କ’ଣ କୁର୍କୁରେ ରେ ଘୁଷୁରି ଚର୍ବି ମିଶାଯାଏ? ଜାଣନ୍ତୁ ସତ୍ୟତା। 

False Social

ସୋସିଆଲ ମିଡିଆରେ ବର୍ତ୍ତମାନ କୁର୍କୁରେ ଚିପ୍ସ କୁ ନେଇ ଏକ ପୋଷ୍ଟ ଭାଇରାଲ ହେବାରେ ଲାଗିଛି। ଦାବି କରା ଯାଉଛି ଯେ କୁର୍କୁରେ ଚିପ୍ସ ଉତ୍ପାଦନ ସମୟରେ ସେଥିରେ ଘୁଷୁରି ଚର୍ବି ମିଶାଯାଉଛି ଯାହା ଦ୍ଵାରା ଲୋକ ମାନେ କର୍କଟ ରୋଗର ଶିକାର ହେଉଛନ୍ତି। 

କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ପାଇଲା। କୁର୍କୁରେରେ ଘୁଷୁରି ଚର୍ବି କିମ୍ବା କୌଣସି ପଶୁର ଅଂଶ ମିଶା ଯାଉନାହିଁ। କୁର୍କୁରେ ଏକ ନିରାମିଷ ଚିପ୍ସ। 

କ’ଣ ଦାବି କରା ଯାଉଛି ପୋଷ୍ଟରେ? 

ପୋଷ୍ଟ ସେୟାର କରି ଜଣେ ସୋସିଆଲ ମିଡିଆ ୟୁଜର ଲେଖିଛନ୍ତି, “ବୁଶ୍ଵାସ ନ ହେଲେ ବି ସତ। କୁର୍କୁରେରେ ଘୁଷୁରି ଚର୍ବି ମିଶାଯାଉଛି ଯାହା କ୍ୟାନ୍ସର ର ଏକ କାରଣ।

Facebook

ଆମ ଅନୁସନ୍ଧାନ: 

ଗୁଗୁଲରେ ବିଭିନ ମୁଖ୍ୟଶବ୍ଦ ବ୍ୟବହାର କରି ସର୍ଚ୍ଚ କରିବା ପରେ ଆମକୁ କୁର୍କୁରେ ର ଏକ ସ୍ପଷ୍ଟୀକରଣ ମିଳିଲା ଯେଉଁଥିରେ କୁହା ଯାଇଛି ଯେ କୁର୍କୁରେ ଏକ ନିରାମିଷ ଉତ୍ପାଦନ ଯାହା ଚାଉଳ, ମକା, ଡାଲି, ତେଲ ଏବଂ ମସଲା ବ୍ୟବହାର କରି ତିଆରି କରା ଯାଏ। ଏଥିରେ ଘୁଷୁରି ଚର୍ବି ମିଶା ଯାଏନାହିଁ।  

ଏଥିସହ ସଂକ୍ଷିପ୍ତରେ ଏହାରର ଉତ୍ପାଦନ ପ୍ରଣାଳୀମଧ୍ୟ ଦିଆ ଯାଇଛି। ପ୍ରଥମେ ଛାଇଲ, ମକା, ତେଲ ଏବଂ ଡାଲିକୁ ପାଣିରେ ମିଶା ଯାଏ। ତାହା ପରେ ଏହାକୁ ତେଢା-ମେଢା ଆକୃତି ଦିଆ ଯାଏ। ଗରମ ତେଲରେ ଛଣା ହୁଏ ଏବଂ ଛାଣି ବାହାର କରିବା ପରେ ବିଭିନ୍ନ ମସଲା ମିଶା ଯାଏ। ଏହି ପ୍ରଣାଳୀରେ କେଉଁଠାରେ ମଧ୍ୟ ଘୁଷୁରି କିମ୍ବା ଅନ୍ୟ ପଶୁ ଚର୍ବି ମିଶା ଯାଇଥିବା କୁହା ଯାଇନାହିଁ।

ଏହା ପରେ ଆମେ ଗୁଗୁଲରେ କୁର୍କୁରେ ପ୍ଯାକେଟର ଫୋଟୋ ସର୍ଚ୍ଚ କରିଲୁ। ଆମେ ଦେଖିବାକୁ ପାଇଲୁ ଯେ ଏହାର ପ୍ଯାକେଟରେ ସବୁଜ ରଙ୍ଗ ଚିହ୍ନ ଅଛି ଯାହା କେବଳ ନିରାମିଷ ଖାଦ୍ୟ ପ୍ଯାକେଟ ଗୁଡ଼ିକରେ ଦିଆଯାଏ। ପ୍ଯାକେଟ ପଛରେ ମଧ୍ୟ ଏହାର ଉତ୍ପାଦନରେ ବ୍ୟବହାର ହୋଇଥିବା ବିଭିନ୍ନ ଜିନିଷର ନାମ ଦିଆ ଯାଇଛି। କୁର୍କୁରେ ଉତ୍ପାଦନ ପାଇଁ ଚାଉଳ, ସାଦା ତେଲ, ମକା, ପ୍ୟାଜ ପାଉଡର, ଲଙ୍କା ଗୁଣ୍ଡଆମ୍ଚୁର ପାଉଡର, ଧନିଆ ପାଉଡର ଇତିୟାଦୀ ବ୍ୟବହାର ହୁଏ। 

ସିଦ୍ଧାନ୍ତ:

ଆମ ଅନୁସନ୍ଧାନରୁ ପ୍ରମାଣିତ ହେଲା ଯେ ଭାଇରାଲ ଦାବି ମିଥ୍ୟା ଅଟେ। କୁର୍କୁରେ ରେ ଘୁଷୁରି ଚର୍ବି ମିଶା ଯାଏନାହିଁ। ଏହା ଏକ ନିରାମିଷ ଖାଦ୍ୟ ଯାହା ଚାଉଳ, ମକା, ଡାଲି, ତେଲ ପରି ଜିନିଷ ବ୍ୟବହାର କରି ତିଆରି କରା ଯାଏ।

Avatar

Title:କ’ଣ କୁର୍କୁରେ ରେ ଘୁଷୁରି ଚର୍ବି ମିଶାଯାଏ? ଜାଣନ୍ତୁ ସତ୍ୟତା।

Written By: Siddharth Sahu  

Result: False

Leave a Reply

Your email address will not be published. Required fields are marked *