ଆମେରିକା ଅବୈଧ କଲମ୍ବିଆ ପ୍ରବାସୀଙ୍କୁ ନିର୍ବାସିତ କରୁଥିବା ଫୋଟୋକୁ ଭାରତୀୟ ପ୍ରବାସୀଙ୍କ ସହିତ ହେଉଥିବା ଅତ୍ୟାଚାର ଦାବି ସହିତ ସେୟାର କରା ଯାଉଛି।

False Social

ଆମେରିକାର ରାଷ୍ଟ୍ରପତି ଭାବରେ ଡୋନାଲ୍ଡ ଟ୍ରମ୍ପଙ୍କ ପୁନଃନିର୍ବାଚନ ପରେ, ଅନଧିକୃତ ପ୍ରବେଶକୁ କେନ୍ଦ୍ର କରି ୨୦୫ ଜଣ ଭାରତୀୟ ପ୍ରବାସୀଙ୍କୁ ଭାରତକୁ ପଠାଇ ଦିଆଯାଇଥିଲା। ଏହି ପ୍ରସଙ୍ଗରେ, ସୋସିଆଲ ମିଡିଆରେ ଏକ ଫୋଟୋ ଭାଇରାଲ ହେଉଛି ଯାହାକୁ ଆମେରିକା ଦ୍ୱାରା ଭାରତକୁ ପଠାଯାଉଥିବା ଅବୈଧ ପ୍ରବାସୀମାନଙ୍କର ଏକ ଫୋଟୋ ବୋଲି କୁହାଯାଉଛି। 

କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ପାଇଲା। ଭିଡିଓଟି ଆମେରିକାରୁ କଲମ୍ବିଆନ୍ ପ୍ରବାସୀଙ୍କୁ ନିର୍ବାସିତ କରାଯାଉଥିବାର ଦୃଶ୍ୟ ଅଟେ। ଫୋଟୋରେ ଥିବା ବ୍ୟକ୍ତି ମାନେ ଭାରତୀୟ ପ୍ରବାସୀ ନୁହଁନ୍ତି।

କ’ଣ ଦାବି କର ଯାଇଛି ପୋଷ୍ଟରେ? 

ଫୋଟୋ ସେୟାର କରି ଜଣେ ସୋସିଆଲ ମିଡିଆ ୟୁଜର ଲେଖିଛନ୍ତି, “ଆତଙ୍କବାଦୀ ଭଳି ବ୍ଯବହାର ,ଏ କଥା ଯଦି ସତ ହୋଇଥାଏ ତେବେ ବନ୍ଧୁ ପଣିଆ କୁ ଧିକ୍ ,ପ୍ରଧାନମନ୍ତ୍ରୀ ସ୍ପଷ୍ଟୀକରଣ ରଖନ୍ତୁ ,ନ ହେଲେ ନିଜର ନିଜତ୍ୱ ହରାଇ ବସିବେ ,ଆପଣ ଙ୍କ ବେଳା ଭଲ ଦିଲ୍ଲୀ ନିର୍ବାଚନ ସରିଛି ନ ହେଲେ ବିରୋଧୀ ମିଛ ସତ କହି ଚିଟ୍ ପଟାଙ୍ଗ କରି ଦେଇଥାନ୍ତେ ,କୂଟନୀତି ରେ ପରିବର୍ତ୍ତନ ନିହାତି ଆବଶ୍ଯକ ,ଆମେରିକା କାହାରି ନୂହେଁ ,ତା ସ୍ଵାର୍ଥ ଆଗରେ ସେ ସମସ୍ତଙ୍କୁ ବଳି ପକେଇ ଦେଇ ପାରେ ସେଇଥିପାଇଁ ସେ ବିଶ୍ଵ ରେ ସର୍ବଶ୍ରେଷ୍ଠ ଶକ୍ତିଶାଳୀ

Facebook | Archive

ଇଂଷ୍ଟାଗ୍ରାମରେ ଆମକୁ ଏକ ଭିଡିଓରେ ସମାନ ଭାଇରାଲ ଫୋଟୋର ଦୃଶ୍ୟ ଥିବା ଦେଖିବାକୁ ମିଳିଛି। ନିମ୍ନରେ ଆପଣ ମାନେ ସେହି ଭିଏଅ ଦେଖି ପାରିବେ।

Archive 

ଆମ ଅନୁସନ୍ଧାନ: 

ଆମ ଅନୁସନ୍ଧାନରେ ପ୍ରଥମେ ଆମେ ଭାଇରାଲ ଫୋଟୋର ଗୁଗୁଲ ରିଭର୍ସ ଇମେଜ୍ ସର୍ଚ୍ଚ କରିଲୁ। ଫଳସ୍ଵରୂପ ଆମକୁ ଏହି ଫୋଟୋ ଜଡ଼ିତ ଏକ ଭିଡିଓ ୨୯ ଜାନୁଆରୀ ୨୦୨୫ ରେ ୟୁଟ୍ୟୁବରେ ଅପ୍ଲୋଡ ହେଇଥିବା ମିଳିଲା ଯାହା ଆପଣ ମାନେ ନିମ୍ନରେ ଦେଖି ପାରିବେ।

ଉପରୋକ୍ତ ଭିଡିଓଟିରେ ଏକ ଲେଖା ମଧ୍ୟ ଅଛି। ଗୁଗୁଲ୍ ଟ୍ରାନ୍ସଲେଟ୍ ସାହାଯ୍ୟରେ ଲେଖାକୁ ଅନୁବାଦ କରିବା ସମୟରେ ଆମେ ଜାଣିବାକୁ ପାଇଲୁ ଯେ ଭିଡିଓଟି କଲମ୍ବିଆନ୍ ପ୍ରବାସୀମାନଙ୍କୁ ଆମେରିକାରୁ ନିର୍ବାସିତ କରାଯାଉଥିବା ବୋଲି କୁହା ଯାଇଛି।

ଗୁଗୁଲରେ ବିଭିନ୍ନ ମୁଖ୍ୟଶବ୍ଦ ବ୍ୟବହାର କରି ସର୍ଚ୍ଚ କରିବା ପରେ ଆମକୁ ୩୧ ଜାନୁଆରୀ ୨୦୨୫ ରେ ANI ର ୟୁଟ୍ୟୁବ ଚ୍ୟାନେଲରେ ଅପଲୋଡ୍ ହୋଇଥିବା ଏକ ଭିଡିଓ ମିଳିଲା। ଭିଡିଓର ବର୍ଣ୍ଣନାରେ ଲେଖା ଅଛି, “ଆମେରିକା ପ୍ରତିରକ୍ଷା ବିଭାଗ ସୋମବାର (ଜାନୁଆରୀ ୨୭) ରେ ଫୁଟେଜ୍ ଜାରି କରିଥିଲା, ଯାହା ଏକ ସରକାରୀ ବିବୃତ୍ତି ଅନୁଯାୟୀ, ଟେକ୍ସାସର ଫୋର୍ଟ ବ୍ଲିସ୍ ରେ ଏକ ନିର୍ବାସନ ବିମାନରେ ଅବତରଣ କରୁଥିବା ଅବୈଧ ପ୍ରବାସୀଙ୍କୁ ଦର୍ଶାଉଛି। ପ୍ରତିରକ୍ଷା ବିଭାଗ ଅନୁଯାୟୀ, ୨୩ ଜାନୁଆରୀ ତାରିଖର ଫୁଟେଜରେ ଆମେରିକା କଷ୍ଟମ୍ସ ଏବଂ ସୀମା ସୁରକ୍ଷା ଏଜେଣ୍ଟମାନଙ୍କୁ ଏକ ସାମରିକ ବିମାନରେ ଶୃଙ୍ଖଳିତ ଏବଂ ହାତକଡ଼ି ବାନ୍ଧିଥିବା ବ୍ୟକ୍ତିଙ୍କୁ ମାର୍ଗଦର୍ଶନ କରୁଥିବା ଦେଖାଯାଇଥିଲା। ଶୁକ୍ରବାର (୨୪ ଜାନୁଆରୀ), ପେଣ୍ଟାଗନ ଦକ୍ଷିଣ ସୀମାକୁ ଆହୁରି ଅଧିକ ସୈନ୍ୟ ପଠାଇବାକୁ ପ୍ରସ୍ତୁତ ହେବା ସହିତ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନିର୍ଦ୍ଦେଶରେ ସାମରିକ ବିମାନ ପ୍ରବାସୀମାନଙ୍କ ଉଡ଼ାଣ ଆରମ୍ଭ କରିଥିଲା। ସେହି ଦିନ ମେକ୍ସିକୋ ପ୍ରବାସୀମାନଙ୍କୁ ଦେଶାନ୍ତର କରୁଥିବା ଏକ ଆମେରିକୀୟ ସାମରିକ ବିମାନକୁ ଦେଶରେ ଅବତରଣ କରିବାକୁ ଅନୁମତି ଦେବା ପାଇଁ ଟ୍ରମ୍ପଙ୍କ ପ୍ରଶାସନର ଅନୁରୋଧକୁ ପ୍ରତ୍ୟାଖ୍ୟାନ କରିଥିଲା। ରବିବାର (୨୬ ଜାନୁଆରୀ) ରେ, କଲମ୍ବିଆ ପ୍ରବାସୀମାନଙ୍କୁ ଦେଶାନ୍ତରିତ କରି ଦକ୍ଷିଣ ଆମେରିକୀୟ ଦେଶକୁ ଉଡ଼ାଣ କରୁଥିବା ଦୁଇଟି ଆମେରିକୀୟ ସାମରିକ ବିମାନକୁ ଫେରାଇ ଦେଇଥିଲା। ହ୍ୱାଇଟ୍ ହାଉସ୍ କହିବା ଅନୁଯାୟୀ, କଲମ୍ବିଆ ନିର୍ବାସିତ ପ୍ରବାସୀ ପରିବହନ କରୁଥିବା ସାମରିକ ବିମାନ ଗ୍ରହଣ କରିବାକୁ ରାଜି ହୋଇଛି।

ଆମେ ଏକ ୱେବସାଇଟରେ ଭାଇରାଲ୍ ଭିଡିଓର ସ୍କ୍ରିନସଟ୍ ସହିତ ସମାନ ଫୋଟୋ ପାଇଲୁ। ଶୀର୍ଷକ ଅନୁସାରେ, ଫୋଟୋରେ ଆମେରିକୀୟ ସେନା DHS ସହିତ ମିଳିତ ଭାବରେ ନିର୍ବାସନ କାର୍ଯ୍ୟ କରୁଥିବା ଦେଖିବାକୁ ମିଳିଛି।

ଆମେରିକା ପ୍ରତିରକ୍ଷା ବିଭାଗ ଏହି ଘଟଣା ଜଡ଼ିତ ଏକ ଭିଡିଓ ନିଜ ୱେବସାଇଟରେ ଛାଡ଼ିଛି। 

ସିଦ୍ଧାନ୍ତ: 

ଆମ ଅନୁସନ୍ଧାନରୁ ପ୍ରମାଣିତ ହେଲା ଯେ ଭାଇରାଲ ଦାବି ମିଥ୍ୟା ଅଟେ। ଭିଡିଓଟି ଆମେରିକାରୁ କଲମ୍ବିଆନ୍ ପ୍ରବାସୀଙ୍କୁ ନିର୍ବାସିତ କରାଯାଉଥିବାର ଦୃଶ୍ୟ ଅଟେ। ଫୋଟୋରେ ଥିବା ବ୍ୟକ୍ତି ମାନେ ଭାରତୀୟ ପ୍ରବାସୀ ନୁହଁନ୍ତି।

Avatar

Title:ଆମେରିକା ଅବୈଧ କଲମ୍ବିଆ ପ୍ରବାସୀଙ୍କୁ ନିର୍ବାସିତ କରୁଥିବା ଫୋଟୋକୁ ଭାରତୀୟ ପ୍ରବାସୀଙ୍କ ସହିତ ହେଉଥିବା ଅତ୍ୟାଚାର ଦାବି ସହିତ ସେୟାର କରା ଯାଉଛି।

Fact Check By: Siddharth Sahu 

Result: False

Leave a Reply

Your email address will not be published. Required fields are marked *