ମନି ହାଇଷ୍ଟ୍ ୱେବ୍ ସିରିଜ୍ ର ଅଭିନେତାଙ୍କ ଫଟୋକୁ ବଜରଙ୍ଗ ଦଳ ସଦସ୍ୟଙ୍କ ଝିଅ ଭାଲେଣ୍ଟାଇନ୍ ଦିବସ ପାଳନ କରୁଥିବା ଦାବି ସହିତ ଭାଇରାଲ। 

False Political

ସୋସିଆଲ ମିଡିଆରେ ୩ ଟି ଫଟୋର ଏକ କୋଲାଜ୍ ସେୟାର କରା ଯାଉଛି। ଦାବି କରା ଯାଉଛି ଯେ ଉପର ଫଟୋରେ ଥିବା ବ୍ୟକ୍ତି ହେଉଛନ୍ତି ବଜରଙ୍ଗ ଦଳ ସଦସ୍ୟ ରାମନରେଶ ଏବଂ ନିମ୍ନରେ ଥିବା ଫଟୋରେ ମହିଳା ହେଉଛନ୍ତି ତାଙ୍କ ଝିଅ। ଦାବି କରା ଯାଉଛି ଯେ ଯେତେବେଳେ ବାପା (ରାମନରେଶ) ଭାଳେଣ୍ଟାଇନ ଡେ ରେ ପ୍ରେମୀ ଯୁଗଲଙ୍କୁ ମାରୁଛନ୍ତି ସେତେବେଳେ ତାଙ୍କ ଝିଅ ବିଦେଶରେ ଭାଳେଣ୍ଟାଇନ ଡେ ପାଳନ କରୁଛନ୍ତି। 

କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ଜାଣିବାକୁ ପାଇଲା। ଫଟୋରେ ଭାଳେଣ୍ଟାଇନ ଡେ କୁ ବିରୋଧ କରୁଥିବା ବ୍ୟକ୍ତି ମାନେ ବଜରଙ୍ଗ ଦଳ ସଦସ୍ୟ ନୁହେଁନ୍ତି। ସେମାନେ ଶିବସେନା ସଦସ୍ୟ। ନିମ୍ନରେ ମହିଳା ରାମନରେଶଙ୍କ ଝିଅ ନୁହଁନ୍ତି। ସେ ଏବଂ ତାଙ୍କ ସହତ ଥିବା ବ୍ୟକ୍ତି ହେଉଛନ୍ତି ପ୍ରସିଦ୍ଧ ୱେବ୍ ସିରିଜ୍ ମନି ହାଇଷ୍ଟ ର କଳାକାର। 

Facebook | Archive

ଆମ ଅନୁସନ୍ଧାନ: 

ଆମ ଅନୁସନ୍ଧାନରେ ପ୍ରଥମେ ଆମେ ଉପର ଫଟୋର ଗୁଗୁଲ ରିଭର୍ସ ଇମେଜ୍ ସର୍ଚ୍ଚ କରିଲୁ। ଫଳସ୍ଵରୂପ ଆମକୁ ସମାନ ବ୍ୟକ୍ତି ଥିବା ଏକ ଭିଡିଓ ଇଂଷ୍ଟାଗ୍ରାମରେ ସେୟାର ହେଇଥିବା ମିଳିଲା। ସୂଚନା ଅନୁଯାୟୀ, ଘଟଣା ଟି ମଧ୍ୟପ୍ରଦେଶର ସାଗର ଜିଲ୍ଲାର ଅଟେ ଏବଂ ଭିଡିଓରେ ଭାଲେଣ୍ଟାଇନ୍ ଦିବସ ବିରୁଦ୍ଧରେ ଏକତ୍ର ହୋଇଥିବା ଲୋକମାନେ ବଜରଙ୍ଗ ଦଳ ସଦସ୍ୟ ନୁହଁନ୍ତି, ସେମାନେ ଶିବସେନା ଦଳ ସମର୍ଥକ। 

ଉପରୋକ୍ତ ଭିଡିଓରେ ଆମେ ଏକ ବ୍ୟାନରରେ ଶିବସେନା, ସାଗର, ମଧ୍ୟପ୍ରଦେଶ ଲେଖା ହେଇଥିବା ପାଇଲୁ। 

ଏବିପି ଲାଇଭରେ ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ, ମଧ୍ୟପ୍ରଦେଶର ସାଗରରେ ଶିବସେନାର ସଦସ୍ୟମାନେ ଭାଲେଣ୍ଟାଇନ୍ସ ଡେ ପାଳନ ବିରୋଧରେ ଏକ ପ୍ରତିବାଦ ପ୍ରଦର୍ଶନ କରିଥିଲେ। ଦଳ ସଦସ୍ୟ କହିଛନ୍ତି ଯେ ଏହି ଉତ୍ସବ ବିଦେଶୀ ସଂସ୍କୃତିକୁ ପ୍ରୋତ୍ସାହିତ କରେ ଏବଂ ଭାରତୀୟ ପରମ୍ପରା ବିରୁଦ୍ଧରେ ଯାଏ। ସେମାନେ ହୋଟେଲ ଏବଂ ରେଷ୍ଟୁରାଣ୍ଟ ମାଲିକମାନଙ୍କୁ ଭାଲେଣ୍ଟାଇନ୍ସ ଡେ କାର୍ଯ୍ୟକ୍ରମ ଆୟୋଜନ କରିବା ବିରୁଦ୍ଧରେ ସତର୍କ କରାଇଥିଲେ ଏବଂ କହିଥିଲେ ଯେ ଯଦି ସେମାନେ ଅନୁପଯୁକ୍ତ ଆଚରଣ ଦେଖନ୍ତି ତେବେ ସେମାନେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ।

ଏଥିରୁ ସ୍ପଷ୍ଟ ହେଲା ଯେ ଫଟୋରେ ଭାଲେଣ୍ଟାଇନ ଦିବସ ବିରୁଦ୍ଧରେ ପ୍ରତିବାଦ କରୁଥିବା ବ୍ୟକ୍ତି ବଜରଙ୍ଗ ଦଳ ସଦସ୍ୟ ନୁହଁନ୍ତି। ସେ ମଧ୍ୟପ୍ରଦେଶର ଶିବସେନା ଦଳ ସହିତ ଜଡ଼ିତ। 

ପୋଷ୍ଟରେ ଏକ ଯୁବକ ଏବଂ ଯୁବତୀ ର ଦୁଇଟି ଫଟୋ ର ଗୁଗୁଲ ରିଭର୍ସ ଇମେଜ୍ ସର୍ଚ୍ଚ କରିବା ପରେ ଆମକୁ ସମାନ ଫଟୋ ଏକ ଇଂଷ୍ଟାଗ୍ରାମ୍ ଏକାଉଣ୍ଟରେ ପୋଷ୍ଟ ହେଇଥିବା ମିଳିଲା। ସୂଚନା ଅନୁଯାୟୀ, ଏହି ଫଟୋ ନେଟଫ୍ଲିକ୍ସ ର ଏକ ୱେବ୍ ସିରିଜ୍ ମନି ହାଇଷ୍ଟର ଅଭିନେତା ଏବଂ ଅଭିନେତ୍ରୀଙ୍କର ଅଟେ। ନିମ୍ନରେ ଆପଣ ମାନେ ସେହି ପୋଷ୍ଟ ଦେଖିପାରିବେ। 

ମନି ହାଇଷ୍ଟ ସିରିଜରେ ଏହି ଯୁବକ ରିଓ ଏବଂ ଯୁବତୀ ଟୋକିଓ ନାମକ ଚରିତ୍ର ଅଭିନୟ କରିଛନ୍ତି। 

ଏହି ଦୁଇ ଅଭିନେତାଙ୍କର ଇଂଷ୍ଟାଗ୍ରାମ୍ ଏକାଉଣ୍ଟ ଆପଣ ମାନେ ଏଠାରେ ଏବଂ ଏଠାରେ ଦେଖି ପାରିବେ। 

IMDB ୱେବସାଇଟରେ ମନି ହାଇଷ୍ଟ ସିରିଜର ଏକ ପୋଷ୍ଟରରେ ଆମେ ମାନେ ଭାଇରାଲ ଫଟୋରେ ଥିବା ଯୁବକ ଏବଂ ଯୁବତୀଙ୍କୁ ଦେଖି ପାରିବ। 

ସିଦ୍ଧାନ୍ତ: 

ଆମ ଅନୁସନ୍ଧାନରୁ ପ୍ରମାଣିତ ହେଲା ଯେ ଭାଇରାଲ ଦାବି ମିଥ୍ୟା ଅଟେ। ଭାଇରାଲ ଫଟୋରେ ଭାଳେଣ୍ଟାଇନ୍ସ ଡେ ବିରୁଦ୍ଧରେ ପ୍ରତିବାଦ କରୁଥିବା ବ୍ୟକ୍ତି ବଜରଙ୍ଗ ଦଳ ସଦସ୍ୟ ନୁହଁନ୍ତି, ସେ ଶିବସେନା ସମର୍ଥକ। ଫଟୋରେ ଥିବା ମହିଳା ତାଙ୍କ ଝିଅ ନୁହଁନ୍ତି। ସେ ମନି ହାଇଷ୍ଟ ନାମକ ୱେବ୍ ସିରିଜ୍ ର ଜଣେ ଅଭିନେତ୍ରୀ। 

Avatar

Title:ମନି ହାଇଷ୍ଟ୍ ୱେବ୍ ସିରିଜ୍ ର ଅଭିନେତାଙ୍କ ଫଟୋକୁ ବଜରଙ୍ଗ ଦଳ ସଦସ୍ୟଙ୍କ ଝିଅ ଭାଲେଣ୍ଟାଇନ୍ ଦିବସ ପାଳନ କରୁଥିବା ଦାବି ସହିତ ଭାଇରାଲ।

Fact Check By: Siddharth Sahu 

Result: False

Leave a Reply

Your email address will not be published. Required fields are marked *