UNSC ରେ ଭାରତକୁ ଭିଟୋ ପାୱାର ମିଳିଛି କି? ଜାଣନ୍ତୁ ସତ୍ୟତା। 

False Political

ଭାରତ ଜାତିସଂଘ ସୁରକ୍ଷା ପରିଷଦ ରେ ଭିଟୋ ପାୱାର ପାଇଥିବା ନେଇ ଅନେକ ପୋଷ୍ଟ ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଦେଖିବାକୁ ମିଳିଛି। ଏହା ନେଇ ଲୋକେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ପ୍ରଶଂସା ମଧ୍ୟ କରିଛନ୍ତି। 

କିନ୍ତୁ ଆମ ଅନୁସନ୍ଧାନରେ ଜଣାପଡ଼ିଲା ଯେ ଭାରତକୁ ଭିଟୋ ପାୱାର ମିଳିନାହିଁ। ଜାତିସଂଘ ୱେବସାଇଟରେ ଏହା ନେଇ କୌଣସି ସୂଚନା ଦିଆ ଯାଇ ନାହିଁ। 

କ’ଣ ଦାବି କରା ଯାଇଛି ପୋଷ୍ଟରେ? 

ପୋଷ୍ଟ ସେୟାର କରି ଜଣେ ୟୁଜର ଲେଖିଛନ୍ତି, “ମିଳିତ ଜାତିସଂଘର ସ୍ବୀକାରୋକ୍ତି ଭାରତ ପାଇଲା ଭିଟୋ ପାବାର୍ ଧନ୍ୟବାଦ ମୋଦୀଜୀ

Facebook | Archive

ଆମ ଅନୁସନ୍ଧାନ: 

ଆମ ଅନୁସନ୍ଧାନରେ ପ୍ରଥମେ ଆମେ ବିଭିନ୍ନ ମୁଖ୍ୟଶବ୍ଦ ବ୍ୟବହାର କରି ଭାଇରାଲ ଦାବି ବିଷୟରେ ସର୍ଚ୍ଚ କରିଲୁ। କିନ୍ତୁ ଆମକୁ ଭାରତ ଭିଟୋ ପାୱାର ପାଇଥିବା ନେଇ କୌଣସି ରିପୋର୍ଟ ମିଳିଲା ନାହିଁ। ଜାତିସଂଘ ୱେବସାଇଟରେ ମଧ୍ୟ ଏହା ନେଇ କୌଣସି ସୂଚନା ଆମେ ପାଇଲୁ ନାହିଁ।

ଜାତିସଂଘର ଅଫିସିଆଲ୍ ୱେବସାଇଟରେ କୁହାଯାଇଛି, “ସଂଯୁକ୍ତ ରାଷ୍ଟ୍ର ଚାର୍ଟର, ଧାରା ୨୩ ଅନୁଯାୟୀ, “ସୁରକ୍ଷା ପରିଷଦରେ ଜାତିସଂଘର ପନ୍ଦର ଜଣ ସଦସ୍ୟ ରହିବେ”।

ସୁରକ୍ଷା ପରିଷଦର 15 ଜଣ ସଦସ୍ୟ ଅଛନ୍ତି:

ଭିଟୋ କ୍ଷମତା ସହିତ ୫ ସ୍ଥାୟୀ ସଦସ୍ୟ: ଚୀନ, ଫ୍ରାନ୍ସ, ରୁଷିଆ, ଯୁକ୍ତରାଜ୍ୟ ଗ୍ରେଟ ବ୍ରିଟେନ ଏବଂ ଉତ୍ତର ଆୟରଲ୍ୟାଣ୍ଡ ଏବଂ ଆମେରିକା।

୧୦ ଜଣ ଅସ୍ଥାୟୀ ସଦସ୍ୟ, ଯାହା ମଧ୍ୟରୁ ପାଞ୍ଚ ଜଣ ପ୍ରତିବର୍ଷ ସାଧାରଣ ପରିଷଦ ଦ୍ୱାରା ଦୁଇ ବର୍ଷ ପାଇଁ ନିର୍ବାଚିତ ହୁଅନ୍ତି।

ମୂଳତଃ, ସୁରକ୍ଷା ପରିଷଦର ୧୧ ଜଣ ସଦସ୍ୟ ଥିଲେ: ୫ ସ୍ଥାୟୀ ଏବଂ ୬ ଅସ୍ଥାୟୀ ସଦସ୍ୟ। ୧୯୬୩ ମସିହାରେ, ସାଧାରଣ ସଭା ସୁରକ୍ଷା ପରିଷଦର ସଦସ୍ୟତା ବୃଦ୍ଧି କରିବା ପାଇଁ ଚାର୍ଟରରେ ଏକ ସଂଶୋଧନ ସୁପାରିଶ କରିଥିଲା:

୧୭ ଡିସେମ୍ବର ୧୯୬୩ ର A/RES/୧୯୯୧ (XVIII) ଯାହା ୩୧ ଅଗଷ୍ଟ ୧୯୬୫ ରେ ବଳବତ୍ତର ହେଲା। 

ସଦସ୍ୟତା ୧୧ ରୁ ୧୫ କୁ ବୃଦ୍ଧି କରାଗଲା

ଆବଶ୍ୟକୀୟ ସକାରାତ୍ମକ ଭୋଟ ସଂଖ୍ୟା ୭ ରୁ ୯ କୁ ପରିବର୍ତ୍ତନ କରାଗଲା

ଭୌଗୋଳିକ ପ୍ରତିନିଧିତ୍ୱ ପାଇଁ ନିମ୍ନଲିଖିତ ଭାବରେ ପ୍ୟାଟର୍ନ ସ୍ଥିର କରନ୍ତୁ:

ଆଫ୍ରିକୀୟ ଏବଂ ଏସୀୟ ରାଜ୍ୟଗୁଡ଼ିକରୁ ୫

ପୂର୍ବ ୟୁରୋପୀୟ ରାଜ୍ୟଗୁଡ଼ିକରୁ ୧

ଲାଟିନ୍ ଆମେରିକୀୟ ରାଜ୍ୟଗୁଡ଼ିକରୁ ୨

ପଶ୍ଚିମ ୟୁରୋପୀୟ ଏବଂ ଅନ୍ୟାନ୍ୟ ରାଜ୍ୟରୁ 2 ଜଣ

ସାଧାରଣ ସଭାର କାର୍ଯ୍ୟବିଧି ନିୟମ (A/520/Rev.20) ର ନିୟମ 142-144 ସୁରକ୍ଷା ପରିଷଦ ନିର୍ବାଚନ ସହିତ ଜଡିତ।

ଜାତିସଂଘ ଚାର୍ଟର ଧାରା 27(3) ରେ କୁହାଯାଇଛି ଯେ ଅଣ-ପ୍ରକ୍ରିୟାଗତ ବିଷୟଗୁଡ଼ିକ ଉପରେ ସୁରକ୍ଷା ପରିଷଦରେ ଭୋଟ “ସ୍ଥାୟୀ ସଦସ୍ୟଙ୍କ ସହମତ ଭୋଟ ସମେତ ନଅ ଜଣ ସଦସ୍ୟଙ୍କ ସକାରାତ୍ମକ ଭୋଟ ଦ୍ୱାରା କରାଯିବ” – ଏହାକୁ ପ୍ରାୟତଃ ସ୍ଥାୟୀ ସଦସ୍ୟଙ୍କ ଭିଟୋ କ୍ଷମତା କୁହାଯାଏ।

ୱେବସାଇଟ୍‌ରେ ଭାରତକୁ ଭିଟୋ କ୍ଷମତା ଥିବା ଦେଶ ଭାବରେ ଉଲ୍ଲେଖ କରାଯାଇ ନାହିଁ।

ୱେବସାଇଟ୍‌ ଅନୁଯାୟୀ, UNSCର ସ୍ଥାୟୀ ସଦସ୍ୟ ଥିବା 5ଟି ଦେଶ (ଚୀନ୍‌, ଫ୍ରାନ୍ସ, ରୁଷିଆନ୍ ଫେଡେରେସନ୍, ଯୁକ୍ତରାଜ୍ୟ ଗ୍ରେଟ୍ ବ୍ରିଟେନ୍ ଏବଂ ଉତ୍ତର ଆୟର୍ଲାଣ୍ଡ୍, ଏବଂ ଯୁକ୍ତରାଷ୍ଟ୍ର ଆମେରିକା) କେବଳ ଭିଟୋ କ୍ଷମତା ରଖିଛନ୍ତି।

ଭିଟୋ ପାୱାର:

UNSC ଭିଟୋ ହେଉଛି ଜାତିସଂଘ ସୁରକ୍ଷା ପରିଷଦର ପାଞ୍ଚ ସ୍ଥାୟୀ ସଦସ୍ୟ (P5) ଙ୍କର କ୍ଷମତା ଯାହା ଦ୍ଵାରା ସେମାନେ ଗୋଟିଏ ନକାରାତ୍ମକ ଭୋଟ ସହିତ ଯେକୌଣସି ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବକୁ ପାସ କରିବାରୁ ବାଧା ଦେଇପାରିବେ। ଏହି “ଭିଟୋ କ୍ଷମତା” ଜାତିସଂଘ ଚାର୍ଟରରେ ଅନ୍ତର୍ଭୁକ୍ତ ଏବଂ ଏହାର ଅର୍ଥ ହେଉଛି ଯେ ଏକ ପ୍ରସ୍ତାବ ଗ୍ରହଣ କରିବା ପାଇଁ ସମସ୍ତ ପାଞ୍ଚ ସ୍ଥାୟୀ ସଦସ୍ୟଙ୍କ ସହମତ ଭୋଟ ସମେତ ନଅଟି ସକାରାତ୍ମକ ଭୋଟ ଆବଶ୍ୟକ। ସ୍ଥାୟୀ ସଦସ୍ୟଙ୍କ ଅନୁପସ୍ଥିତି ଭିଟୋ ଭାବରେ ଗଣନା କରାଯାଏ ନାହିଁ।

ସୁରକ୍ଷା ପରିଷଦ ରିପୋର୍ଟର ୱେବସାଇଟ୍ ରେ କୁହାଯାଇଛି, “ସ୍ଥାୟୀତା ବ୍ୟତୀତ, ଭିଟୋ କ୍ଷମତା ସମ୍ଭବତଃ ଜାତିସଂଘ ଚାର୍ଟର ସ୍ଥାୟୀ ଏବଂ ଅସ୍ଥାୟୀ ସଦସ୍ୟଙ୍କ ମଧ୍ୟରେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ପାର୍ଥକ୍ୟ। ଚାର୍ଟରର ଧାରା 27 (3) ପ୍ରତିଷ୍ଠିତ କରେ ଯେ ପରିଷଦର ସମସ୍ତ ମୂଳ ନିଷ୍ପତ୍ତି “ସ୍ଥାୟୀ ସଦସ୍ୟଙ୍କ ସହମତ ଭୋଟ” ସହିତ ନିଆଯିବା ଉଚିତ। ବାର୍ଷିକ କାର୍ଯ୍ୟ ପଦ୍ଧତି ବିତର୍କ ସମୟରେ ଏହି ଭିଟୋକୁ ନିୟମିତ ଭାବରେ ସମ୍ବୋଧିତ କରାଯାଇଛି ଏବଂ ପରିଷଦ କାର୍ଯ୍ୟ ପଦ୍ଧତିର ପ୍ରାୟ ସମସ୍ତ ଆଲୋଚନା ପରିପ୍ରେକ୍ଷୀରେ ସର୍ବାଧିକ ଉଠାଯାଇଥିବା ବିଷୟଗୁଡ଼ିକ ମଧ୍ୟରେ ଏହା ଅନ୍ୟତମ।”

ସ୍ଥାୟୀ ସଦସ୍ୟମାନେ ସେମାନଙ୍କର ଜାତୀୟ ସ୍ୱାର୍ଥର ରକ୍ଷା ପାଇଁ, ସେମାନଙ୍କର ବୈଦେଶିକ ନୀତିର ଏକ ସିଦ୍ଧାନ୍ତକୁ ବଜାୟ ରଖିବା ପାଇଁ କିମ୍ବା କିଛି କ୍ଷେତ୍ରରେ, ଏକ ରାଷ୍ଟ୍ର ପାଇଁ ବିଶେଷ ଗୁରୁତ୍ୱ ଥିବା ଏକ ପ୍ରସଙ୍ଗକୁ ପ୍ରୋତ୍ସାହିତ କରିବା ପାଇଁ ଭିଟୋ ବ୍ୟବହାର କରନ୍ତି। ୧୬ ଫେବୃଆରୀ ୧୯୪୬ – ଯେତେବେଳେ ସୋଭିଏତ୍ ସମାଜବାଦୀ ଗଣରାଜ୍ୟ ସଂଘ (USSR) ଲେବାନନ୍ ଏବଂ ସିରିଆରୁ ବିଦେଶୀ ସୈନ୍ୟ ପ୍ରତ୍ୟାହାର ସମ୍ପର୍କିତ ଏକ ଡ୍ରାଫ୍ଟ ପ୍ରସ୍ତାବ ଉପରେ ପ୍ରଥମ ଭିଟୋ ପ୍ରୟୋଗ କରିଥିଲା ​​(S/PV.23) – ସେହି ସମୟଠାରୁ ଏହି ଭିଟୋ ୨୯୩ ଥର ରେକର୍ଡ କରାଯାଇଛି…”

ସିଦ୍ଧାନ୍ତ: 

ଆମ ଅନୁସନ୍ଧାନରୁ ପ୍ରମାଣିତ ହେଲା ଯେ ଭାଇରାଲ ଦାବି ମିଥ୍ୟା ଅଟେ। ଭାରତକୁ ଭିଟୋ ପାୱାର ମିଳିନାହିଁ। ଜାତିସଂଘ ୱେବସାଇଟରେ ଏହା ନେଇ କୌଣସି ସୂଚନା ଦିଆ ଯାଇ ନାହିଁ। 

Avatar

Title:UNSC ରେ ଭାରତକୁ ଭିଟୋ ପାୱାର ମିଳିଛି କି? ଜାଣନ୍ତୁ ସତ୍ୟତା।

Fact Check By: Siddharth Sahu 

Result: False

Leave a Reply

Your email address will not be published. Required fields are marked *