ଚନ୍ଦ୍ରବାବୁ ନାଏଡ଼ୁ ବିଜେପି ମିଳିତ ମଞ୍ଚରୁ ପ୍ରତ୍ୟାହାର ଘୋଷଣା କରିଥିବା ଦାବି ମିଥ୍ୟା

Misleading Political

୨୦୨୪ ଲୋକସଭା ନିର୍ବାଚନରେ ବିଜେପି, ଚନ୍ଦ୍ରବାବୁ ନାଏଡ଼ୁଙ୍କର ଟିଡ଼ିପି ଏବଂ ନିତୀଶ କୁମାରନକ୍ର ଜେଡ଼ିୟୁ ଦଳ ସହିତ ସରକାର ଗଠନ କରିଥିଲା। କିନ୍ତୁ ବର୍ତ୍ତମାନ ସୋସିଆଲ ମିଡିଆରେ ଏକ ଖବର ଭାଇରାଲ ହେଉଛି ଯେ ଚନ୍ଦ୍ରବାବୁ ନାଏଡ଼ୁ ବିଜେପି ମିଳିତ ମଞ୍ଚରୁ ପ୍ରତ୍ୟାହାର ଘୋଷଣା କରିଛନ୍ତି। ଏଖି ଖବର ଏବିପି ନ୍ୟୁଜ୍ ଦ୍ଵାରା ପ୍ରକାଶିତ ହେଇଛି ବୋଲି ଦାବି କରା ଯାଇଛି। 

କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ପାଇଲା। ୨୦୧୮ ମସିହାର ପୁରୁଣା ଖବରକୁ 

କ’ଣ ଦାବି କରା ଯାଇଛି ପୋଷ୍ଟରେ? 

ଚନ୍ଦ୍ରବାବୁ ନାଏଡ଼ୁ ବିଜେପି ମିଳିତ ମଞ୍ଚରୁ ପ୍ରତ୍ୟାହାର ଘୋଷଣା କରିଛନ୍ତି ବୋଲି ପୋଷ୍ଟରେ ଦାବି କରା ଯାଇଛି। ଜଣେ ସୋସିଆଲ ମିଡିଆ ବ୍ୟବହାରକାରୀ ଲେଖିଛନ୍ତି, “ଏବିପି ନିଉଜ ଖବର ଚଳାଇଛି ଚନ୍ଦ୍ରବାବୁ ନାଇଡ଼ୁ ବିଜେପି ଠାରୁ ଅଲଗା ହେଲେ..ABP ପୁରୁଣା କ୍ୟାସେଟ୍ ବଜାଉଛି କି ନୂଆ କ୍ୟାସେଟ୍ ବଜାଉଛି ସେ ଖବର ମୋ ପାଖରେ ନାହିଁ, କିନ୍ତୁ କ୍ୟାସେଟ୍ ବାଜୁଛି

Facebook | Archive

ଆମ ଅନୁସନ୍ଧାନ: 

ଆମ ଅନୁସନ୍ଧାନରେ ପ୍ରଥମେ ଆମେ ଭାଇରାଲ ଖବର ବିଷୟରେ ଗୁଗୁଲ ରେ ସର୍ଚ୍ଚ କରିଲୁ। ଫଳାଫଳରେ ଆମକୁ ସମାନ ଖବର ୭ ମାର୍ଚ୍ଚ ୨୦୧୮ ରେ ଏବିପି ନ୍ୟୁଜ୍ ଦ୍ଵାରା ତାହାର ୟୁଟ୍ୟୁବ ଚ୍ୟାନାଲରେ ପ୍ରସାରିତ ହେଇଥିବା ମିଳିଲା। ଏଥିରୁ ସ୍ପଷ୍ଟ ହେଉଛି ଯେ ଖବର ସମ୍ପ୍ରତ୍ତି ସମୟର ନୁହେଁ, ୬ ବର୍ଷ ପୁରୁଣା ଅଟେ। 

ନିମ୍ନରେ ଥିବା ଫୋଟୋରେ ଆପଣ ମାନେ ସ୍ପଷ୍ଟରେ ଦେଖି ପାରିବେ ଯେ ଏହା ୨୦୧୮ ମସିହାରେ ଏବିପି ନ୍ୟୁଜ୍ ଦ୍ଵାରା ପ୍ରସାରିତ ହେଇଥିଲା। 

ନିମ୍ନରେ ଆପଣ ମାନେ ଭାଇରାଲ ଫୋଟୋ ଏବଂ ୟୁଟ୍ୟୁବରେ ଏବିପି ନ୍ୟୁଜ ଦ୍ଵାରା ପ୍ରସାରିତ ଖବରରୁ ମିଳିଥିବା ଫୋଟୋ ମଧ୍ୟରେ ତୁଳନା ଦେଖି ପାରିବେ। 

ଅନ୍ୟ ଏକ ରିପୋର୍ଟ ଅନୁଯାୟୀ, ୨୦୧୯ ଜାତୀୟ ନିର୍ବାଚନ ପୂର୍ବରୁ ଆନ୍ଧ୍ରପ୍ରଦେଶକୁ ଆର୍ଥିକ ସହାୟତା ଅଭାବ ଦର୍ଶାଇ ଚନ୍ଦ୍ରବାବୁ ନାଇଡୁଙ୍କ ତେଲୁଗୁ ଦେଶମ ପାର୍ଟି (ଟିଡିପି), ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମିଳିତ ମଞ୍ଚ ଛାଡିଥିଲା। ନାଇଡୁ ନିଜ ଦଳକୁ ପ୍ରତିଦ୍ୱନ୍ଦ୍ୱୀ ଜଗନମୋହନ ରେଡ୍ଡୀଙ୍କ YSR କଂଗ୍ରେସ ଠାରୁ ଦୂରେଇ ରଖି ସରକାରଙ୍କ ବିରୋଧରେ ଏକ ଆତ୍ମବିଶ୍ୱାସ ପ୍ରସ୍ତାବ ଆଣିଥିଲେ। ବ୍ୟକ୍ତିଗତ କାରଣରୁ ନୁହେଁ, ଆନ୍ଧ୍ରପ୍ରଦେଶର ସ୍ୱାର୍ଥରେ ଏହି ନିଷ୍ପତ୍ତି ନିଆଯାଇଛି ବୋଲି ନାଇଡୁ ଗୁରୁତ୍ୱାରୋପ କରିଥିଲେ। ସେ କେନ୍ଦ୍ରର ଅବହେଳାକୁ ନେଇ ଅସନ୍ତୋଷ ବ୍ୟକ୍ତ କରି କହିଥିଲେ ଯେ ଚାରି ବର୍ଷ ମଧ୍ୟରେ ୨୯ ଥର ଦିଲ୍ଲୀ ଗସ୍ତ କରିଲା ପରେ ମଧ୍ୟ ଆନ୍ଧ୍ରପ୍ରଦେଶକୁ କେନ୍ଦ୍ରୀୟ ବଜେଟରେ ଅଣଦେଖା କରାଯାଇଛି। ରାଜ୍ୟର ଅନ୍ୟାୟ ପାଇଁ ନାଇଡୁ ସିଧାସଳଖ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଦାୟୀ କରିଥିଲେ।

ସିଦ୍ଧାନ୍ତ: 

ଆମ ଅନୁସନ୍ଧାନରୁ ପ୍ରମାଣିତ ହେଲା ଯେ ଭାଇରାଲ ଦାବି ବିଭ୍ରାନ୍ତକାରୀ ଅଟେ। ଚନ୍ଦ୍ରବାବୁ ନାଏଡ଼ୁ ବିଜେପି ସହିତ ମିଳିତ ମଞ୍ଚରୁ ପ୍ରତ୍ୟାହାର କରିଥିବା ଦାବି ୨୦୧୮ ମସିହାର ଅଟେ। ଏହା ସମ୍ପ୍ରତ୍ତି ସମୟର ଖବର ନୁହେଁ। 

Avatar

Title:ଚନ୍ଦ୍ରବାବୁ ନାଏଡ଼ୁ ବିଜେପି ମିଳିତ ମଞ୍ଚରୁ ପ୍ରତ୍ୟାହାର ଘୋଷଣା କରିଥିବା ଦାବି ମିଥ୍ୟା

Fact Check By: Siddharth Sahu 

Result: Misleading

Leave a Reply

Your email address will not be published. Required fields are marked *