
ଜ୍ୟୋତିଷ ପୀଠର ଶଙ୍କରାଚାର୍ଯ୍ୟ ଅଭିମୁଖେଶ୍ୱରାନନ୍ଦ ସରସ୍ୱତୀଙ୍କ ଏକ ଫୋଟୋ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଫଟୋରେ ସେ ଏକ ସମାଧିରେ ଫୁଲ ଅର୍ପଣ କରୁଥିବା ଦେଖିବାକୁ ମିଳିଛି। ଉପଭୋକ୍ତାମାନେ ଦାବି କରୁଛନ୍ତି ଯେ ଏକଦା ରାମ ମନ୍ଦିର ଯିବାକୁ ମନା କରିଥିବା ଶଙ୍କରାଚାର୍ଯ୍ୟ ବର୍ତ୍ତମାନ ଏକ ଦର୍ଘା ପରିଦର୍ଶନ କରିଛନ୍ତି।
କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଦାବିକୁ ମିଥ୍ୟା ବୋଲି ଜାଣିବାକୁ ପାଇଛି। ଏହା ଦିଲ୍ଲୀରେ ଅବସ୍ଥିତ ରାମଦେବ ପିରଙ୍କ ସମାଧିରେ ଫୁଲ ଅର୍ପଣ କରୁଥିବା ସମୟର ଫୋଟୋ।
କ’ଣ ଦାବି କରା ଯାଇଛି ପୋଷ୍ଟରେ?
ଫଟୋ ସେୟାର କରି ଜଣେ ୟୁଜର ଲେଖିଛନ୍ତି, “ଶ୍ରୀରାମ ମନ୍ଦିରକୁ ନଯାଇ ଗୋଟିଏ ମଜାର୍ କୁ ଯାଇଥିବା ସେଇ ଶୁକ୍ରଚାର୍ଯ୍ଯ କୁ ଦେଖନ୍ତୁ। ଇଏ ଚୁତିଆ ନିଜକୁ କହୁଛି ହିନ୍ଦୁ ଧର୍ମ ଗୁରୁ ଶଙ୍କରାଚାର୍ଯ୍ୟ ବୋଲି !”

ଆମ ଅନୁସନ୍ଧାନ:
ଗୁଗୁଲ ରିଭର୍ସ ଇମେଜ୍ ସର୍ଚ୍ଚ କରିବା ପରେ ଆମକୁ ସମାନ ଫୋଟୋ ୨୦୨୩ ମସିହାରେ ଗୋଟିଏ ଫେସବୁକ ଏକାଉଣ୍ଟରେ ପୋଷ୍ଟ ହେଇଥିବା ମିଳିଲା। ସୂଚନା ଅନୁଯାୟୀ, ୨୦୦୬ ରେ ଦିଲ୍ଲୀରେ ଜଣେ ଭକ୍ତଙ୍କ ଗୁରୁଙ୍କ ସମାଧି ପରିଦର୍ଶନ କରିବା ସମୟରେ ଶଙ୍କରାଚାର୍ଯ୍ୟ ଅଭିମୁଖେଶ୍ୱରାନନ୍ଦଙ୍କ ଏହି ଫୋଟୋ ନିଆ ଯାଇଥିଲା। ସେହି ସମୟରେ ସେ ରାମସେତୁ ରକ୍ଷା ମଞ୍ଚର ଦ୍ଵାରା ରାମ ସେତୁ ର ସୁରକ୍ଷା ପାଇଁ ଏକ ରାଲିର ନେତୃତ୍ୱ କରୁଥିଲେ।
ଆମେ ଜ୍ୟୋତିର୍ମଠ ଶଙ୍କରାଚାର୍ଯ୍ୟଙ୍କ ୧୬ ଜାନୁୟାରୀ ୨୦୨୪ ର ଏକ ଟ୍ୱିଟ୍ ପାଇଲୁ। ଦି ୱାୟାର ର ସାମ୍ବାଦିକ, କରଣ ଥାପରଙ୍କୁ ଦେଇଥିବା ଏକ ସାକ୍ଷାତକାରରେ ସ୍ଵାମୀ ଅଭିମୁକେତେଶ୍ୱରାନନ୍ଦ ଭାଇରାଲ ଫୋଟୋ ବିଷୟରେ କହିଥିଲେ। ସେ କହିଥିଲେ ଯେ ତାଙ୍କ ଚରିତ୍ରକୁ ଖରାପ କରିବା ପାଇଁ ଏହି ଫୋଟୋ ଭୁଲ ଦାବି ସହିତ ଭାଇରାଲ କରା ଯାଇଛି। ସେ ଏହା ମଧ୍ୟ କହିଛନ୍ତି ଯେ ସେ ଅଜମେର ସରିଫ ଦର୍ଘାକୁ କେବେ ପରିଦର୍ଶନ କରି ନାହଁନ୍ତି।
ଭିଡିଓରେ ସେ ଏହା ମଧ୍ୟ କହିଛନ୍ତି ଯେ ଯେତେବେଳେ ସେ ରାମସେତୁର ସୁରକ୍ଷା ପାଇଁ ଆୟୋଜିତ ଏକ କାର୍ଯ୍ୟକ୍ରମ ପାଇଁ ଦିଲ୍ଲୀରେ ଥିଲେ, ସେତେବେଳେ ସେ ଅରବିନ୍ଦ ସ୍ୱାମୀ ନାମକ ଜଣେ ବ୍ୟକ୍ତିଙ୍କୁ ଭେଟିଥିଲେ, ଯିଏ ତାଙ୍କୁ ଏବଂ ଅନ୍ୟମାନଙ୍କୁ ଦିଲ୍ଲୀର ତାଙ୍କ ଆଶ୍ରମକୁ ନିମନ୍ତ୍ରଣ କରିଥିଲେ। ଅରବିନ୍ଦ, ସ୍ଵାମୀ ରାମଦେବ ପିରଙ୍କ ପ୍ରତିକୃତି ତିଆରି କରି ଏହାକୁ ପୂଜା କରନ୍ତି। ତେଣୁ ସେମାନେ ତାଙ୍କ ଆଶ୍ରମ ପରିଦର୍ଶନ କରିଥିଲେ। ସେତେବେଳେ ପୁରୀର ଶଙ୍କରାଚାର୍ଯ୍ୟ ମହାରାଜ ମଧ୍ୟ ସେମାନଙ୍କ ସହ ଥିଲେ। ବହୁ ବିଶିଷ୍ଟ ସାଧୁ ଏବଂ ମହାତ୍ମା ମଧ୍ୟ ସେଠାକୁ ଯାଇଥିଲେ। ଏହି ଫୋଟୋ ସେହି ସ୍ଥାନ ଏବଂ ମୁହୂର୍ତର ଅଟେ।
ରାମ ମନ୍ଦିର ପ୍ରାଣପ୍ରତିଷ୍ଠାରେ ଅଭିମୁକେତେଶ୍ୱରାନନ୍ଦ ଯାଇନଥିବା କାରଣ କ’ଣ?
ଜ୍ୟୋତିର୍ମଠର ଜଗଦଗୁରୁ ଶଙ୍କରାଚାର୍ଯ୍ୟ ସ୍ଵାମୀ ଅଭିମୁଖେଶ୍ୱରାନନ୍ଦ ସରସ୍ୱତୀ ରାମ ମନ୍ଦିର ପ୍ରାଣପ୍ରତିଷ୍ଠାରେ ଭାଗ ନେବାକୁ ମନା କରି ଦେଇଥିଲେ। ସେ କହିଥିଲେ ଯେ ରାମ ମନ୍ଦିର ନିର୍ମାଣ ଅସମ୍ପୂର୍ଣ୍ଣ। ଏଭଳି ପରିସ୍ଥିତିରେ ପ୍ରାଣ ପ୍ରତିଷ୍ଠାରେ ଅଂଶଗ୍ରହଣ କରିବା ଧାର୍ମିକ ବିଶ୍ୱାସ ବିରୁଦ୍ଧ। ଶଙ୍କରାଚାର୍ଯ୍ୟମାନେ ପ୍ରାଣପ୍ରତିଷ୍ଠାରେ ଅଂଶଗ୍ରହଣ ନକରିବାରୁ ଅନେକ ବିବାଦ ମଧ୍ୟ ସୃଷ୍ଟି ହୋଥିଲା।
ସିଦ୍ଧାନ୍ତ:
ଆମ ଅନୁସନ୍ଧାନରୁ ପ୍ରମାଣିତ ହେଲା ଯେ ଭାଇରାଲ ଦାବି ମିଥ୍ୟା ଅଟେ। ଶଙ୍କରାଚାର୍ଯ୍ୟ ଅଭିମୁଖେଶ୍ୱରାନନ୍ଦ ସରସ୍ୱତୀଙ୍କ ଏହି ଫୋଟୋ ଦିଲ୍ଲୀରେ ଗୋଟିଏ ଆଶ୍ରମରେ ଜଣେ ଗୁରୁଙ୍କର ସମାଧିରେ ଫୁଲ ଅର୍ପଣ କରୁଥିବା ସମୟର ଅଟେ। ସେ ଦର୍ଘା ପରିଦର୍ଶନ କରୁଥିବା ଦାବି ମିଥ୍ୟା ଅଟେ।
Title:ଶଙ୍କରାଚାର୍ଯ୍ୟ ଅଭିମୁଖେଶ୍ୱରାନନ୍ଦଙ୍କର ଏକ ଆଶ୍ରମ ପରିଦର୍ଶନ ସମୟର ଫଟୋକୁ ମିଥ୍ୟା ଦାବି ସହିତ ସେୟାର କରା ଯାଉଛି।
Fact Check By: Siddharth SahuResult: False


