ଏହି ଭିଡିଓଟି ଆତଙ୍କବାଦୀଙ୍କ ବିରୁଦ୍ଧରେ ଆରମ୍ଭ ହୋଇଥିବା ଅପରେସନ ସିନ୍ଦୂରର ନୁହେଁ, ଏହା ଏକ ଗେମିଂ ଭିଡିଓ….

False Satyameva Jayate

୨୨ ଏପ୍ରିଲ ୨୦୨୫ ରେ ଜମ୍ମୁ ଏବଂ କାଶ୍ମୀରର ପହଲଗାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣର ପ୍ରତିଶୋଧ ଆରମ୍ଭ ହୋଇଛି। ପହଲଗାମ ଆକ୍ରମଣର ଠିକ୍ ୧୫ ଦିନ ପରେ, ଭାରତ ‘ଅପରେସନ ସିନ୍ଦୂର’ ଆରମ୍ଭ କରି ପାକିସ୍ତାନକୁ ଏକ ଅବିସ୍ମରଣୀୟ ଜବାବ ଦେଇଛି। ଭାରତ ପାକିସ୍ତାନର ଆତଙ୍କବାଦୀ ସଂଗଠନଗୁଡ଼ିକ ବିରୁଦ୍ଧରେ ପ୍ରତିଶୋଧ ନେଇ ଆକାଶ କ୍ଷେପଣାସ୍ତ୍ର ମାଧ୍ୟମରେ ପାକିସ୍ତାନର ଲଢ଼ୁଆ ବିମାନ JF-17କୁ ଖସାଇ ଦେଇଥିଲା ଏବଂ ୭ ଟି ସହରରେ ୯ ଟି ଆତଙ୍କବାଦୀ ଆଡ୍ଡାକୁ ଟାର୍ଗେଟ କରିଥିଲା।

ଏସବୁ ମଧ୍ୟରେ, ଏକ ବିମାନକୁ ଗୁଳି କରି ଖସାଇ ଦିଆଯାଇଥିବାର ଏକ ଭିଡିଓ ସୋସିଆଲ ମିଡିଆରେ ସେୟାର କରାଯାଉଛି। ଦାବି କରାଯାଉଛି ଯେ ଏହା ଆତଙ୍କବାଦୀଙ୍କ ବିରୁଦ୍ଧରେ ଭାରତ ଦ୍ୱାରା ଆରମ୍ଭ କରାଯାଇଥିବା ଅପରେସନ ସିନ୍ଦୂରର ଭିଡିଓ।

ଭାଇରାଲ ଭିଡିଓ ସହିତ ଜଣେ ୟୁଜର ଲେଖିଛନ୍ତି, “ପାକିସ୍ଥାନ ଫାଇଟର ଜେଟ୍ କୁ ମାରି ଗଳାଇବାର ଦୃଶ୍ୟ

Facebook | Archive

ଆମ ଅନୁସନ୍ଧାନ: 

ଆମ ଅନୁସନ୍ଧାନରେ ପ୍ରଥମେ ଆମେ ଭାଇରାଲ ଭିଡିଓର ଗୁଗୁଲ ରିଭର୍ସ ଇମେଜ୍ ସର୍ଚ୍ଚ କରିଲୁ। ଫଳସ୍ଵରୂପ ଆମକୁ ସମାନ ଭିଡିଓ ଫେସବୁକରେ ‘କଫିନ୍ ଗେମିଂ’ ନାମକ ଏକ ଗେମିଂ ପେଜରେ ପୋଷ୍ଟ ହେଇଥିବା ମିଳିଲା। ଏହି ଭିଡିଓ ୧୯ ଏପ୍ରିଲ୍ ୨୦୨୫ କୁ ଅପ୍ଲୋଡ କରା ଯାଇଥିଲା। 

ସୂଚନା ଅନୁଯାୟୀ ଏହା ଏକ ଭିଡିଓ ଗେମ୍ ଅଟେ।

କଫିନ୍ ଗେମିଂ” ବିଷୟରେ ଯାଞ୍ଚ କରିବା ପରେ, ଆମେ ଜାଣିବାକୁ ପାଇଲୁ ଯେ ଏହି ପେଜ୍ କେବଳ ଗେମିଂ ଭିଡିଓ ତିଆରି କରେ। ଭାଇରାଲ୍ ଭିଡିଓଟି ମଧ୍ୟ ଏହି ଗେମିଂର ଅଂଶ। ଏହି ଭିଡିଓଟି ‘ଅପରେସନ୍ ସିନ୍ଦୂର’ ସହିତ କୌଣସି ସମ୍ପର୍କ ନାହିଁ।

ସିଦ୍ଧାନ୍ତ: 

ଆମ ଅନୁସନ୍ଧାନରୁ ପ୍ରମାଣିତ ହେଲା ଯେ ଭାଇରାଲ ଦାବିରେ କୌଣସି ସତ୍ୟତା ନାହିଁ। ଏକ ଗେମ୍ ର ଛୋଟ କ୍ଲିପ୍ କୁ ସେୟାର କରି ତାହାକୁ ଅପରେସନ୍ ସିନ୍ଦୁର ସମୟରେ ଭାରତ, ପାକିସ୍ତାନର ବିମାନ ଗଳାଇବା ଦୃଶ୍ୟ ବୋଲି ଦାବି କରା ଯାଉଛି।

Avatar

Title:ଏହି ଭିଡିଓଟି ଆତଙ୍କବାଦୀଙ୍କ ବିରୁଦ୍ଧରେ ଆରମ୍ଭ ହୋଇଥିବା ଅପରେସନ ସିନ୍ଦୂରର ନୁହେଁ, ଏହା ଏକ ଗେମିଂ ଭିଡିଓ….

Written By: Siddharth Sahu  

Result: False

Leave a Reply

Your email address will not be published. Required fields are marked *