
ସୋସିଆଲ ମିଡିଆରେ ବିଜେଡ଼ି ନେତ୍ରୀ ଈପ୍ସିତା ସାହୁଙ୍କର ଏକ ଫୋଟୋ ଭାଇରାଲ ହେବାରେ ଲାଗିଛି। ଫୋଟୋରେ ସେ ଏକ ପୋଷ୍ଟର ଧରିଛନ୍ତି ଯେଉଁଥିରେ ଲେଖା ଯାଇଛି, “ବିଜେଡ଼ି ମହିଳାଙ୍କ ଚରିତ୍ରକୁ ନେଇ ହିନ ରାଜନୀତି କରୁଛି।”
ଫୋଟୋ ସେୟାର କରି ଏପରି କୁହା ଯାଇଛି ଯେ ଇପ୍ସିତା ସାହୁ ସ୍ଵୀକାର କରୁଛନ୍ତି ଯେ ବିଜେଡ଼ି ମହିଳାଙ୍କ ଚରିତ୍ରକୁ ଅପମାନିତ କରେ ଏବଂ ତାହା ନେଇ ରାଜନୀତି ମଧ୍ୟ କରେ।
କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ପାଇଲା। ଈପ୍ସିତା ସାହୁଙ୍କର ଏହି ଫୋଟୋକୁ ଏଡିଟ୍ କରା ଯାଇଛି। ଅସଲି ଫୋଟୋରେ ସେ ବିଜେପି ର ମହିଳାଙ୍କ ପ୍ରତି ରାଜନୀତି ନେଇ ପୋଷ୍ଟର ଧରିଛନ୍ତି।
ଆମ ଅନୁସନ୍ଧାନ:
ଆମ ଅନୁସନ୍ଧାନରେ ପ୍ରଥମେ ଆମେ ଭାଇରାଲ ଫୋଟୋର ଗୁଗୁଲ ରିଭର୍ସ ଇମେଜ୍ ସର୍ଚ୍ଚ କରିଲୁ। ଫଳସ୍ଵରୂପ ଆମକୁ ଇପ୍ସିତା ସାହୁଙ୍କର ଫେସବୁକରେ ଏକ ଫୋଟୋ ପୋଷ୍ଟ ହେଇଥିବା ମିଳିଲା। ଏହି ଫୋଟୋରେ ସେ ସମାନ ସ୍ଥାନରେ ସମାନ ପୋଷାକ ପିନ୍ଧି ଏକ ପୋଷ୍ଟର ଧରିଛନ୍ତି, କିନ୍ତୁ ସେହି ପୋଷ୍ଟରରେ ବିଜେଡ଼ି ବିରୁଦ୍ଧରେ କିଛି ଲେଖା ଯାଇ ନାହିଁ।
ପୋଷ୍ଟରରେ ଲେଖା ଯାଇଛି, “ବିଜେପିର ସଂସ୍କୃତି- ମହିଳାଙ୍କ ଚରିତ୍ରକୁ ନେଇ କରୁଛି ହୀନ ରାଜନୀତି। ବିଜୁ ମହିଳା ଜନତା ଦଳ, ଭୁବନେଶ୍ବର ଜିଲ୍ଲା”
ପୋଷ୍ଟର କ୍ୟାପ୍ସନରେ ଲେଖା ଯାଇଛି, “ଯେତେବେଳେ ରାସ୍ତା ମହିଳାଙ୍କ ପାଇଁ ଅସୁରକ୍ଷିତ ଥାଏ, ତେବେ କ୍ଷମତାର ନୀରବତା ସବୁଠାରୁ ବଡ଼ ଅପରାଧ।” ଏହି ଫୋଟୋ ୧୦ ଜୁଲାଇ ୨୦୨୫ ରେ ପୋଷ୍ଟ କରା ଯାଇଥିଲା।
ନିମ୍ନରେ ଆପଣ ମାନେ ଭାଇରାଲ ଏବଂ ଅସଲି ଫୋଟୋ ମଧ୍ୟରେ ତୁଳନା ଦେଖି ପାରିବେ।
ଅଧିକ ସର୍ଚ୍ଚ କରିବା ପରେ ଆମକୁ ସମାନ ଘଟଣାର ଏକ ଭିଡିଓ ୧୦ ଜୁଲାଇ ୨୦୨୫ ରେ ଏକ ଇଂଷ୍ଟାଗ୍ରାମ୍ ଏକାଉଣ୍ଟରେ ପୋଷ୍ଟ ହେଇଥିବା ମିଳିଲା। ନିମ୍ନରେ ଆପଣ ମାନେ ସେହି ଭିଡିଓ ଦେଖି ପାରିବେ।
ସିଦ୍ଧାନ୍ତ:
ଆମ ଅନୁସନ୍ଧାନରୁ ପ୍ରମାଣିତ ହେଲା ଯେ ଭାଇରାଲ ଦାବି ମିଥ୍ୟା ଅଟେ। ଅସଲି ଫୋଟୋକୁ ଏଡିଟ୍ କରି ମିଥ୍ୟା ପ୍ରଚାର କରା ଯାଉଛି। ଅସଲି ଫୋଟୋରେ ବିଜେଡ଼ି ନେତ୍ରୀ ଈପ୍ସିତା ସାହୁ ବିଜେପି ମହିଳାଙ୍କୁ ନେଇ ହୀନ ରାଜନୀତି କରୁଥିବା ପୋଷ୍ଟର ଧରିଛନ୍ତି।

Title:ବିଜେଡ଼ି ନେତ୍ରୀ ଈପ୍ସିତା ସାହୁଙ୍କର ଏକ ଏଡିଟେଡ୍ ଫୋଟୋ ସୋସିଆଲ ମିଡିଆରେ ଭାଇରାଲ।
Fact Check By: Siddharth SahuResult: Altered
