ଅନ୍ୟ ଏକ ମହିଳାଙ୍କ ନାଚୁଥିବା ଭିଡିଓକୁ ଦିଲ୍ଲୀର ନୂତନ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତାଙ୍କ ନାମରେ ସେୟାର କରା ଯାଉଛି।

False Political

ନିକଟରେ, ସୋସିଆଲ ମିଡିଆରେ ଜଣେ ମହିଳାଙ୍କ ନାଚୁଥିବାର ଏକ ଭିଡିଓ ଭାଇରାଲ ହେଉଛି। ଦାବି କରାଯାଉଛି ଯେ ଏହି ଭିଡିଓଟି ଦିଲ୍ଲୀର ନୂତନ ମହିଳା ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତାଙ୍କର। 

କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଏହି ଦାବିକୁ ମିଥ୍ୟା ବୋଲି ପାଇଲା, କାରଣ ଭିଡିଓରେ ନାଚିଥିବା ମହିଳା ଦିଲ୍ଲୀର ନୂତନ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତାଙ୍କ ନୁହେଁ ବରଂ ମୀରା ନାମକ ଅନ୍ୟ ଜଣେ ମହିଳା। ଏହି ଭିଡିଓଟି ରେଖା ଗୁପ୍ତା ସହିତ କୌଣସି ସମ୍ପର୍କ ନାହିଁ। ଲୋକଙ୍କୁ ଭ୍ରମିତ କରିବା ପାଇଁ ଭିଡିଓଟିକୁ ମିଥ୍ୟା ସୂଚନା ସହିତ ସୋସିଆଲ ମିଡିଆରେ ସେୟାର କରାଯାଉଛି।

କ’ଣ ଦାବି କରା ଯାଇଛି ପୋଷ୍ଟରେ? 

ଭିଡିଓ ସେୟାର କରି ଜଣେ ସୋସିଆଲ ମିଡିଆ ୟୁଜର ଲେଖିଛନ୍ତି, “ମୋ ହିରୋଇନ ଆଜି ଦିଲ୍ଲୀର ମୂର୍ଖମନ୍ତ୍ରୀ ହୋଇଥିବାରୁ ସମସ୍ତ ଗେରୁଆପହ୍ଲଙ୍କୁ ଅଭିନନ୍ଦନ

Facebook | Archive

ଆମ ଅନୁସନ୍ଧାନ: 

ଆମ ଅନୁସନ୍ଧାନରେ ପ୍ରଥମେ ଆମେ ଭାଇରାଲ ଭିଡିଓକୁ ବିଭିନ୍ନ ଫ୍ରେମରେ ବିଭାଜିତ କରି ପ୍ରତ୍ଯେକ ଫ୍ରେମର ଗୁଗୁଲ ରିଭର୍ସ ଇମେଜ୍ ସର୍ଚ୍ଚ କରିଲୁ। ଆମେ ଜାଣିବାକୁ ପାଇଲୁ ଯେ ଭିଡିଓଟି @boldmeeraswag ନାମକ ଜଣେ ଇନଷ୍ଟାଗ୍ରାମ ବ୍ୟବହାରକାରୀଙ୍କ ଦ୍ୱାରା ୧୨ ଜାନୁଆରୀ ୨୦୨୫ ରେ ତାଙ୍କ ଅଫିସିଆଲ୍ ଆକାଉଣ୍ଟରେ ଅପଲୋଡ୍ କରାଯାଇଥିଲା।

ଅଧିକ ତଦନ୍ତ କରିବା ପରେ, ଆମେ ତାଙ୍କ ଇନଷ୍ଟାଗ୍ରାମରେ ଏହି ମହିଳାଙ୍କ ଅନେକ ଭିଡିଓ ପାଇଲୁ। ଏହା ପରେ, ଆମେ ଏହି ମହିଳାଙ୍କ ଅଫିସିଆଲ୍ ଫେସବୁକ୍ ଆକାଉଣ୍ଟ୍ ମଧ୍ୟ ପାଇଲୁ। ଯେଉଁଥିରେ ସୂଚନା ଦିଆଯାଇଥିଲା ଯେ ଏହି ମହିଳା ଜଣେ ଡିଜିଟାଲ୍ ଭିଡିଓ ନିର୍ମାତା।

ତାଙ୍କର ଏକ ୟୁଟ୍ୟୁବ ଚ୍ୟାନାଲ ମଧ୍ୟ ଅଛି ଯାହା ଆପଣ ମାନେ ଏଠାରେ ଦେଖି ପାରିବେ। 

ନିମ୍ନରେ ଆପଣ ମାନେ ଭାଇରାଲ ଫୋଟୋରେ ଥିବା ମହିଳା ଏବଂ ରେଖା ଗୁପ୍ତାଙ୍କ ମଧ୍ୟରେ ତୁଳନା ଦେଖି ପାରିବେ।

ସିଦ୍ଧାନ୍ତ: 

ଆମ ଅନୁସନ୍ଧାନରୁ ପ୍ରମାଣିତ ହେଲା ଯେ ଭାଇରାଲ ଦାବି ମିଥ୍ୟା ଅଟେ। ଭିଡିଓରେ ନାଚୁଥିବା ମହିଳା ଦିଲ୍ଲୀର ନୂତନ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତା ନୁହଁନ୍ତି। ସେ ମୀରା ନାମକ ଜଣେ ଡିଜିଟାଲ୍ ଭିଡିଓ ନିର୍ମାତା।

Avatar

Title:ଅନ୍ୟ ଏକ ମହିଳାଙ୍କ ନାଚୁଥିବା ଭିଡିଓକୁ ଦିଲ୍ଲୀର ନୂତନ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତାଙ୍କ ନାମରେ ସେୟାର କରା ଯାଉଛି।

Written By: Siddharth Sahu  

Result: False

Leave a Reply

Your email address will not be published. Required fields are marked *