
ବର୍ତ୍ତମାନ ସୋସିଆଲ ମିଡିଆ ଡଙ୍ଗା ଦୁର୍ଘଟଣାର ଏକ ଭିଡିଓ ଭାଇରାଲ ହେଉଛି। ଭାଇରାଲ ଭିଡିଓରେ ଦେଖିବାକୁ ମିଳିଛି ଯେ ସମୁଦ୍ରରେ ଯାତ୍ରୀ ମାନଙ୍କୁ ନେଇ ଯାଉଥିବା ଗୋଟିଏ ଡଙ୍ଗା ପାଣିରେ ଓଲଟି ଯାଇଥିଲା। ଲୋକ ମାନେ ନିଜ ପ୍ରାଣ ବଞ୍ଚାଇବା ପାଇଁ ଦଙ୍ଗାରୁ ଡିଆଁ ମାରୁଥିବା ମଧ୍ୟ ଦେଖିବାକୁ ମିଳିଛି। ଦାବି କରା ଯାଉଛି ଯେ ଏହି ଡଙ୍ଗା ଦୁର୍ଘଟଣା ଭିଡିଓ ଗୋଆର ଅଟେ।
କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ପାଇଲା। ଦୁର୍ଘଟଣାଗ୍ରସ୍ତ ହେଉଥିବା ଡଙ୍ଗାର ଏହି ଭିଡିଓ ଗୋଆର ନୁହେଁ, କଙ୍ଗୋ ଦେଶର ଘଟଣା ଅଟେ।
ଆମ ଅନୁସନ୍ଧାନ:
ଆମ ଅନୁସନ୍ଧାନରେ ପ୍ରଥମେ ଆମେ ଭାଇରାଲ ଭିଡିଓକୁ ବିଭିନ୍ନ ଫ୍ରେମରେ ବିଭାଜିତ କରିଲୁ। ଏହା ପରେ ଆମେ ପ୍ରତ୍ଯେକ ଫ୍ରେମର ଗୁଗୁଲ ରିଭର୍ସ ଇମେଜ୍ ଏସଆରସିସିଏଚ କରିଲୁ। ଫଳାଫଳରେ ଆମକୁ ୩ ଅକ୍ଟୋବର ୨୦୨୪ ରେ ଏକ ଟୁଇଟରେ ସମାନ ଭିଡିଓ ପୋଷ୍ଟ ହେଇଥିବା ମିଳିଲା। ଟୁଇଟରେ ଉଲ୍ଲେଖ କରା ଯାଇଛି ଯେ ଏହି ଡଙ୍ଗା ଦୁର୍ଘଟଣା କଙ୍ଗୋ ଦେଶରେ ଗୋମା/ବୁକାଭୂ ସମୁଦ୍ର ରାସ୍ତାରେ ଘଟିଥିଲା। ଅନେକ ଲୋକଙ୍କର ମୃତ ଶରୀର ଗୋମା ସହର ଶବଗୃହରେ ରଖା ଯାଇଛି।
A boat has capsized along the Goma/Bukavu route in the DR Congo.
Many bodies at the Goma City Mortuary. God please save as many passengers as possible. pic.twitter.com/Hcb6mJtXiw
— Millennial (@LikoniMP2027) October 3, 2024
ସମାନ ଭିଡିଓ ଆମେ ଏପି ନ୍ୟୁଜର ୟୁଟ୍ୟୁବ ଚ୍ୟାନାଲରେ ମଧ୍ୟ ପ୍ରସାରିତ ହେଇଥିବା ପାଇଲୁ। ରିପୋର୍ଟ ଅନୁଯାୟୀ, ଏହି ଭିଡିଓ ପୂର୍ବ କଙ୍ଗୋରେ ଏକ ଡଙ୍ଗା ବୁଡ଼ୁଥିବା ଦୃଶ୍ୟ ଅଟେ ଯେଉଁଥିରେ ପ୍ରାୟ ୭୮ ଲୋକ ପ୍ରାଣ ହରାଇଛନ୍ତି।
ଅଧିକ ଏସଆରସିସିଏଚ କରିବା ପରେ ଆମକୁ ଗୋଆ ପୋଲିସର ଏକ ଟୁଇଟ ମିଳିଲା ଯେଉଁଥିରେ ସେମାନେ ଏହି ଘଟଣା ଗୋଳାର ହେଇଥିବା ଦାବିର ଖଣ୍ଡନ କରିଛନ୍ତି। ଟୁଇଟରେ ଏହା ମଧ୍ୟ ଲେହା ଯାଇଛି ଯେ ଡଙ୍ଗା ଦୁର୍ଘଟଣାର ଏହି ଭିଡିଓ କଙ୍ଗୋ ଦେଶର ଗୋମାରେ ଘଟିଥିଲା।
Official Clarification:
A video circulating on social media claims a boat capsized near Goa’s shores. This is false. The incident occurred in Goma, Congo, Africa. Please refrain from sharing unverified news.
— Goa Police pic.twitter.com/tldVrc3bUm
— Goa Police (@Goa_Police) October 5, 2024
ସିଦ୍ଧାନ୍ତ:
ଆମ ଅନୁଅନ୍ଧାନରୁ ପ୍ରମାଣିତ ହେଲା ଯେ ଭାଇରାଲ ଦାବି ମିଥ୍ୟା ଅଟେ। ଦୁର୍ଘଟଣାଗ୍ରସ୍ତ ହେଉଥିବା ଡଙ୍ଗାର ଏହି ଭିଡିଓ ଗୋଆର ନୁହେଁ, କଙ୍ଗୋ ଦେଶର ଘଟଣା ଅଟେ ଯେଉଁଥିରେ ୭୮ ଲୋକଙ୍କ ମୃତ୍ୟୁ ହେଇଥିବା ସୂଚନା ମିଳିଛି।

Title:ଡଙ୍ଗା ଦୁର୍ଘଟଣାର ଏହି ଭିଡିଓ କଙ୍ଗୋ ଦେଶର ଅଟେ ଗୋଆର ନୁହେଁ। ଭାଇରାଲ ଦାବି ମିଥ୍ୟା ଅଟେ।
Fact Check By: Siddharth SahuResult: False
