ରାହୁଲ ଗାନ୍ଧୀଙ୍କ ସାମନାରେ ହାତ ଯୋଡ଼ି ଠିଆ ହୋଇଥିବା ଉଦ୍ଧବ ଠାକରେଙ୍କର ଫୋଟୋ ଏଡିଟ୍ କରା ଯାଇଛି। 

Altered Political

ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ଚିତ୍ର ସୋସିଆଲ ମିଡିଆରେ ଶୀଘ୍ର ସେୟାର କରାଯାଉଛି, ଯେଉଁଥିରେ ସେ ଲୋକସଭାରେ ବିରୋଧୀଦଳର ନେତା ରାହୁଲ ଗାନ୍ଧୀଙ୍କ ସମ୍ମୁଖରେ ପ୍ରଣାମ କରୁଛନ୍ତି। ଭାଇରାଲ ପୋଷ୍ଟରେ ଦାବି କରାଯାଇଛି ଯେ ଶିବସେନା ମୁଖ୍ୟ ଉଦ୍ଧବ ଠାକରେ ଜୀବ ଦିନେ କହିଥିଲେ ଯେ ତାଙ୍କୁ ଚଉକି ଦରକାର ନାହିଁ, ସେ ରାହୁଲ ଗାନ୍ଧୀଙ୍କ ଆଗରେ ମୁଣ୍ଡ ନୁଆଁ ଚିଡ଼ା ହୋଇଛନ୍ତି।

କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଜାଣିବାକୁ ପାଇଲା ଯେ ଭାଇରାଲ ଫୋଟୋ ଏଡିଟ୍ କରା ଯାଇଛି। ପ୍ରକୃତ ଫୋଟୋରେ ଉଦ୍ଧବ ଠାକରେ ଅରବିନ୍ଦ କେଜ୍ରିୱାଲଙ୍କର ପିତାମାତାଙ୍କୁ ପ୍ରଣାମ କରୁଛନ୍ତି। 

କ’ଣ ଦାବି କରା ଯାଇଛି ପୋଷ୍ଟରେ? 

ଫୋଟୋ ସେୟାର କରି ଜଣେ ସୋସିଆଲ ମିଡିଆ ବ୍ୟବହାରକାରୀ ଲେଖିଛନ୍ତି, “ଉଦ୍ଧବ ଠାକରେ ଦିନେ କହୁଥିଲା ମୋତେ ଚଉକି ଦରକାର ନାହିଁ କିନ୍ତୁ ଆଜି ଏମିତି ନିଶା ଲାଗିଛି ଯେ ଗଧ ପାଦ ଧରିବାକୁ ପଛାଉ ନାହିଁ।

Facebook | Archive

ଆମ ଅନୁସନ୍ଧାନ: 

ଆମ ଅନୁସନ୍ଧାନରେ ପ୍ରଥମେ ଆମେ ଭାଇରାଲ ଫୋଟୋର ଗୁଗୁଲ ରିଭର୍ସ ଇମେଜ୍ ସର୍ଚ୍ଚ କରିଲୁ। ଫଳାଫଳରେ ୭ ଅଗଷ୍ଟ ୨୦୨୪ ରେ କେ.ସି ଭେନୁଗୋପାଲ ଦ୍ୱାରା ଏକ ଟୁଇଟ୍ ରେ ଆମେ ମୂଳ ଫୋଟୋ ପାଇଲୁ। ଏହି ଫଟୋରେ ଉଦ୍ଧବ ଠାକରେ ରାହୁଲ ଗାନ୍ଧୀଙ୍କ ସହ ସମାନ୍ତରାଳରେ ଠିଆ ହୋଇ ତାଙ୍କୁ ଏକ ଫୁଲ ପ୍ରଦାନ କରୁଥିବା ଦେଖିବାକୁ ମିଳିଛି।

ସୂଚନା ଅନୁଯାୟୀ, ରାହୁଲ ଗାନ୍ଧୀଙ୍କ ସହ ଉଦ୍ଧବ ଠାକରେଙ୍କ ସାକ୍ଷାତ ୭ ଅଗଷ୍ଟ ରେ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖାର୍ଗେଙ୍କର ଘରେ ହୋଇଥିଲା। ଏହି ଅବସରରେ ଉଦ୍ଧବଙ୍କ ପୁଅ ଆଦିତ୍ୟ ଠାକରେ, କଂଗ୍ରେସ ନେତା ତଥା ସାଂସଦ କେ.ସି ଭେନୁଗୋପାଲ ଏବଂ ଶିବସେନା ନେତା ସଞ୍ଜୟ ରାଉତ ମଧ୍ୟ ଉପସ୍ଥିତ ଥିଲେ।

ସମାନ ଫୋଟୋ କଂଗ୍ରେସର ୱେବସାଇଟରେ ମଧ୍ୟ ଦେଖିବାକୁ ମିଳିଲା ଯାହା ୭ ଅଗଷ୍ଟରେ ଅପ୍ଲୋଡ କର ଯାଇଥିଲା। 

ନିମ୍ନରେ ଆପଣ ମାନେ ଭାଇରାଲ ଏବଂ ମୂଳ ଫୋଟୋ ମଧ୍ୟରେ ତୁଳନା ଦେଖି ପାରିବେ। ଆପଣ ମାନେ ଦେଖି ପାରିବେ ଯେ କେଉଁ ପରି ରାହୁଲ ଗାନ୍ଧୀଙ୍କର ଏକ ଫୋଟୋକୁ ଏଡିଟ୍ କରା ଯାଇଛି। 

ଏହା ଅପରେ ଆମେ ଉଦ୍ଧବ ଠାକରେ ରାହୁଲ ଗାନ୍ଧୀଙ୍କୁ ପ୍ରଣାମ କରୁଥିବା ଫୋଟୋ ସର୍ଚ୍ଚ କରିଲୁ। ଫଳାଫଳରେ ଆମକୁ ଆମ୍ ଆଦମି ପାର୍ଟିର ଏକ ଟୁଇଟ ମିଳିଲା ଯେଉଁଥିରେ ଉଦ୍ଧବ ଠାକରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲର ମାତାପିତାକୁ ପ୍ରଣାମ କରୁଛନ୍ତି। ଏହି ଫୋଟୋ ୮ ଅଗଷ୍ଟର ଅଟେ। 

ନିମ୍ନରେ ଆପଣ ମାନେ ଦୁଇଟି ଫୋଟୋ ମଧ୍ୟରେ ତୁଳନା ଦେଖି ପାରିବେ। 

ସିଦ୍ଧାନ୍ତ: 

ଆମ ଅନୁସନ୍ଧାନରୁ ପ୍ରମାଣିତ ହେଲା ଯେ ଭାଇରାଲ ଫୋଟୋ ଏଡିଟେଡ୍ ଅଟେ। ମୂଳ ଫୋଟୋରେ ଉଦ୍ଧବ ଠାକରେ ରାହୁଲ ଗାନ୍ଧୀଙ୍କୁ ପ୍ରଣାମ କରୁ ନାହଁନ୍ତି। ସେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲର ମାତାପିତାକୁ ପ୍ରଣାମ କରୁଛନ୍ତି। 

Avatar

Title:ରାହୁଲ ଗାନ୍ଧୀଙ୍କ ସାମନାରେ ହାତ ଯୋଡ଼ି ଠିଆ ହୋଇଥିବା ଉଦ୍ଧବ ଠାକରେଙ୍କର ଫୋଟୋ ଏଡିଟ୍ କରା ଯାଇଛି।

Fact Check By: Siddharth Sahu 

Result: Altered

Leave a Reply

Your email address will not be published. Required fields are marked *