ପୂର୍ବତନ ଭାରତୀୟ ସେନା ମୁଖ୍ୟ ଜେନେରାଲ ବେଦ ପ୍ରକାଶ ମଲିକ ପାକିସ୍ତାନର ଟେକ୍ନୋଲୋଜିକୁ ପ୍ରଶଂସା କରୁଥିବାର ଭିଡିଓ AI ଦ୍ୱାରା ପ୍ରସ୍ତୁତ।

Altered Social

ପୂର୍ବତନ ଭାରତୀୟ ସେନା ମୁଖ୍ୟ ଜେନେରାଲ ବେଦ ପ୍ରକାଶ ମଲିକଙ୍କର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି ଯେଉଁଥିରେ ସେ ପାକିସ୍ତାନର ଟେକ୍ନୋଲୋଜିକୁ ପ୍ରଶଂସା କରୁଛନ୍ତି। ସେ କହୁଛନ୍ତି, “ଅପରେସନ୍ ସିନ୍ଦୁର ସମୟରେ ରେ ଆମେ ପରସ୍ପର ସୀମା ଭେଦିନଥିଲୁ। ଯେଉଁ ପ୍ରକାର ଟେକ୍ନୋଲୋଜି ଏବଂ ଅସ୍ତ୍ର-ଶସ୍ତ୍ର ଉନ୍ନତି ହେଇଛି ଦୁଇ ଦେଶରେ ତାହା ଆମେ ସୀମାରୁ ଦୂରରେ ଥାଇ ଆକ୍ରମଣ କରିବାରେ ସକ୍ଷମ ହେଇଛୁ। କିନ୍ତୁ ପାକିସ୍ତାନ ପାଖରେ ଭାରତ ଠାରୁ ଉନ୍ନତ ଟେକ୍ନୋଲୋଜି ଏବଂ ଉପକରଣ ଅଛି। ଭାରତର S-400 ଏବଂ ରଫାଏଲ୍ ନଷ୍ଟ କରିବା ଏହାର ଏକ ସାକ୍ଷ।

କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ବିଭ୍ରାନ୍ତକାରୀ ବୋଲି ଜାଣିବାକୁ ପାଇଲା। ପୂର୍ବତନ ଭାରତୀୟ ସେନା ମୁଖ୍ୟ ଜେନେରାଲ ବେଦ ପ୍ରକାଶ ମଲିକଙ୍କର ମୂଳ ଭିଡିଓକୁ AI ଦ୍ଵାରା ପରିବର୍ତ୍ତିତ କରା ଯାଇଛି। ମୂଳ ଭିଡିଓ ରେ ଜେନେରାଲ୍ ମଲିକ୍ ପାକିସ୍ତାନର ପ୍ରଶଂସା କରିନଥିଲେ। 

କ’ଣ ଦାବି କରା ଯାଇଛି ପୋଷ୍ଟରେ? 

ଭିଡିଓ ସେୟାର କରି ଜଣେ ୟୁଜର ଲେଖିଛନ୍ତି, “ଜେନେରାଲ ଭି ପି ମଲିକ୍ କଣ ଏମିତି କହିଲେଣି ? ଅପରେସନ ସିନ୍ଦୁର ରେ ଆମେ ପାକିସ୍ତାନ ସୀମା ଭିତରକୁ ପଶିନୁ ! ପାକିସ୍ତାନ ର ଯୁଦ୍ଧ ପ୍ରଯୁକ୍ତି କୌଶଳ ଆମ ଠାରୁ ଉନ୍ନତ। ଆମକୁ ଅଧିକ ଉନ୍ନତି କରିବାକୁ ପଡ଼ିବ !! ଅର୍ଥାତ୍ ଘର୍ ମେଁ ଘୁସ୍ କେ ମାରେହେଁ, ଦାବି ପୁରା ମିଛ?

Facebook | Archive

ଆମ ଅନୁସନ୍ଧାନ: 

ଆମ ଅନୁସନ୍ଧାନରେ ପ୍ରଥମେ ଆମେ ବିଭିନ୍ନ ମୁଖ୍ୟଶବ୍ଦ ବ୍ୟବହାର କରି ଗୁଗୁଲରେ ସର୍ଚ୍ଚ କରିଲୁ। ଫଳସ୍ଵରୂପ ଆମକୁ PIB ର ଏକ ଟୁଇଟର ହେଣ୍ଡେଲରେ ଏକ ଟୁଇଟ ମିଳିଲା ଯେଉଁଥିରେ ଭାଇରାଲ ଭିଡିଓକୁ AI ଦ୍ଵାରା ପ୍ରସ୍ତୁତ କରା ଯାଇଛି ବୋଲି କୁହା ଯାଇଛି। 

୧୪ ଡିସେମ୍ବର ୨୦୨୫ ର ଏକ ଟୁଇଟରେ କୁହା ଯାଇଛି, “ପାକିସ୍ତାନୀ ପ୍ରଚାର ଆକାଉଣ୍ଟଗୁଡ଼ିକ ପୂର୍ବତନ ଭାରତୀୟ ସେନା ମୁଖ୍ୟ ଜେନେରାଲ୍ ବେଦ ପ୍ରକାଶ ମଲିକଙ୍କ ଏକ ଏଆଇ-ଜେନେରେଟେଡ୍ ଭିଡିଓ ପ୍ରସାରିତ କରୁଛନ୍ତି, ଯେଉଁଥିରେ ମିଥ୍ୟା ଦାବି କରାଯାଉଛି ଯେ ସେ ପାକିସ୍ତାନକୁ ପ୍ରଶଂସା କରିଛନ୍ତି ଏବଂ ରାଫେଲ୍ ଏବଂ S-400 ସିଷ୍ଟମ ନଷ୍ଟ କରିଥିବା ସ୍ୱୀକାର କରିଛନ୍ତି।

ଟୁଇଟରେ ଏହା ମଧ୍ୟ କୁହା ଯାଇଛି ଯେ ଏପରି ମନଗଢ଼ା ବିଷୟବସ୍ତୁ ନାଗରିକମାନଙ୍କୁ ଭ୍ରମିତ କରିବା ଏବଂ ଭାରତର ପ୍ରତିରକ୍ଷା କ୍ଷମତା ଉପରେ ବିଶ୍ୱାସକୁ ଦୁର୍ବଳ କରିବା ପାଇଁ ଉଦ୍ଦିଷ୍ଟ। ଜେନେରାଲ୍ ମଲିକ୍ ପାକିସ୍ତାନକୁ ପ୍ରଶଂସା କରିଥିବା କୌଣସି ମନ୍ତବ୍ୟ ଦେଇ ନାହାଁନ୍ତି। 

ଟାଇମ୍ସ ନାଓ ରିପୋର୍ଟ ଅନୁଯାୟୀ, ଅନଲାଇନରେ ପ୍ରସାରିତ ଏକ ଭିଡିଓରେ ଦାବି କରାଯାଇଛି ଯେ ପୂର୍ବତନ ଭାରତୀୟ ସେନା ମୁଖ୍ୟ ଜେନେରାଲ ବେଦ ପ୍ରକାଶ ମଲିକ ପାକିସ୍ତାନର ପ୍ରଶଂସା କରୁଛନ୍ତି ଏବଂ ଭାରତ ରାଫେଲ ଜେଟ୍ ଏବଂ ଅନ୍ୟାନ୍ୟ ଅସ୍ତ୍ରଶସ୍ତ୍ର ହରାଇଛି ବୋଲି ସ୍ୱୀକାର କରୁଛନ୍ତି। କିନ୍ତୁ, ଏହି ଭିଡିଓଟି ନକଲି ଏବଂ ​​ଏହା ଏଆଇ (ଡିପ୍ ଫେକ୍) ବ୍ୟବହାର କରି ସୃଷ୍ଟି କରାଯାଇଛି। ଭିଡିଓଟି ଏକ ଭୁଲ ସୂଚନା ଅଭିଯାନର ଅଂଶ, ଯାହା ପାକିସ୍ତାନ ୟୁଜର ଆକାଉଣ୍ଟ ଦ୍ୱାରା ପ୍ରସାରିତ ହୋଇଥିଲା। ଭିଡିଓରେ ଦାବିଗୁଡ଼ିକ ସମ୍ପୂର୍ଣ୍ଣ ମିଥ୍ୟା।

୧୩ ଡିସେମ୍ବର ୨୦୨୫ ରେ ANI ର ଏକ ଟୁଇଟରେ ଆମେ ସମାନ ଭିଡିଓ ଦେଖି ପାରିବା। ଭିଡିଓର ଜେନେରାଲ୍ ଭିପି ମଲିକ ପାକିସ୍ତାନର ପ୍ରଶଂସା କରି ନାହାଁନ୍ତି। ଭିଡିଓର ଶେଷରେ ଆପଣ ମାନେ ଶୁଣି ପାରିବେ ଯେ ସେ କହିଛନ୍ତି ଯେ ଭାରତ ପାଖରେ ପାକିସ୍ତାନ ଠାରୁ ଉନ୍ନତ ଅସ୍ତ୍ରଶସ୍ତ୍ର ଏବଂ ଉପକରଣ ଅଛି। 

ସିଦ୍ଧାନ୍ତ: 

ଆମ ଅନୁସନ୍ଧାନରୁ ପ୍ରମାଣିତ ହେଲା ଯେ ପୂର୍ବତନ ଭାରତୀୟ ସେନା ମୁଖ୍ୟ ଜେନେରାଲ ବେଦ ପ୍ରକାଶ ମଲିକଙ୍କର ମୂଳ ଭିଡିଓକୁ AI ଦ୍ଵାରା ପରିବର୍ତ୍ତିତ କରା ଯାଇଛି। ମୂଳ ଭିଡିଓ ରେ ଜେନେରାଲ୍ ମଲିକ୍ ପାକିସ୍ତାନର ପ୍ରଶଂସା କରିନଥିଲେ। 

Avatar

Title:ପୂର୍ବତନ ଭାରତୀୟ ସେନା ମୁଖ୍ୟ ଜେନେରାଲ ବେଦ ପ୍ରକାଶ ମଲିକ ପାକିସ୍ତାନର ଟେକ୍ନୋଲୋଜିକୁ ପ୍ରଶଂସା କରୁଥିବାର ଭିଡିଓ AI ଦ୍ୱାରା ପ୍ରସ୍ତୁତ।

Fact Check By:  Siddharth Sahu  

Result: Altered

Leave a Reply

Your email address will not be published. Required fields are marked *