
ସୋସିଆଲ ମିଡିଆରେ ବର୍ତ୍ତମାନ ଜଣେ ବିଦେଶୀ ମହିଳାଙ୍କ ଫଟୋ ସହିତ ସୋନିଆ ଗାନ୍ଧୀଙ୍କ ଫଟୋ ଭାଇରାଲ ହେବାରେ ଲାଗିଛି। ୟୁଜର ମାନେ ଦାବି କରୁଛନ୍ତି ଯେ ପ୍ରଥମ ଫଟୋ ଯେଉଁଥିରେ ଜଣେ ମହିଳାଙ୍କୁ କମ୍ ପୋଷାକ ପିନ୍ଧିଥିବା ଦେଖିବାକୁ ମିଳିଛି ସେ ସୋନିଆ ଗାନ୍ଧୀ ଅଟନ୍ତି।
କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ପାଇଲା। ଭାଇରାଲ ଫଟୋରେ କମ୍ ପୋଷାକ ପିନ୍ଧିଥିବା ମହିଳା ସୋନିଆ ଗାନ୍ଧୀ ନୁହେଁନ୍ତି। ସେ ଜଣେ ହଲିୱୁଡ୍ ଅଭିନେତ୍ରୀ ଏବଂ ତାଙ୍କ ନାମ ହେଉଛି ଉର୍ଷୁଲା ଆଣ୍ଡ୍ରେସ।
କ’ଣ ଦାବି କରା ଯାଇଛି ପୋଷ୍ଟରେ?
ଫଟୋ ସେୟାର କରି ଜଣେ ୟୁଜର ଲେଖିଛନ୍ତି, “ଏହି ନାରୀ ଟି ଏପଷ୍ଟିନ ଫାଇଲ ର ମହିମା ମଣ୍ଡନ କରୁଛି. ସେଥିରେ ଏ ନାରୀଟିର ଆହୁରି ଅନେକ ବିଭିନ୍ନ ଭଙ୍ଗୀର ଅର୍ଦ୍ଧନଗ୍ନ ଚିତ୍ର ଓ ଚରିତ୍ର ଶୋଭା ପାଉଛି. ହେଲେ ଆମ ଦେଶରେ କିଛି ଦେଶଦ୍ରୋହୀ ଚାମଚା ଙ୍କ ଆଖିରେ କଦଳୀ କଣ୍ଟା ବାଜି ଦେଖାଯାଉନି”

ଆମ ଅନୁସନ୍ଧାନ:
ଆମ ଅନୁଅନ୍ଧାନରେ ପ୍ରଥମେ ଆମେ ଭାଇରାଲ ଫଟୋର ଗୁଗୁଲ ରିଭର୍ସ ଇମେଜ୍ ସର୍ଚ୍ଚ କରିଲୁ। ଫଳସ୍ଵରୂପ ଆମକୁ ସମାନ ଫଟୋ ଗେଟି ଇମେଜେସ୍ ୱେବସାଇଟରେ ପ୍ରକାଶ ପାଇଥିବା ମିଳିଲା।
ଫୋଟୋ କ୍ୟାପ୍ସନରେ ଲେଖା ଯାଇଛି “1963: Actors Ursula Andress and Sean Connery in a scene from ‘Dr. No’ directed by Terence Young”.
ଅର୍ଥାତ୍ ‘ଡାଃ ନୋ’ ୧୯୬୩ ର ଏକ ହଲିୱୁଡ ସିନେମା ଏବଂ ସିନ୍ କନେରୀ ଏବଂ ଉର୍ସୁଲା ଆଣ୍ଡ୍ରେସ୍ ଯଥାକ୍ରମେ ମୁଖ୍ୟ ଅଭିନେତା ଏବଂ ଅଭିନେତ୍ରୀ ଥିଲେ। ଏଥିରୁ ସ୍ପଷ୍ଟ ହେଉଛି ଯେ, ଫୋଟୋର ବାମ ପାର୍ଶ୍ୱରେ ଥିବା ମହିଳା ହେଉଛନ୍ତି ଅଭିନେତ୍ରୀ ‘ଉରସୁଲା ଆଣ୍ଡରେସ’।

ଭାଇରାଲ ଫଟୋ ଏବଂ ଉପରୋକ୍ତ ଫଟୋକୁ ଗଭୀରତା ସହିତ ଦେଖିବା ପରେ ଆମେ ଜାଣିବାକୁ ପାଇଲୁ ଯେ ପ୍ରକୃତ ଫଟୋରୁ କେବଳ ଅଭିନେତ୍ରୀଙ୍କ ଫଟୋକୁ କ୍ରପ୍ କରି ସେୟାର କରା ଯାଇଛି। ଦୁଇଟି ଫଟୋରେ ଆପଣ ମାନେ ଦେଖି ପାରିବେ ଯେ ଶରୀରର ସ୍ଥିତି, ପୋଷାକ ଏବଂ ହାତରେ ଧରିଥିବା ଫୁଲ ସମାନ ଅଟେ।
ନିମ୍ନରେ ଆପଣ ମାନେ ଦୁଇଟି ଫଟୋ ମଧ୍ୟରେ ତୁଳନା ଦେଖି ପାରିବେ।

ସମାନ ଫଟୋ ଆପଣ ମାନେ ଏଠାରେ, ଏଠାରେ ଏବଂ ଏଠାରେ ଦେଖି ପାରିବେ।
ସିଦ୍ଧାନ୍ତ:
ଆମ ଅନୁସନ୍ଧାନରୁ ପ୍ରମାଣିତ ହେଲା ଯେ ଭାଇରାଲ ଦାବି ମିଥ୍ୟା ଅଟେ। ଉର୍ଷୁଲା ଆଣ୍ଡ୍ରେସ୍ ନାମକ ଜଣେ ହଲିୱୁଡ୍ ଅଭିନେତ୍ରୀଙ୍କ ଫଟୋ କୁ ସୋନିଆ ଗାନ୍ଧୀଙ୍କ ଫଟୋ ଦାବି ସହିତ ସେୟାର କରା ଯାଉଛି।
Title:ଜଣେ ହଲିୱୁଡ୍ ଅଭିନେତ୍ରୀଙ୍କ ଫୋଟୋକୁ ସୋନିଆ ଗାନ୍ଧୀଙ୍କ ଫୋଟୋ ଦାବି ସହିତ ସେୟାର କରା ଯାଉଛି।
Fact Check By: Siddharth SahuResult: False


