
୯ ଅକ୍ଟୋବର ରେ ଭାରତର ବହୁ ମାନ୍ୟତା ପ୍ରାପ୍ତ ଶିଳ୍ପପତି ତଥା ଟାଟା ଗ୍ରୁପ୍ର ପୂର୍ବତନ ଅଧ୍ୟକ୍ଷ ରତନ ଟାଟାଙ୍କ ଦୁଖଦ ମୃତ୍ୟୁ ପରେ ସୋସିଆଲ ମିଡିଆରେ ତାଙ୍କ , ଭିଡିଓ, ଫୋଟୋଓ ଏବଂ ବିବୃତ୍ତି ଭାଇରାଲ ହେବାରେ ଲାଗିଛି। ଏଥିମଧ୍ୟରୁ ଆମେ ଲକ୍ଷ୍ୟ କରିଛୁ ଯେ ଟାଟାଙ୍କ ଦ୍ୱାରା କରାଯାଇଥିବା ଏକ ବିବୃତ୍ତି ଭାଇରାଲ ହେବାରେ ଲାଗିଛି। ଅନେକ ଉପଭୋକ୍ତା ତାଙ୍କ ନିଷ୍ପତ୍ତି ଗ୍ରହଣ କାଇବା କଥା ନେଇ ତାଙ୍କୁ ପ୍ରଶଂସା କରୁଛନ୍ତି।
ଗୋଟିଏ ପୋଷ୍ଟରେ ଜଣେ ୟୁଜର ଦାବିଉ କରିଛନ୍ତି ଯେ ରତନ ଟାଟା କହିଥିଲେ, “ମୁଁ ସଠିକ୍ ନିଷ୍ପତ୍ତି ନେବାରେ ବିଶ୍ୱାସ କରେ ନାହିଁ। ମୁଁ ନିଷ୍ପତ୍ତି ନିଏ ଏବଂ ତା’ପରେ ତାହାକୁ ସଠିକ୍ କରେ।“
କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ପାଇଲା। ୨୦୧୫ ର ଏକ ସାକ୍ଷାତରେ ରତନ ଟାଟା ସ୍ପଷ୍ଟ କରିଥିଲେ ସେ ଏପରି କୌଣସି ଉଦ୍ଧୃତ ଦେଇ ନାହାଁନ୍ତି।
ଆମ ଅନୁସନ୍ଧାନ:
ଆମ ଅନୁସନ୍ଧାନରେ ପ୍ରଥମେ ଆମେ ବିଭିନ୍ନ ମୁଖ୍ୟଶବ୍ଦ ବ୍ୟବହାର କରି ଗୁଗୁଲରେ ସର୍ଚ୍ଚ କରିଲୁ। ଫଳାଫଳରେ ଆମକୁ ରତନ ଟାଟାଙ୍କର ଏକ ସାକ୍ଷାତ ବିଜନେସ୍ ଟୁଡେର ୟୁଟ୍ୟୁବ ଚ୍ୟାନାଲରେ ୨୦ ସେପ୍ଟେମ୍ବର ୨୦୨୨ ରେ ପ୍ରସାରିତ ହେଇଥିବା ମିଳିଲା। ଭିଡିଓର କ୍ୟାପ୍ସନରେ ଲେଖା ଯାଇଛି, “ରତନ ଟାଟା, ତାଙ୍କ ନାମରେ ଭାଇରାଲ ହେଉଥିବା ଉଦ୍ଧୃତ ଗୁଡ଼ିକର ଖଣ୍ଡନ କରି ନିଷ୍ପତ୍ତି ନେଇଥିବା ସମୟରେ ସଂଘର୍ଷ ବିଷୟରେ କହିଛନ୍ତି।” ସାକ୍ଷାତରେ ସେ ସ୍ପଷ୍ଟ ଭାବରେ କହିଛନ୍ତି ଯେ ସେ ଏପରି କୌଣସି ଉଦ୍ଧୃତ ଦେଇ ନାହାଁନ୍ତି। ଏହା ସବୁ ସୋସିଆଲ ମିଡିଆରୁ ସୃଷ୍ଟି ହୋଇଛି ବୋଲି ସେ କହିଛନ୍ତି।
ଭିଡିଓର ବର୍ଣ୍ଣନା ରେ କୁହା ଯାଇଛି ଯେ “ମୁଁ ସଠିକ୍ ନିଷ୍ପତ୍ତି ନେବାରେ ବିଶ୍ଵାସ କରେ ନାହିଁ, ମୁଁ ନିଷ୍ପତ୍ତି ନେଇଥାଏ ଏବଂ ତାହାକୁ ସଠିକ୍ କରେ” ଏହା ଉଦ୍ଧୃତ ରତନ ଟାଟା ଦେଇଥିବା ଦାବିକୁ ସେ ୨୦୧୫ ରେ ପ୍ୟାରିସରେ ଆୟୋଜିତ ଏକ ସଭାରେ ଖଣ୍ଡନ କରିଥିଲେ। ଏପ୍ରିଲ୍ ୨୦୧୫ ରେ HEC ପ୍ୟାରିସରେ ତାଙ୍କୁ ସମ୍ମାନଜନକ କାଉସା ଡିଗ୍ରୀ ପ୍ରଦାନ କରାଯାଇଥିଲା, ଏବଂ ତାଙ୍କୁ ଏସିଆର ପ୍ରଥମ ଶିଳ୍ପପତି ଭାବରେ HEC ପ୍ୟାରିସ୍ ଠାରୁ ଏହି ଭିନ୍ନତା ପ୍ରଦାନ କରାଯାଇଥିଲା। ସେ ଏହା ମଧ୍ୟ କହିଥିଲେ ଯେ ତାଙ୍କ ନାମରେ ଭାଇରାଲ ହେଉଥିବା ବିବୃତ୍ତି ଫେସବୁକ ଏବଂ ଟୁଇଟର ପରି ସୋସିଆଲ ମିଡିଆରେ ସୃଷ୍ଟି ହୋଇଛି।
ସମାନ ଭିଡିଓର ଏକ ଲାମ୍ବା ଭର୍ସନ ଏଚଇସି ପ୍ୟାରିସର ୟୁଟ୍ୟୁବ ଚ୍ୟାନାଲରେ ପ୍ରସାରିତ ହେଇଥିଲା ଯେଉଁତିରେ ୧୬ ମିନିଟ ସମୟ ପର ଠାରୁ ଆପଣ ମାନେ ରତନ ଟାଟାଙ୍କୁ ଭାଇରାଲ ଦାବି ଖଣ୍ଡନ କରୁଥିବା ସୂନୀ ପାରିବେ।
ଆମ ଅନୁସନ୍ଧାନରୁ ପ୍ରମାଣିତ ହେଲା ଯେ ଭାଇରାଲ ଦାବି ମିଥ୍ୟା ଅଟେ। ୨୦୧୫ ର ଏକ ସାକ୍ଷାତରେ ରତନ ଟାଟା ସ୍ପଷ୍ଟ କରିଥିଲେ ସେ ଏପରି କୌଣସି ଉଦ୍ଧୃତ ଦେଇ ନାହାଁନ୍ତି।

Title:ନିଷ୍ପତ୍ତି ନେବା ଉପରେ ଏହି ଭାଇରାଲ୍ କୋଟ୍ ରତନ ଟାଟାଙ୍କ ଦ୍ୱାରା କରାଯାଇ ନାହିଁ |
Written By: Siddharth SahuResult: False
