପ୍ରେସ ରିପୋର୍ଟ ଅନୁଯାୟୀ, ବନବିଭାଗ ଧିକାରୀ ଦୀପିକା ବାଜପାଇ ସୂଚିତ କରିଥିଲେ ଯେ ଭିଡିଓରେ ଥିବା ବାଘ କୌଣସି ପ୍ରାଣୀ ଉଦ୍ୟାନରୁ ପଳାଇ ଯାଇନାହିଁ। ଏହା ଏକ ଜଙ୍ଗଲି ବାଘ ଥିଲା। ଅଧିକାରୀଙ୍କ କହିବା ଆନୁଜାୟି, ଘଟଣା ପରେ ସେହି ବାଘ ଜଙ୍ଗଲକୁ ଫେରି ଯାଇଥିଲା।
ସିଦ୍ଧାନ୍ତ:
ଆମ ଅନୁସନ୍ଧାନରୁ ପ୍ରମାଣିତ ହେଲା ଯେ ଭାଇରାଲ ଦାବି ମିଥ୍ୟା ଅଟେ। ରାଜପଥରେ ବସିଥିବା ଚିତା ବାଘର ଭିଡିଓ ଭଦ୍ରକ-ବାଲେଶ୍ଵର ରାସ୍ତାର ନୁହେଁ। ଏହା କର୍ଣ୍ଣାଟକା ରାଜ୍ୟର ଏକ ପୁରୁଣା ଘଟଣା।

Title:ଜାତୀୟ ରାଜପଥରେ ବସି ଡାହାଡୁଥିବା ବାଘର ଏହି ଭିଡିଓ କର୍ଣ୍ଣାଟକା ରାଜ୍ୟର ଅଟେ।
Written By: Siddharth SahuResult: False
