ଏହି ଫୋଟୋ ରେ ଜବାହାରଲାଲ ନେହରୁ ମହାକୁମ୍ଭ ମେଳାରେ ପବିତ୍ର ସ୍ନାନ କରୁଥିବା ଦାବି ମିଥ୍ୟା ଅଟେ। 

Misleading Political

ନିକଟରେ, କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖାର୍ଗେଙ୍କ ମହାକୁମ୍ଭ ମେଳା “ପବିତ୍ର ସ୍ନାନ” ଉପରେ ମନ୍ତବ୍ୟ ବିବାଦ ସୃଷ୍ଟି କରିଥିଲା। ଏହି ପ୍ରସଙ୍ଗରେ, ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହେରୁଙ୍କ ଏକ ଚିତ୍ର ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଚିତ୍ରଟିରେ ଜବାହରଲାଲ ନେହେରୁଙ୍କୁ ଏକ ନଦୀର ଆଣ୍ଠୁ ଗଭୀର ପାଣିରେ ଠିଆ ହୋଇଥିବାର ଦେଖାଯାଇଛି। 

ଦାବି କରା ଯାଉଛି ଯେ ଏହି ଫୋଟୋ ରେ ପୂର୍ବତନ ପ୍ରଧାନମନ୍ତ୍ରୀ ଜବାହାରଲାଲ ନେହରୂ ମହାକୁମ୍ଭ ମେଳା ସମୟରେ ପବିତ୍ର ସ୍ନାନ ନେଉଛନ୍ତି।

କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ବିଭ୍ରାନ୍ତକାରୀ ବୋଲି ଜାଣିବାକୁ ପାଇଲା। ଫଟୋରେ, ଜବାହରଲାଲ ନେହେରୁ ୧୯୩୮ ମସିହାରେ ଆହ୍ଲାବାଦରେ ତାଙ୍କ ମାଆଙ୍କ ଶେଷକୃତ୍ୟ ସମ୍ପାଦନ କରୁଥିବାର ଦୃଶ୍ୟ ଅଟେ।

କ’ଣ ଦାବି କରା ଯାଇଛି ପୋଷ୍ଟରେ?

ଫୋଟୋ ସେୟାର କରି ଜଣେ ସୋସିଆଲ ମିଡିଆ ୟୁଜର ଲେଖିଛନ୍ତି, “କୁମ୍ଭ ମେଳା ରେ ନେହେରୁ ଓ ମୋଦି. .. ଭକ୍ତି ଓ ପ୍ରଚାର ଭିତରେ ଫରକ

Facebook | Archive

ଆମ ଅନୁସନ୍ଧାନ: 

ଆମ ଅନୁସନ୍ଧାନରେ ପ୍ରଥମେ ଆମେ ଭାଇରାଲ ଫୋଟୋର ଗୁଗୁଲ ରିଭର୍ସ ଇମେଜ୍ ସର୍ଚ୍ଚ କରିଲୁ। ଫଳସ୍ଵରୂପ ଆମକୁ ସମାନ ଫୋଟୋ ୨୮ ମଇ ୨୦୨୩ ରେ ଟୁଇଟ ହେଇଥିବା ମିଳିଲା। ଫୋଟୋର କ୍ୟାପ୍ସନ୍ ରେ ଲେଖାଯାଇଛି, “ପୋଷ୍ଟ କରିଥିବା ଫଟୋଟି ନେହେରୁଙ୍କ ମାଆଙ୍କ ମୃତ୍ୟୁ ପରେ ‘ଅନ୍ତିମ କ୍ରିୟା କର୍ମ’ କରୁଥିବାର ଦୃଶ୍ୟ

ଉପରୋକ୍ତ ଫୋଟୋରେ ଲେଖା ହେଇଛି “ସହନଶୀଳ ଦୁଃଖ: ଜବାହରଲାଲ ନେହେରୁ ଆଲାହାବାଦରେ ତାଙ୍କ ମାଆଙ୍କ ଚିତାଭସ୍ମ ବୁଡ଼ାଉଛନ୍ତି

ଏହି ସୂଚନା ପାଇ, ଆମେ ମୁଖ୍ୟଶବ୍ଦ ବ୍ୟବହାର କରି ଗୁଗୁଲରେ ସର୍ଚ୍ଚ କରିଲୁ। ଆମକୁ ୬ ମାର୍ଚ୍ଚ ୨୦୦୬ ରେ ଇଣ୍ଡିଆ ଟୁଡେରେ ପ୍ରକାଶିତ ଏକ ଆର୍ଟିକିଲ ମିଳିଲା ଯାହାର ଶୀର୍ଷକ ଥିଲା, “ପୁସ୍ତକ ସମୀକ୍ଷା: ‘ନେହେରୁ: ବ୍ୟକ୍ତିଗତ ଇତିହାସ’ ମୁଶିରୁଲ ହାସନ ଏବଂ ପ୍ରିୟା କପୁରଙ୍କ ଦ୍ୱାରା”।

ଭାଇରାଲ୍ ଫଟୋଟି ଜବାହରଲାଲ ନେହେରୁଙ୍କ ଅନ୍ୟାନ୍ୟ ଫଟୋ ସହିତ ସେହି ଲେଖାରେ ଥିଲା। ଫଟୋର କ୍ୟାପସନ ଥିଲା, “ସହନଶୀଳ ଦୁଃଖ: ଜବାହରଲାଲ ନେହେରୁ ଆହ୍ଲାବାଦରେ ତାଙ୍କ ମାଆଙ୍କ ଚିତାଭସ୍ମ ବିସର୍ଜନ କରୁଛନ୍ତି”।

ଜବାହରଲାଲ ନେହେରୁଙ୍କ ମାତା ସ୍ୱରୂପ ରାଣୀ ନେହେରୁଙ୍କ ମୃତ୍ୟୁ ୧୦ ଜାନୁଆରୀ ୧୯୩୮ରେ ହୋଇଥିଲା।

ଆମେ ଏକ ୱେବସାଇଟରେ ଅପଲୋଡ୍ ହୋଇଥିବା ସମାନ ଚିତ୍ର ପାଇଲୁ ଯାହାର କ୍ୟାପସନ ଥିଲା, “ନେହରୁ ଆଲ୍ଲାହାବାଦରେ ତାଙ୍କ ମାତାଙ୍କ ଚିତାଭସ୍ମ ବୁଡ଼ାଇବା ପରେ”। ଚିତ୍ରର ବର୍ଣ୍ଣନାରେ ଲେଖାଥିଲା, “ନେହରୁଙ୍କ ବିଦାୟ: ସାର୍ବଜନୀନ ସେବା ମଧ୍ୟରେ ଏକ ବ୍ୟକ୍ତିଗତ ଶୋକ। ଏହି ଚିତ୍ରରେ ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହେରୁଙ୍କୁ ଏକ ଗଭୀର ବ୍ୟକ୍ତିଗତ ରୀତିନୀତି ପାଳନ କରୁଥିବାର ଦେଖାଯାଇଛି ଯାହା ତାଙ୍କୁ ତାଙ୍କ ସାଂସ୍କୃତିକ ମୂଳ ସହିତ ଜଡିତ କରେ।”

ଆହୁରି ମଧ୍ୟ, ତଦନ୍ତ କରିବା ପରେ, ଆମେ ଜାଣିବାକୁ ପାଇଲୁ ଯେ ୧୯୩୮ ମସିହାରେ କୁମ୍ଭମେଳା ହରିଦ୍ୱାରରେ ଅନୁଷ୍ଠିତ ହୋଇଥିଲା, ଆଲାହାବାଦ (ବର୍ତ୍ତମାନ ପ୍ରୟାଗରାଜ) ନୁହେଁ। ୧୯୩୮ ମସିହାରେ ହରିଦ୍ୱାର ମହାକୁମ୍ଭରେ ଦୁଇଟି ବିପର୍ଯ୍ୟୟ ଘଟିଥିଲା। ଗଙ୍ଗା ନଦୀ କୂଳରେ ଥିବା ଏକ ବସ୍ତିରେ ଅଗ୍ନିକାଣ୍ଡ ଘଟିଥିଲା ​​ଏବଂ ମେଳା ପରିସରରେ ହଇଜା ପ୍ରକୋପ ଦେଖାଦେଇଥିଲା। 

ସିଦ୍ଧାନ୍ତ: 

ଆମ ଅନୁସନ୍ଧାନରୁ ପ୍ରମାଣିତ ହେଲା ଯେ ଭାଇରାଲ ଦାବି ବିଭ୍ରାନ୍ତକାରୀ ଅଟେ। ଫଟୋରେ, ଜବାହରଲାଲ ନେହେରୁ ୧୯୩୮ ମସିହାରେ ଆହ୍ଲାବାଦରେ ତାଙ୍କ ମାଆଙ୍କ ଅନ୍ତିମ କ୍ରିୟା କରୁଥିବାର ଦୃଶ୍ୟ ଅଟେ। ଏହି ଫୋଟୋରେ ସେ ମହାକୁମ୍ଭ ମେଳାରେ ସ୍ନାନ କରୁ ନାହାଁନ୍ତି।

Avatar

Title:ଏହି ଫୋଟୋ ରେ ଜବାହାରଲାଲ ନେହରୁ ମହାକୁମ୍ଭ ମେଳାରେ ପବିତ୍ର ସ୍ନାନ କରୁଥିବା ଦାବି ମିଥ୍ୟା ଅଟେ।

Fact Check By: Siddharth Sahu 

Result: Misleading

Leave a Reply

Your email address will not be published. Required fields are marked *