
ଇସ୍ରାଏଲ ଏବଂ ଲେବାନନ୍ ମଧ୍ୟରେ ଯୁଧ୍ୟ ଆରମ୍ଭ ହେବା ପରେ ଲୋକଙ୍କ ଏକ ଭିଡ଼ର ଫୋଟୋ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଦାବି କର ଯାଉଛି ଯେ ଯୁଧ୍ୟର ଭୟରେ ଲେବାନନ୍ ଲୋକମାନେ ଦେଶରୁ ପଳାୟନ କରିବା ଆରମ୍ଭ କରିଛନ୍ତି।
କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ବିଭ୍ରାନ୍ତକାରୀ ବୋଲି ପାଇଲା। ଯଦିଓ ଏହି ଫୋଟୋ ଲେବାନନ୍ ଦେଶର ଅଟେ, ଏହାର ବର୍ତ୍ତମାନ ଇସ୍ରାଏଲ ସହିତ ଯୁଧ୍ୟ ସହିତ କୌଣସି ସମ୍ପର୍କ ନାହିଁ। ୨୦୨୧ ମସିହାରେ ଲେବାନନ୍ ରେ ଆର୍ଥିକ ସଙ୍କଟ ଆସିଥିବା ବେଳେ ସେଠିକାର ଲୋକମାନେ ନିଜ ଗାଡ଼ିରେ ପେଟ୍ରୋଲ୍ ଭରିବା ପାଇଁ ଅପେକ୍ଷା କରିଛନ୍ତି।
କ’ଣ ଦାବି କରା ଯାଇଛି ପୋଷ୍ଟରେ?
ଫୋଟୋ ସେୟାର କରି ଜଣେ ସୋସିଆଲ ମିଡିଆ ବ୍ୟବହାରକାରୀ ଲେଖିଛନ୍ତି, “#ଲେବାନନ_ଛାଡ଼ିଲେଣି_ଲକ୍ଷାଧିକ_ଲୋକ ଲେବାନନରେ ଇସ୍ରାଏଲ ଆକ୍ରମଣର ପ୍ରଭାବ ଲେବାନନ ଛାଡ଼ି ସିରିଆକୁ ଚାଲିଗଲେଣି ଲକ୍ଷାଧିକ ଲୋକ“

ଆମ ଅନୁସନ୍ଧାନ:
ଆମ ଅନୁସନ୍ଧାନରେ ପ୍ରଥମେ ଆମେ ଭାଇରାଲ ଫୋଟୋର ଗୁଗୁଲ ରିଭର୍ସ ଇମେଜ୍ ସର୍ଚ୍ଚ କରିଲୁ। ଫଳାଫଳରେ ଆମକୁ ସମାନ ଫୋଟୋ ୨୦୨୧ ମସିହାରେ ଅଲ୍ ଯଜିରା ୱେବସାଇଟରେ ପ୍ରକାଶିତ ହେଇଥିବା ମିଳିଲା। ରିପୋର୍ଟ ଅନୁଯାୟୀ, ୨୦୨୧ ରେ ଲେବାନନ୍ ଅର୍ଥନୈତିକ ସଙ୍କଟ ଦେଇ ଯାଉଥିବା ସମୟରେ ୱାର୍ଲ୍ଡ ବ୍ଯାଙ୍କ ଏହାକୁ ୧୮୫୦ ପରେ ବିଶ୍ଵର ସବୁଠାରୁ ଖରାପ ପରିସ୍ଥିତି ବୋଲି କହିଥିଲା। ଏହି ସମୟରେ ଲେବାନନରେ ପେଟ୍ରୋଲ ଅଭାବ ସହିତ ଅନ୍ୟାନ୍ୟ କଠିନ ପରିସ୍ଥିତି ସାମନାକୁ ଆସିଥିଲା। ଚିକିତ୍ସାଳୟରେ ଲାଇଟ୍, ଏସି ବନ୍ଦ ରଖା ଯାଉଥିଲା। ଚିକିତ୍ସାଳୟରେ ଟିସୂ ପେପର, ଇଞ୍ଜେକ୍ସନର ସିରିଞ୍ଜ, ଇତିୟାଦୀ ର ଅଭାବ ମଧ୍ୟ ଦେଖିବାକୁ ମିଳିଥିଲା।

ଅଧିକ ସର୍ଚ୍ଚ କରିବା ପରେ ଆମକୁ ସମାନ ସ୍ଥାନର ଫୋଟୋ ୩୧ ଅଗଷ୍ଟ ୨୦୨୧ ରେ ଆଲାମି ୱେବସାଇଟରେ ପ୍ରକାଶିତ ହେଇଥିବା ମିଳିଲା। ଏହି ଫୋଟୋରେ ଲୋକମାନେ ନିଜ ଗାଡ଼ି ନେଇ ଗୋଟିଏ ପେଟ୍ରୋଲ ପମ୍ପରେ ଅପେକ୍ଷା କରୁଥିବା ନଜର ଆସିଛନ୍ତି।

ନିମ୍ନରେ ଆପଣ ମାନେ ଭାଇରାଲ ଫୋଟୋ ଏବଂ ଆଲାମି ୱେବସାଇଟରେ ମିଳିଥିବା ଫୋଟୋ ମଧ୍ୟରେ ତୁଳନା ଦେଖି ପାରିବେ।

ସିଦ୍ଧାନ୍ତ:
ଆମ ଅନୁସନ୍ଧାନରୁ ପ୍ରମାଣିତ ହେଲା ଯେ ଭାଇରାଲ ଦାବି ବିଭ୍ରାନ୍ତକାରୀ ଅଟେ। ଯଦିଓ ଏହି ଫୋଟୋ ଲେବାନନ୍ ଦେଶର ଅଟେ, ଏହାର ବର୍ତ୍ତମାନ ଇସ୍ରାଏଲ ସହିତ ଯୁଧ୍ୟ ସହିତ କୌଣସି ସମ୍ପର୍କ ନାହିଁ। ୨୦୨୧ ମସିହାରେ ଲେବାନନ୍ ରେ ଆର୍ଥିକ ସଙ୍କଟ ଆସିଥିବା ବେଳେ ସେଠିକାର ଲୋକମାନେ ନିଜ ଗାଡ଼ିରେ ପେଟ୍ରୋଲ୍ ଭରିବା ପାଇଁ ଅପେକ୍ଷା କରିଛନ୍ତି।

Title:୨୦୨୧ ମସିହାରେ ଲେବାନନରେ ହେଇଥିବା ଆର୍ଥିକ ସଙ୍କଟ ସମୟର ଫୋଟୋକୁ ବିଭ୍ରାନ୍ତକାରୀ ଦାବି ସହିତ ଭାଇରାଲ କରା ଯାଇଛି
Fact Check By: Siddharth SahuResult: Misleading
