
ତଳେ ବସି, ମୁଖରେ ହସ ନେଇ ଏବଂ କଦଳୀ ପାତ୍ରରେ ଭୋଜନ କରୁଥିବା କିଛି ଛୋଟ ପିଲାଙ୍କର ଫୋଟୋ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଦାବି କରା ଯାଉଛି ଯେ ଏହା ଜର୍ମାନୀ ଦେଶରେ ଥିବା ଏକ ଗୁରୁକୁଳ ଆଶ୍ରମର ଫୋଟୋ।
କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ପାଇଲା। ଏହା ଜର୍ମାନୀ ଦେଶର ଫୋଟୋ ନୁହେଁ, ଏହା ପଶ୍ଚିମବଙ୍ଗର ଇସ୍କନ ଦ୍ୱାରା ପ୍ରତିଷ୍ଠିତ ଏକ ବୈଦିକ ଶିକ୍ଷାନୁଷ୍ଠାନର ଫୋଟୋ।
କ’ଣ ଦାବି କରା ଯାଇଛି ପୋଷ୍ଟରେ?
ଫୋଟୋ ସେୟାର କରି ଜଣେ ୟୁଜର ଲେଖିଛନ୍ତି, “ଏ ଫଟୋ ଭାରତରେ ନୁହଁ ; ଜର୍ମାନୀ ର ଏକ “ଗୁରୁକୁଳ ଆଶ୍ରମରେ ଫଟୋ, ଛାତ୍ର ମାନେବି ବିଦେଶୀ.”

ଆମ ଅନୁସନ୍ଧାନ:
ଆମ ଅନୁସନ୍ଧାନରେ ପ୍ରଥମେ ଆମେ ଭାଇରାଲ ଫୋଟୋର ଗୁଗୁଲ ରିଭର୍ସ ଇମେଜ୍ର ସର୍ଚ୍ଚ କରିଲୁ। ଫଳସ୍ଵରୂପ ଆମକୁ ଏକ ଫେସବୁକ ପୋଷ୍ଟର ଆର୍କାଇଭ୍ ଲିଙ୍କ ମିଳିଲା। ଫେସବୁକ ପୋଷ୍ଟର କ୍ଯାପ୍ସନ୍ ରେ ଲେଖା ଯାଇଛି, “ଆମ ପରବର୍ତ୍ତୀ ପିଢୀ ଭକ୍ତିବେଦାନ୍ତ, ମାୟାପୁର, ପଶ୍ଚିମବଙ୍ଗ ରେ।”

ଏହା ପରେ ଆମେ ଭକ୍ତିବେଦାନ୍ତ ଗୁରୁକୂଳର ଅଧ୍ୟକ୍ଷ ବଳଦେବ ଶ୍ରୀମାନ ଦାସଙ୍କ ସହ ଯୋଗାଯୋଗ କରିଥିଲୁ। ଫୋଟୋରେ ଥିବା ପିଲାମାନେ ଶିକ୍ଷାନୁଷ୍ଠାନର ଛାତ୍ର ବୋଲି ସେ କହିଥିଲେ। ସେ ଏହା ମଧ୍ୟ ସୂଚନା ଦେଇଥିଲେ ଯେ ଗଣମାଧ୍ୟମ ବିଭାଗ ଅଧିକ ସୂଚନା ପ୍ରଦାନ କରିବ। ତା’ପରେ ଯେତେବେଳେ ଆମେ ଗଣମାଧ୍ୟମ ବିଭାଗର ଜଣେ ଅଧିକାରୀଙ୍କୁ ପଚାରିଲୁ, ସେ ସ୍ପଷ୍ଟ କଲେ ଯେ ଚିତ୍ରଟି ତାଙ୍କ ଗୁରୁକୁଳରୁ। ସେ ଆମକୁ ଯୋଗାଯୋଗ ବିଭାଗର ମୁଖ୍ୟ ସୁବ୍ରୋତୋ ଦାସଙ୍କ ଉତ୍ତର ଦେଇଥିଲେ।
ତାଙ୍କ ଉତ୍ତରରେ ସେ କହିଥିଲେ, “ହଁ, ଏହା ଆମର ଭକ୍ତିବେଦାନ୍ତ ଏକାଡେମୀ ଗୁରୁକୂଳର ଫଟୋ ଯାହା ପଶ୍ଚିମବଙ୍ଗର ନାଦିଆ ଜିଲ୍ଲାର ମାୟାପୁରରେ ଅବସ୍ଥିତ। ମାୟାପୁର ହେଉଛି ଶ୍ରୀ ଚୈତନ୍ୟ ମହାପ୍ରଭୁଙ୍କ ଜନ୍ମସ୍ଥାନ ଏବଂ ଇସ୍କନ (କୃଷ୍ଣ ଚେତନା ପାଇଁ ଆନ୍ତର୍ଜାତୀୟ ସମାଜ)ର ବିଶ୍ୱ ମୁଖ୍ୟାଳୟ। ଇସ୍କନର ପ୍ରତିଷ୍ଠାତା ଆଚାର୍ଯ୍ୟ, ତାଙ୍କ ଦିବ୍ୟ କୃପା ଏ.ସି ଭକ୍ତିବେଦାନ୍ତ ସ୍ୱାମୀ ପ୍ରଭୁପାଦଙ୍କ ନିର୍ଦ୍ଦେଶ ଅନୁଯାୟୀ ଆମେ ଏଠାରେ ଛାତ୍ରମାନଙ୍କୁ ବୈଦିକ ଜ୍ଞାନ ଶିକ୍ଷା ଦେଉଛୁ। ସନାତନ ଧର୍ମ ବିଷୟରେ ଶିଖୁଥିବା ଏଠାରେ ୪୦ ରୁ ଅଧିକ ଦେଶର ଛାତ୍ରଙ୍କ ଏକ ବିବିଧ ମିଶ୍ରଣ ଅଛି। ଗଙ୍ଗା କୂଳରେ ମାୟାପୁର (କୋଲକାତାରୁ ପ୍ରାୟ 120 କିଲୋମିଟର) ରେ ଅବସ୍ଥିତ, ନଗର ଜୀବନର କୋଳାହଳରୁ ବହୁତ ଦୂରରେ, ଗୁରୁକୂଳ ଛାତ୍ରମାନେ ଧୋତି, କାନ୍ତି ମାଳା ପିନ୍ଧନ୍ତି ଏବଂ ନିୟମିତ ଭାବରେ ମୁଣ୍ଡ କ୍ଷୌର କରନ୍ତି।”
ଏକାଡେମୀର ୱେବସାଇଟ୍ ଏବଂ ଫେସବୁକ୍ ପେଜରେ ଅନେକ ଫଟୋ ଅଛି। ଆପଣ ଏହି ଫଟୋଗୁଡ଼ିକରେ ପୋଷ୍ଟରେ ଥିବା ସ୍ତମ୍ଭଗୁଡ଼ିକ ଦେଖିପାରିବେ। ଏହା ସହିତ, ତଳେ ଥିବା ଗୁରୁକୂଳର ଭିଡିଓ ଦେଖନ୍ତୁ। ଦୁଇଟି ସମାନ ସ୍ଥାନର ବୋଲି ପ୍ରମାଣ ହେବ।
ଆମେ ଏକାଡେମୀର ଫେସବୁକ ପେଜରର ଏକ ଫୋଟୋରେ ଦେଖିବାକୁ ପାଇଲୁ ଯେ ଭାଇରାଲ ଫୋଟୋରେ ଥିବା ପିଲାମାନେ ଏବଂ ଗୁରୁକୁଳର ଫେସବୁକ ପେଜରେ ଥିବା ପିଲା ମାନେ ସମାନ ୟୁନିଫର୍ମ ପିନ୍ଧିଛନ୍ତି। ନିମ୍ନରେ ଆପଣ ମାନେ ତୁଳନାତ୍ମକ ଫୋଟୋ ଦେଖି ପାରିବେ।

ସିଦ୍ଧାନ୍ତ:
ଆମ ଅନୁସନ୍ଧାନରୁ ପ୍ରମାଣିତ ହେଲା ଭାଇରାଲ ଦାବି ମିଥ୍ୟା ଅଟେ। ଏହା ଜର୍ମାନୀ ଦେଶର ଫୋଟୋ ନୁହେଁ, ଏହା ପଶ୍ଚିମବଙ୍ଗର ଇସ୍କନ ଦ୍ୱାରା ପ୍ରତିଷ୍ଠିତ ଏକ ବୈଦିକ ଶିକ୍ଷାନୁଷ୍ଠାନର ଫୋଟୋ।
Title:ପଶ୍ଚିମବଙ୍ଗର ଏକ ଫୋଟୋକୁ ଜର୍ମାନୀର ଗୁରୁକୁଲ ଆଶ୍ରମର ଫୋଟୋ ଦାବି ସହିତ ସେୟାର କରା ଯାଉଛି।
Fact Check By: Siddharth SahuResult: False


