କ’ଣ ଜିଓ ନିକଟରେ ଇଲେକ୍ଟ୍ରିକ୍ ସାଇକଲ୍ ଲଞ୍ଚ କରିବାକୁ ଯାଉଛି? ଜାଣନ୍ତୁ ସତ୍ୟତା।

False Social

ବର୍ତ୍ତମାନ ସୋସିଆଲ ମିଡିଆରେ ଏକ ପୋଷ୍ଟ ଭାଇରାଲ ହେବାରେ ଲାଗିଛି ଯେଉଁଥିରେ ଦାବି କରା ଯାଉଛି ଯେ ଜିଓ ନିକଟରେ ଇଲେକ୍ଟ୍ରିକ୍ ସାଇକଲ୍ ଲଞ୍ଚ କରିବାକୁ ଯାଉଛି। ମୁକେଶ ଅମ୍ବାନୀ ଏବଂ ଏକ ଇଲେକ୍ଟ୍ରିକ୍ ସାଇକେଲର ଫଟୋ ସହିତ ଅପଲୋଡ୍ ହୋଇଥିବା ଫଟୋରେ ଲେଖାଯାଇଛି: “ଖୁବ ଶୀଘ୍ର ବଜାରକୁ ଆସିବାକୁ ଯାଉଛି Jio Electric Cycle ଯାହାର ମୂଲ୍ୟ ରହିଛି ୨୯,୦୦୦ ଟଙ୍କା। ଏଥିରେ ରହିଛି 250W-350W ର ଇଲେକ୍ଟ୍ରିକ୍ ମୋଟର ଏବଂ ଏହାକୁ ଠାରେ ଚାର୍ଜ କରିଲେ 400 km ପର୍ଯ୍ୟନ୍ତ ଯାଇ ହେବ।

କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ପାଇଲା। 

Facebook | Archive

ଆମ ଅନୁସନ୍ଧାନ: 

ଆମ ଅନୁସନ୍ଧାନରେ ପ୍ରଥମେ ଆମେ ବିଭିନ୍ନ ମୁଖ୍ୟଶବ୍ଦ ବ୍ୟବହାର କରି ଗୁଗୁଲରେ ସର୍ଚ୍ଚ କରିଲୁ। କିନ୍ତୁ, ଆମକୁ କୌଣସି ପ୍ରତିଷ୍ଠିତ ମିଡିଆ ଚ୍ୟାନାଲରେ ଜିଓ ଇଲେକ୍ଟ୍ରିକ୍ ସାଇକଲ୍ ବିଷୟରେ ଖବର ମିଳିଲା ନାହିଁ। 

ଏହି ସନ୍ଧାନ ସମୟରେ, ଆମେ ଜିଓର ଇଲେକ୍ଟ୍ରିକ୍ ସାଇକେଲ ବିଷୟରେ ଅନେକ ଲିଙ୍କ ପାଇଲୁ। ଏହି ଲେଖାଗୁଡ଼ିକ ଜିଓ ଖୁବ୍‌ଶୀଘ୍ର ଇଲେକ୍ଟ୍ରିକ୍ ସାଇକେଲ୍ ଲଞ୍ଚ କରିବ ବୋଲି ଖବରକୁ ଉଲ୍ଲେଖ କରୁଛି, ଯାହା ବର୍ତ୍ତମାନ ସୋସିଆଲ ମିଡିଆରେ ବ୍ୟାପିଛି, କିନ୍ତୁ ଜିଓ ପକ୍ଷରୁ ଏପର୍ଯ୍ୟନ୍ତ କୌଣସି ଅଫିସିଆଲ ଘୋଷଣା  କରା ଯାଇନାହିଁ।

India Herald.com ରେ ଜିଓର ଇଲେକ୍ଟ୍ରିକ୍ ସାଇକେଲ୍ ବିଷୟରେ ଉଲ୍ଲେଖ କରା ଯାଇଛି ଯେଉଁଥିରେ ସାଇକେଲର ସମ୍ଭାବ୍ୟ ମୂଲ୍ୟଠାରୁ ଆରମ୍ଭ କରି ଅନ୍ୟାନ୍ୟ ପ୍ରସଙ୍ଗ ପର୍ଯ୍ୟନ୍ତ ସବୁକିଛି ବର୍ଣ୍ଣନା କରା ଯାଇଛି। ଏହି ସାଇକେଲଟି ଚଳିତ ବର୍ଷ ଶେଷ ଭାଗରେ ଲଞ୍ଚ ହେବାର ଆଶା କରାଯାଉଛି ବୋଲି ରିପୋର୍ଟରେ କୁହା ଯାଇଛି। ତଥାପି, ଏଥିରେ କୁହାଯାଇଛି ଯେ ଜିଓ ଦ୍ୱାରା ଏପର୍ଯ୍ୟନ୍ତ କୌଣସି ନିଶ୍ଚିତ ଖବର ଘୋଷଣା କରାଯାଇ ନାହିଁ। 

ଏହା ନେଇ ଆମକୁ ଜିଓ ର ୱେବସାଇଟ, ଫେସବୁକ, ଟୁଇଟର ଏକାଉଣ୍ଟରେ ମଧ୍ୟ ସର୍ଚ୍ଚ କରିଲୁ କିନ୍ତୁ, ଆମକୁ ଜିଓ ଦ୍ଵାରା ଇଲେକ୍ଟ୍ରିକ୍ ସାଇକଲ୍ ଲଞ୍ଚ ହେବା ବିଷୟରେ କୌଣସି ସୂଚନା ପୋଷ୍ଟ ହେଇଥିବା ମିଳିଲା ନାହିଁ। 

ଅଧିକ ସ୍ପଷ୍ଟୀକରଣ ପାଇଁ ଫ୍ୟାକ୍ଟ କ୍ରିଷେଣ୍ଡୋ ଆସାମ ଡିଭିଜନର ମାର୍କେଟିଂ ମ୍ୟାନେଜର ଉତ୍ପଳ ପାଠକଙ୍କ ସହ ଯୋଗାଯୋଗ କରିଥିଲା। ସେ କହିଛନ୍ତି ଯେ ସୋସିଆଲ ମିଡିଆରେ ଗୁଜବ ଅଛି ଯେ ଜିଓ ଏକ ଇଲେକ୍ଟ୍ରିକ୍ ସାଇକେଲ ଲଞ୍ଚ କରିବ କିନ୍ତୁ ଏପର୍ଯ୍ୟନ୍ତ କୌଣସି ସରକାରୀ ଘୋଷଣା ହୋଇନାହିଁ। ଜଣେ କର୍ମଚାରୀ ଭାବରେ, ସେମାନେ ଏ ସମ୍ପର୍କରେ କୌଣସି ନିର୍ଦ୍ଦେଶ ପାଇନାହାଁନ୍ତି। ଏହି ପ୍ରସଙ୍ଗଟି କେବଳ ସୋସିଆଲ ମିଡିଆରେ ଆଲୋଚନା ହୋଇଛି। କିନ୍ତୁ ବାସ୍ତବରେ, ଜିଓର ଇଲେକ୍ଟ୍ରିକ୍ ସାଇକେଲ ଏପର୍ଯ୍ୟନ୍ତ ଲଞ୍ଚ ହୋଇନାହିଁ। 

ଏହା ନିଶ୍ଚିତ କରେ ଯେ ଯଦିଓ ସୋସିଆଲ ମିଡିଆରେ ଜିଓ ଏକ ଇଲେକ୍ଟ୍ରିକ୍ ସାଇକେଲ ଲଞ୍ଚ କରିବ ବୋଲି ଦାବି ଭାଇରାଲ ହେଉଛି, କିନ୍ତୁ ଏପର୍ଯ୍ୟନ୍ତ ଆନୁଷ୍ଠାନିକ ଭାବରେ ଏପରି କୌଣସି ଘୋଷଣା କରାଯାଇ ନାହିଁ।

ସିଦ୍ଧାନ୍ତ: 

ଆମ ଅନୁସନ୍ଧାନରେ ଭାଇରାଲ ଦାବି ମିଥ୍ୟା ବୋଲି ପ୍ରମାଣିତ ହେଇଛି। ଜିଓ ଇଲେକ୍ଟ୍ରିକ୍ ସାଇକଲ୍ ଲଞ୍ଚ କରିବାକୁ ଯାଉଛି ବୋଲି କୌଣସି ଅଫିସିଆଲ ନିର୍ଦେଶ ଆସି ନାହିଁ। ଏହା ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଏକ ଗୁଜବ। 

Avatar

Title:କ’ଣ ଜିଓ ନିକଟରେ ଇଲେକ୍ଟ୍ରିକ୍ ସାଇକଲ୍ ଲଞ୍ଚ କରିବାକୁ ଯାଉଛି? ଜାଣନ୍ତୁ ସତ୍ୟତା।

Fact Check By: Siddharth Sahu 

Result: False

Leave a Reply

Your email address will not be published. Required fields are marked *