ଭିଡିଓରେ ନୃତ୍ୟ କରୁଥିବା ବ୍ୟକ୍ତି ଭାରତର ପ୍ରଥମ CJI ଜଷ୍ଟିସ ଏସବି କ୍ରିପାଳଙ୍କ ନାତି ସୌରଭ କିର୍ପାଲଙ୍କ ନୁହଁନ୍ତି।

False Social

ବର୍ତ୍ତମାନ ଜଣେ ବ୍ୟକ୍ତିଙ୍କ ନୃତ୍ୟ କରୁଥିବା ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଦାବି କରା ଯାଉଛି ଯେ ଏହି ବ୍ୟକ୍ତି ହେଉଛନ୍ତି ସୁପ୍ରିମ୍ କୋର୍ଟର ବିଚାରପତି ସୌରଭ କିର୍ପାଲଙ୍କ ନାତି।

କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ପାଇଲା। ଭିଡିଓରେ ନୃତ୍ୟ କରୁଥିବା ବ୍ୟକ୍ତି ଜଣେ କୋରିୟଗ୍ରାଫର ଅଟନ୍ତି। ସେ ସୁପ୍ରିମ୍ କୋର୍ଟର ବିଚାରପତି ସୌରଭ କିର୍ପାଲଙ୍କ ନାତି ହେଇଥିବା ଦାବି ମିଥ୍ୟା ଅଟେ।

କ’ଣ ଦାବି କରା ଯାଇଛି ପୋଷ୍ଟରେ?

ଭିଡିଓ ସେୟାର କରି ଜଣେ ୟୁଜର ଲେଖିଛନ୍ତି, “ଏ ହେଉଛନ୍ତି ସୌରଭ କୃପାଲ। ସେ ଭାରତର ପ୍ରଥମ CJI ଜଷ୍ଟିସ୍ ଏସ.ବି. କୃପାଲଙ୍କ ନାତି ଏବଂ ଭାରତର ପୂର୍ବତନ CJI ଜଷ୍ଟିସ୍ ବି. କୃପାଲଙ୍କ ପୁଅ। ଏହି LGBT ନମୁନାର ନାମ ମଧ୍ୟ କଲେଜିୟମ୍ ଦିଲ୍ଲୀ ହାଇକୋର୍ଟରେ ବିଚାରପତି ପଦ ପାଇଁ ଦେଇଥିଲା, କିନ୍ତୁ ଯାହାକୁ ମୋଦି ସରକାର ପ୍ରତ୍ୟାଖ୍ୟାନ କରିଥିଲେ ଏବଂ ମନା କରିଦେଇଥିଲେ ।ଏହି କାରଣରୁ ନ୍ୟାୟପାଳିକା ଏବଂ ମୋଦି ସରକାରଙ୍କ ମଧ୍ୟରେ ତିକ୍ତତା ସୃଷ୍ଟି ହୋଇଥିଲା। ଥରେ ଭାବନ୍ତୁ ଏପରି ଜର୍ଜ ମାନଙ୍କପାଇଁ ଦେଶର କି ଅବସ୍ଥା। ସମଲିଙ୍ଗ୍ ବିବାହ ଭଳି ଅନେକ ଉଦାହରଣ ଅଛି।

Facebook | Archive

ଆମ ଅନୁସନ୍ଧାନ: 

ଆମ ଅନୁସନ୍ଧାନରେ ପ୍ରଥମେ ଆମେ ଭାଇରାଲ ଭିଡିଓକୁ ବିଭିନ୍ନ ଫ୍ରେମରେ ବିଭାଜିତ କରି ପ୍ରତ୍ଯେକ ଫ୍ରେମର ଗୁଗୁଲ ରିଭର୍ସ ଇମେଜ୍ ସର୍ଚ୍ଚ କରିଲୁ। ଫଳସ୍ଵରୂପ ଆମକୁ ସମାନ ଭିଡିଓ ଦମନଡାଏରିଜ୍ ନାମକ ଇଂଷ୍ଟାଗ୍ରାମ୍ ଏକାଉଣ୍ଟରେ ୮ ଜାନୁଆରୀ ୨୦୨୨ ରେ ପୋଷ୍ଟ ହେଇଥିବା ମିଳିଲା।

ପୋଷ୍ଟରେ ଉଲ୍ଲେଖ କରି ୟୁଜର ଲେଖିଛନ୍ତି, “ମୋର ଗୋଟିଏ ମନପସନ୍ଦ ଗୀତରେ ମୁଁ ନୃତ୍ୟ କରୁଛି।”

ଏହା ପରେ ଆମେ ଉପରୋକ୍ତ ଇଂଷ୍ଟାଗ୍ରାମ ପେଜର ଯାଞ୍ଚ କରିଲୁ। ଏହି ପେଜରେ କେବଳ ଭାଇରାଲ ଭିଡିଓରେ ନୃତ୍ୟ କରୁଥିବା ବ୍ୟକ୍ତିଙ୍କ ଭିଡିଓ ପୋଷ୍ଟ ହେଇଛି। ଆମେ ଜାଣିବାକୁ ଚେଷ୍ଟା କରିଲୁ ଯେ ଏହି ବ୍ୟକ୍ତି କିଏ? ଇଂଷ୍ଟାଗ୍ରାମ ପେଜରେ ଉଲ୍ଲେଖ କରା ଯାଇଛି ଯେ ଭିଡିଓରେ ଥିବା ବ୍ୟକ୍ତିଙ୍କ ନାମ ଦମନଦୀପ ସିଂ ଚୌଧରି।

ଏହା ପରେ ଆମେ ଗୁଗୁଲରେ ଦମନଦୀପ ସିଂ ଚୌଧରୀଙ୍କ ବିଷୟରେ ସର୍ଚ୍ଚ କରିଲୁ। ଟାଇମ୍ସ ଅଫ୍ ଇଣ୍ଡିଆର ୱେବସାଇଟରେ ଆମେ ଜାଣିବାକୁ ପାଇଲୁ ଯେ ସେ ଜଣେ କୋରିଓଗ୍ରାଫର ଏବଂ ଜଣେ କଳାକାର ପରିଚାଳନା କମ୍ପାନୀର ମାଲିକ।

ସିଦ୍ଧାନ୍ତ:

ଆମ ଅନୁସନ୍ଧାନରୁ ପ୍ରମାଣିତ ହେଲା ଯେ ଭାଇରାଲ ଦାବି ମିଥ୍ୟା ଅଟେ। ଭାଇରାଲ ଭିଡିଓରେ ଥିବା ବ୍ୟକ୍ତି ଜଜ୍ ସୌରବ କ୍ରିପାଲଙ୍କ ନାତି ନୁହଁନ୍ତି। ଏହି ବ୍ୟକ୍ତି ଜଣେ କୋରିଓଗ୍ରାଫର ଅଟନ୍ତି।

Avatar

Title:ଭିଡିଓରେ ନୃତ୍ୟ କରୁଥିବା ବ୍ୟକ୍ତି ଭାରତର ପ୍ରଥମ CJI ଜଷ୍ଟିସ ଏସବି କ୍ରିପାଳଙ୍କ ନାତି ସୌରଭ କିର୍ପାଲଙ୍କ ନୁହଁନ୍ତି।

Fact Check By: Siddharth Sahu  

Result: False

Leave a Reply

Your email address will not be published. Required fields are marked *