ଜଣେ ହଲିୱୁଡ୍ ଅଭିନେତ୍ରୀଙ୍କ ଫୋଟୋକୁ ସୋନିଆ ଗାନ୍ଧୀଙ୍କ ଫୋଟୋ ଦାବି ସହିତ ସେୟାର କରା ଯାଉଛି।

False Political

ସୋସିଆଲ ମିଡିଆରେ ଜଣେ ବିଦେଶୀ ମହିଳାଙ୍କ ତିନୋଟି ଫୋଟୋ ଭାଇରାଲ ହେଉଛି ଯେଉଁଥିରେ ସେ କିଛି ଲୋକଙ୍କ ସହ ଥିବା ଦେଖିବାକୁ ମିଳିଛି। ୟୁଜର ମାନେ ଦାବି କରୁଛନ୍ତି ଯେ ଫୋଟୋରେ ଥିବା ମହିଳା ହେଉଛନ୍ତି କଂଗ୍ରେସ ଦଳର ପୂର୍ବତନ ଅଧ୍ୟକ୍ଷ ସୋନିଆ ଗାନ୍ଧୀ। 

କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ଜାଣିବାକୁ ପାଇଲା। ହଲିୱୁଡ୍ ମୁଭି ‘ଡାଃ ନୋ’ ର ଅଭିନେତ୍ରୀ ଉରସୁଲା ଆଣ୍ଡରେସଙ୍କ ଫୋଟୋକୁ ସୋନିଆ ଗାନ୍ଧୀଙ୍କ ଫୋଟୋ ଦାବି ସହିତ ସେୟାର କରା ଯାଉଛି।

କ’ଣ ଦାବି କରା ଯାଇଛି ପୋଷ୍ଟରେ? 

ଫୋଟୋ ସେୟାର କରି ଜଣେ ସୋସିଆଲ ମିଡିଆ ୟୁଜର ଲେଖିଛନ୍ତି, “କେହି କହିପାରିବେ କି ଏହି ଭଦ୍ର ମହିଳା ଜଣକ କିଏ ଏବଂ ତାଙ୍କ ନାମ ? ମୋ ପାଇଁ ସେ ଚାମଚା ମାନଙ୍କ ରାଣୀ ମାଆ ପରି ଦେଖାଯାଉଛନ୍ତି

Facebook | Archive

ଆମ ଅନୁସନ୍ଧାନ: 

ଆମ ଅନୁସନ୍ଧାନରେ ପ୍ରଥମେ ଆମେ ଭାଇରାଲ ଫୋଟୋର ଗୁଗୁଲ ରିଭର୍ସ ଇମେଜ୍ ସର୍ଚ୍ଚ କରିଲୁ। ଫଳସ୍ଵରୂପ ଆମକୁ ସମାନ ଫୋଟୋ ଏକ ୱେବସାଇଟରେ ଅପ୍ଲୋଡ ହେଇଥିବା ମିଳିଲା। ସୂଚନା ଅନୁଯାୟୀ, ଏହି ଫୋଟୋ ଏକ ହଲିୱୁଡ୍ ସିନେମା ‘ଡାଃ ନୋ’ ରୁ ନିଆ ଯାଇଛି। ଫୋଟୋରେ ଥିବା ମହିଳା ହେଉଛନ୍ତି ଅଭିନେତ୍ରୀ ଉରସୁଲା ଆଣ୍ଡରେସ। 

Getty Images ୱେବସାଇଟରେ ସମାନ ମହିଳା ଥିବା ଅନ୍ୟ ଏକ ଫୋଟୋ ପାଇଲୁ। ଫୋଟୋ କ୍ୟାପ୍ସନରେ ଲେଖା ଯାଇଛି “1963: Actors Ursula Andress and Sean Connery in a scene from ‘Dr. No’ directed by Terence Young”. 

ଅର୍ଥାତ୍ ‘ଡାଃ ନୋ’ 1963 ର ଏକ ହଲିୱୁଡ ସିନେମା ଏବଂ ସିନ୍ କନେରୀ ଏବଂ ଉର୍ସୁଲା ଆଣ୍ଡ୍ରେସ୍ ଯଥାକ୍ରମେ ମୁଖ୍ୟ ଅଭିନେତା ଏବଂ ଅଭିନେତ୍ରୀ ଥିଲେ। ଏଥିରୁ ସ୍ପଷ୍ଟ ହେଉଛି ଯେ, ଫୋଟୋର ବାମ ପାର୍ଶ୍ୱରେ ଥିବା ହେଉଛି ଅଭିନେତ୍ରୀ ‘ଉରସୁଲା ଆଣ୍ଡରେସ’ ଅଟନ୍ତି। ତଳେ ପୋଷ୍ଟର ଲିଙ୍କ ଦେଖନ୍ତୁ।

ଆମେ ଏହା ମଧ୍ୟ ଜାଣିବାକୁ ପାଇଲୁ ଯେ ସମସ୍ତ ଫୋଟୋ ଡାଃ ନୋ ସିନେମାର ଅଭିନେତା ଏବଂ ଅଭିନେତ୍ରୀଙ୍କର। ବାକି ଦୁଇଟି ଫୋଟୋ ଆପଣ ମାନେ ଏଠାରେ ଏବଂ ଏଠାରେ ଦେଖି ପାରିବେ। 

ସିଦ୍ଧାନ୍ତ: 

ଆମ ଅନୁସନ୍ଧାନରୁ ପ୍ରମାଣିତ ହେଲା ଯେ ଭାଇରାଲ ଦାବି ମିଥ୍ୟା ଅଟେ। ହଲିୱୁଡ୍ ମୁଭି ‘ଡାଃ ନୋ’ ର ଅଭିନେତ୍ରୀ ଉରସୁଲା ଆଣ୍ଡରେସଙ୍କ ଫୋଟୋକୁ ସୋନିଆ ଗାନ୍ଧୀଙ୍କ ଫୋଟୋ ଦାବି ସହିତ ସେୟାର କରା ଯାଉଛି।

Avatar

Title:ଜଣେ ହଲିୱୁଡ୍ ଅଭିନେତ୍ରୀଙ୍କ ଫୋଟୋକୁ ସୋନିଆ ଗାନ୍ଧୀଙ୍କ ଫୋଟୋ ଦାବି ସହିତ ସେୟାର କରା ଯାଉଛି।

Fact Check By: Siddharth Sahu 

Result: False

Leave a Reply

Your email address will not be published. Required fields are marked *