ବାହରାଇଚରେ ବେଆଇନ କୋଠା ଗୁଡ଼ିକ ଭଙ୍ଗା ହେବା ପୁରୁଣା ଘଟଣାକୁ ସମ୍ପ୍ରତ୍ତି ସମୟର ଦଙ୍ଗା ସହିତ ଯୋଡ଼ି ମିଥ୍ୟା ଫରଚା କରା ଯାଉଛି

Misleading

୧୩ ଅକ୍ଟୋବରରେ ବାହରାଇଚ୍ ହିଂସାରେ ରାମ ଗୋପାଳ ମିଶ୍ର ନାମକ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ପରେ ସୋସିଆଲ ମିଡିଆରେ ଏହି ଘଟଣା ସମ୍ପର୍କରେ ଅନେକ ପୋଷ୍ଟ ଦେଖିବାକୁ ମିଳିଛି। ଆମେ ଏପରି ଏକ ପୋଷ୍ଟ ସାମନାକୁ ଆସିଛୁ ଯେଉଁଥିରେ ଧ୍ଵଂସ ଅବସ୍ଥାରେ ପଡିଥିବା କୋଠା ଗୁଡିକର ଭିଡିଓ ସେୟାର କରା ଯାଇଛି। ସୋସିଆଲ ମିଡିଆ ବ୍ୟବହାରକାରୀ ମାନେ ଦାବି କରୁଛନ୍ତି ଯେ ବାହରାଇଚ୍ ହିଂସାର ଅଭିଯୁକ୍ତମାନଙ୍କ ଘରକୁ ଯୋଗୀ ସରକାର ବୁଲଡୋଜର ଚଢାଇ ଭାଙ୍ଗିଛନ୍ତି।

କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ବିଭ୍ରାନ୍ତକାରୀ ବୋଲି ପାଇଲା। ଏହା ଏକ ପୁରୁଣା ଘଟଣାର ଭିଡିଓ। କୋର୍ଟ ନିର୍ଦେଶ ପରେ ବାହରାଇଚରେ ବେଆଇନ କୋଠା ଗୁଡ଼ିକୁ ଭଙ୍ଗା ହେବା ଭିଡିଓକୁ ସମ୍ପ୍ରତ୍ତି ସମୟର ହିଂସା ସହିତ ଯୋଡ଼ି ମିଥ୍ୟା ପ୍ରଚାର କରା ଯାଉଛି।

କ’ଣ ଦାବି କରା ଯାଇଛି ପୋଷ୍ଟରେ? 

ଭିଡିଓ ସେୟାର କରି ଜଣେ ସୋସିଆଲ ମିଡିଆ ୟୁଜର ଲେଖିଛନ୍ତି। “ଯୋଗି ରାଜ୍… ଗୋପାଳ ମିଶ୍ର କୁ ମାରିଥିବା ଜିହାଦିମାନଙ୍କ କଲୋନୀ କୁ ସଫା କରିଦିଆଗଲା…

(Vimeo Link)

https://vimeo.com/manage/videos/1022887170

Facebook

ଆମ ଅନୁସନ୍ଧାନ: 

ଆମ ଅନୁସନ୍ଧାନରେ ପ୍ରଥମେ ଆମେ ଭାଇରାଲ ଭିଡିଓକୁ ବିଭିନ୍ନ ଫ୍ରେମରେ ବିଭାଜିତ କରିଲୁ। ଏହା ପରେ ଆମେ ପ୍ରତ୍ଯେକ ଫ୍ରେମର ଗୁଗୁଲ ରିଭର୍ସ ଇମେଜ୍ ସର୍ଚ୍ଚ କରିଲୁ। ଫଳାଫଳରେ ଆମକୁ ସମାନ ଭିଡିଓ ୧୯ ଅକ୍ଟୋବର ରେ ୟୁଟ୍ୟୁବରେ ପ୍ରସାରିତ ହେଇଥିବା ମିଳିଲା। 

ଏହି ଭିଡିଓରେ “ଦୁଖରେ ଡୁବିଲା ୱଜିରଗଞ୍ଜ @altaf.studio” ଲେଖା ଯାଇହକି।

Archived Link

Altaf.studio ନାମ ରେ ସର୍ଚ୍ଚ କରିବା ପରେ ଆମକୁ ଏହି ବ୍ୟକ୍ତିଙ୍କର ଇଂଷ୍ଟାଗ୍ରାମ୍ ଏକାଉଣ୍ଟ ମିଳିଲା ଯେଉଁଥିରେ ଭାଇରାଲ ଭିଡିଓ ୨୬ ସେପ୍ଟେମ୍ବର ୨୦୨୪ ରେ ପୋଷ୍ଟ କରା ଯାଇଥିଲା। 

(Instagram Link)

Instagram Link | Archived Link

ବାହରାଇଚ୍ ହିଂସା ୧୩ ଅକ୍ଟୋବର ୨୦୨୪ ରେ ଘଟିଥିଲା। ଏଥିରୁ ସ୍ପଷ୍ଟ ହେଉଛି ଯେ ଭାଇରାଲ ଭିଡିଓ ବାହରାଇଚ୍ ହିଂସାର ଅନେକ ଦିନ ପୂର୍ବର ଘଟଣା ଅଟେ।

ବିଭିନ୍ନ ମୁଖ୍ୟଶବ୍ଦ ବ୍ୟବହାର କରି ସର୍ଚ୍ଚ କରିବା ପରେ ଆମକୁ ୨୬ ସେପ୍ଟେମ୍ବର ୨୦୨୪ ରେ ଡେକାନ୍ ହେରାଲ୍ଡ ୱେବସାଇଟରେ ଏକ ରିପୋର୍ଟ ପ୍ରକାଶିତ ହେଇଥିବା ମିଳିଲା। ରିପୋର୍ଟ ଅନୁଯାୟୀ, ବୁଧବାର ଦିନ ବାହରାଇଚ୍ ଜିଲ୍ଲା ପ୍ରଶାସନ କୈସରଗଞ୍ଜର ଏକ ଗ୍ରାମରେ ୨୩ ଟି ବେଆଇନ ସଂରଚନାକୁ ବୁଲଡୋଜର ବ୍ୟବହାର କରି ଭାଙ୍ଗିଥିଲେ। ଏହି କାର୍ଯ୍ୟାନୁଷ୍ଠାନ ହାଇକୋର୍ଟ ନିର୍ଦେଶରେ ନିଆ ଯାଇଥିଲା। ସ୍ଥାନୀୟ ଲୋକେ ଏହାର ବିରୋଧ ମଧ୍ୟ କରିଥିଲେ। 

Archived Link.

ଏହି ଘଟଣା ଜଡ଼ିତ ଏକ ଭିଡିଓ ରିପୋର୍ଟ ଆପଣ ମାନେ ନିମ୍ନରେ ଦେଖି ପାରିବେ।

(YouTube Link)

ଆମକୁ ବାହରାଇଚ୍ ପୋଲିସର ଏକ ଟୁଇଟ ମଧ୍ୟ ମିଳିଲା। ଟୁଇଟରେ ଲେଖା ଯାଇଛି, “ଭିଡିଓଟି କୋର୍ଟର ନିର୍ଦେଶ ପରେ ବାହରାଇଚ୍ ର ଫକରପୁର ଅଞ୍ଚଳରେ ବେଆଇନ ଭାବରେ ନିର୍ମାଣ ହୋଇଥିବା କୋଠା ଗୁଡ଼ିକ ଭାଙ୍ଗିବା ଅଭିଯାନ ୨୫ ସେପ୍ଟେମ୍ବର ୨୦୨୪ ରେ କାର୍ଯ୍ୟାନୁଷ୍ଠାନ ନିଆ ଯାଇଥିଲା। ଏହାର ନିକଟରେ ମହାରାଜଗଞ୍ଜ ଅଞ୍ଚଳରେ ଘଟିଥିବା ଘଟଣା ସହିତ କୌଣସି ସମ୍ପର୍କ ନାହିଁ। ଯେଉଁମାନେ ବିଭ୍ରାନ୍ତିକର ପୋଷ୍ଟ କରି ସମନ୍ୱୟ ଏବଂ ଆଇନ ଶୃଙ୍ଖଳାକୁ ବିଘ୍ନ କରିବେ ସେମାନଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ”

(Twitter Link)

ସିଦ୍ଧାନ୍ତ: 

ଆମ ଅନୁସନ୍ଧାନରୁ ପ୍ରମାଣିତ ହେଲା ଯେ ଭାଇରାଲ ଦାବି ବିଭ୍ରାନ୍ତକାରୀ ଅଟେ। ଏହା ଏକ ପୁରୁଣା ଘଟଣାର ଭିଡିଓ। କୋର୍ଟ ନିର୍ଦେଶ ପରେ ବାହରାଇଚରେ ବେଆଇନ କୋଠା ଗୁଡ଼ିକୁ ଭଙ୍ଗା ହେବା ଭିଡିଓକୁ ସମ୍ପ୍ରତ୍ତି ସମୟର ହିଂସା ସହିତ ଯୋଡ଼ି ମିଥ୍ୟା ପ୍ରଚାର କରା ଯାଉଛି।

Leave a Reply

Your email address will not be published. Required fields are marked *